Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ: ମହିଳା ସଶକ୍ତିକରଣ ସଚେତନତା ଆଲୋଚନାଚକ୍ର
ଆଜିର ଖବର

ବାଲୁଗାଁ: ମହିଳା ସଶକ୍ତିକରଣ ସଚେତନତା ଆଲୋଚନାଚକ୍ର

August 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ: ମହିଳା ସଶକ୍ତିକରଣ ସଚେତନତା ଆଲୋଚନାଚକ୍ର
ବାଲୁଗାଁ: ମହିଳା ସଶକ୍ତିକରଣ ସଚେତନତା ଆଲୋଚନାଚକ୍ର

ବାଲୁଗାଁ: ମହାବିଦ୍ୟାଳୟରେ ଛାତ୍ରୀମାନଙ୍କର ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ସହିତ ଶିକ୍ଷାୟତନରେ ନିର୍ଯ୍ୟାତନା ରୋକିବା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ସରକାର ଜାରି କରିଥିବା ଅଧିନିୟମର କାର୍ଯ୍ୟକାରିତା ପାଇଁ ଆନୁଷ୍ଠାନିକ ତତ୍ପରତା ପ୍ରକାଶ ପାଇବା ସହ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର, ମହିଳା ସେଲ ଓ ଅଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠିତ ହୋଇ ଏହାର କ୍ଷମତା ବୃଦ୍ଧି କରାଯାଇଛି। ଆଜି ବାଲୁଗାଁ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ପକ୍ଷରୁ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ପରାମର୍ଶ କ୍ରମେ ଏକ ସଚେତନତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇଥିବା ବରିଷ୍ଠ ଆଇନଜୀବୀ ବିପ୍ଳବ କୁମାର ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ଛାତ୍ରୀ ପ୍ରଜ୍ଞାସ୍ମିତା ସାହୁ ସ୍ୱାଗତ ସଂଗୀତ ଗାନ କରିଥିଲେ। ସଭାପତି ଡକ୍ଟର ମହାରଣା ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟ କ୍ଷେତ୍ରରେ ଛାତ୍ରୀ ଓ ମହିଳାମାନଙ୍କର ଯୌନ ନିର୍ଯାତନାର ନିବାରଣ ଆଧାରିତ ଅଧିନିୟମ ୨୦୧୩ ସମ୍ପର୍କରେ ଅବଗତ କରାଇଥିଲେ।

ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଡକ୍ଟର ମନସ୍ବିନୀ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଏକ ସୁସ୍ଥ ସମାଜ ଗଠନ ଓ ଶିକ୍ଷାୟତନରେ ଉତ୍ତମ ବାତାବରଣ ସୃଷ୍ଟି ନିମନ୍ତେ ୨୦୧୩ ଅଧିନିୟମ ଅନୁସାରେ ମହିଳା ମାନଙ୍କ ଯୌନ ନିର୍ଯାତନା ନିବାରଣ, ପ୍ରତିଷେଧ ଓ ପ୍ରତିକାର ନିମନ୍ତେ ତ୍ୱରିତ କାର୍ଯ୍ୟାନୁଷ୍ଠାନ, ଅଭ୍ୟନ୍ତରୀଣ ଅଭିଯୋଗ କମିଟି ଜରିଆରେ ଅଭିଯୋଗ ଗୁଡିକର ଚିହ୍ନଟ, ନିରପେକ୍ଷ ଯାଞ୍ଚ, ସମ୍ବେଦନତାର ସହ ଶୁଣାଣି ଓ ସମାଧାନ ଉପରେ ମୁଖ୍ୟ ଆଲୋଚକ ଶ୍ରୀଯୁକ୍ତ ମୁଦୁଲି ଆଲୋକପାତ କରିଥିଲେ। ଏଥି ସହ ମହାବିଦ୍ୟାଳୟରେ ପ୍ରତ୍ୟେକ ଛାତ୍ରୀ ଓ ମହିଳା ମର୍ଯ୍ୟାଦାର ସହ କାର୍ଯ୍ୟ କରିବା ନିହାତି ଆବଶ୍ୟକ ଓ ପ୍ରତ୍ୟେକ ସମ୍ବେଦନଶୀଳ ଅଭିଯୋଗକୁ ନିରପେକ୍ଷ ଭାବେ ବିଚାର କରିବାକୁ ସେ ଆଲୋଚନା କରିଥିଲେ।

