ଅସ୍ତରଙ୍ଗ: ଲଗାଣ ବର୍ଷା ଯୋଗୁଁ ଅସ୍ତରଙ୍ଗ ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ନୂଆଗଡ଼ ପଞ୍ଚାୟତ ୮ ନମ୍ବର ୱାର୍ଡର ଏକ ପ୍ରମୁଖ ରାସ୍ତା ଉପରେ ପ୍ରାୟ ୨୦୦ ଫୁଟ୍ ଅଞ୍ଚଳରେ ପାଣି ଜମି ରହିଛି।
ରାସ୍ତାରେ ପାଣି ଚାଲୁଥିବାରୁ ଦୁଇଚକିଆ ଓ ଛୋଟ ଗାଡ଼ି ଚଳାଚଳରେ ସମସ୍ୟା ହେଉଛି। ଜଳ ନିଷ୍କାସନର ସୁବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ ବର୍ଷାଦିନେ ଏଭଳି ସମସ୍ୟା ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ରାସ୍ତାରୁ ତୁରନ୍ତ ପାଣି ହଟାଇବା ସହ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ସେମାନେ ଦାବି କରିଛନ୍ତି।