ଡିଜିଟାଲ ଯୁଗରେ କୌଣସି କର୍ମଚାରୀ ବା ଛାତ୍ର ହ୍ୱାଟ୍ସଅପ ଏବଂ ସାମାଜିକ ଗଣ ମାଧ୍ୟମରେ ବାର୍ତ୍ତାଳାପ, ଅଶ୍ଳୀଳ ମତାମତ ଦେଲେ ତା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ମଧ୍ୟ ଆଲୋଚନା କରାଯାଇଥିଲା। ଏହାପରେ ଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନ ର ଉତ୍ତର ଆଲୋଚକ ପ୍ରଦାନ କରିଥିଲେ।

ଏହି ଆଲୋଚନାଚକ୍ରରେ ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର, ପତିତପାବନ ପଣ୍ଡା, ଅଧ୍ୟାପିକା ସୁନିତା ନନ୍ଦ, ଜାତୀୟ ସେବା ଯୋଜନା ଅଧିକାରୀ ରୀନା ରାଉତ, ସ୍ନିଗ୍ଧାରାଣୀ ମୁଦୁଲି, ଅଧ୍ୟାପକ ବିମଳ ପଣ୍ଡା, ରୋଜାଲିନ ମିଶ୍ର, ଅମ୍ରିତା ନନ୍ଦ, ଅନିଶା ପାତ୍ର, ଐଶ୍ୱର୍ଯ୍ୟା ସାହୁ, ଅଧ୍ୟାପକ ସନ୍ନି ସୌମ୍ୟଦର୍ଶନ ପଲାଇ, ବିଷ୍ଣୁପ୍ରିୟା ସ୍ୱାଇଁ, ବିଶ୍ୱଜିତ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଡକ୍ଟର ମନସ୍ବିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

କେନ୍ଦ୍ର ସରକାର ବାଲୁଗାଁ ମହିଳା ସଶକ୍ତିକରଣ ସଚେତନତା ଆଲୋଚନାଚକ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ ଆକର୍ଷଣ ଓ ଅତ୍ୟାଧୁନିକ ସୁବିଧା ସହ ଫେରିଲା କଳିଙ୍ଗ ଷ୍ଟୁଡିଓ: ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

October 5, 2026

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026

ହ୍ୱାଟ୍ସଆପ୍ ଗ୍ରୁପରେ ଇସ୍ତଫା ଘୋଷଣା, ପରଦିନ ଡିଲିଟ୍! ତିରୁବନନ୍ତପୁରମରେ ବିଜେପିକୁ ନେଇ ବଡ଼ ରାଜନୈତିକ ଝଡ଼

October 4, 2026
Latest News

UPIକୁ ବଡ଼ ଝଟକା! ୧୦ ଅକ୍ଟୋବରରୁ ପେମେଣ୍ଟ ନେବନି ଏହି କମ୍ପାନୀ, ୦.୪% MDRକୁ ନେଇ ବଢ଼ିଲା ଚିନ୍ତା

October 5, 2026

ଘରେ ତିଆରି କରନ୍ତୁ ଭେଣ୍ଡି ହେୟାର୍ ସ୍ପା ଜେଲ୍: ବିନା କେମିକାଲ୍‌ରେ କେଶ ହେବ କେରାଟିନ୍ ପରି କୋମଳ ଓ ସିଧା

October 5, 2026

ନୂଆ ଆକର୍ଷଣ ଓ ଅତ୍ୟାଧୁନିକ ସୁବିଧା ସହ ଫେରିଲା କଳିଙ୍ଗ ଷ୍ଟୁଡିଓ: ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

October 5, 2026

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.