Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେପ୍ଟେମ୍ବର ୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ
ଆଜିର ଖବର

ସେପ୍ଟେମ୍ବର ୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

August 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଏହି ଅଧିବେଶନ ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ। ବିଧାନସଭା ସଚିବାଳୟ ପକ୍ଷରୁ ପ୍ରସ୍ତୁତ ଅସ୍ଥାୟୀ କାର୍ଯ୍ୟସୂଚୀ ଅନୁସାରେ, ଚଳିତ ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି।

ସେପ୍ଟେମ୍ବର ୨୨ରୁ ୨୪ ତାରିଖ ଯାଏଁ ସରକାରୀ କାର୍ଯ୍ୟ ଚାଲିବ। ସେପ୍ଟେମ୍ବର ୨୫ ତାରିଖରେ ବେସରକାରୀ ସଦସ୍ୟଙ୍କ ବିଲ୍‌ ଓ ପ୍ରସ୍ତାବ ଉପରେ କାର୍ଯ୍ୟ ହେବ। ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ଗୃହର କୌଣସି ବୈଠକ ହେବ ନାହିଁ। ପରେ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧ ଯାଏଁ ପୁଣି ଗୃହ କାର୍ଯ୍ୟ ଚାଲିବ। ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପାଇଁ ଛୁଟି ରହିଥିବାବେଳେ, ଅକ୍ଟୋବର ୩ରେ ଅଧିବେଶନ ଶେଷ ହେବ।

ଏହି ଅଧିବେଶନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପରେ ଆଲୋଚନା ସହ ରାଜ୍ୟର ସାମ୍ପ୍ରତିକ ସମସ୍ୟାଗୁଡ଼ିକ ନେଇ ସରଗରମ ଆଲୋଚନା ହେବାର ସମ୍ଭାବନା ରହିଛି। ବିଶେଷକରି ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌, ରାଜ୍ୟର ବନ୍ୟା ପରିସ୍ଥିତି, ସ୍କୁଲ୍‌ ପାଠ୍ୟପୁସ୍ତକରେ ଥିବା କଥିତ ତ୍ରୁଟି ଓ ଛାତ୍ର ସଂଘ ନିର୍ବାଚନ ଭଳି ପ୍ରସଙ୍ଗ ଗୃହରେ ଉଠିପାରେ।

ବନ୍ୟା ଓ ବର୍ଷାଜନିତ କ୍ଷୟକ୍ଷତି, ରିଲିଫ୍‌ ଓ ପୁନର୍ବାସ, ଆଇନଶୃଙ୍ଖଳା, କୃଷକଙ୍କ ସମସ୍ୟା ଏବଂ ସ୍ଥାନୀୟ ପ୍ରଶାସନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି। ତେଣୁ ସୀମିତ କାର୍ଯ୍ୟଦିବସ ମଧ୍ୟରେ ମୌସୁମୀ ଅଧିବେଶନ ବେଶ୍‌ ହଙ୍ଗାମାପୂର୍ଣ୍ଣ ଓ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ସଚିବାଳୟ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଚାଲିଛି।

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଓଡିଶା ବିଧାନସଭା ମୌସୁମୀ ଅଧିବେଶନ
Share. Facebook Twitter LinkedIn Email WhatsApp Copy Link

Related Posts

ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସରେ ଭିତ୍ତିଭୂମି ଅଭାବ: ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା

September 15, 2026

ବାଇକ୍-ଟ୍ରଲି ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

September 15, 2026

ସେମିକନ୍ ଇଣ୍ଡିଆ ୨୦୨୬: ସେପ୍ଟେମ୍ବର ୧୭ରେ ୫ମ ସଂସ୍କରଣର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

September 15, 2026

ଜମିକୁ ପାଣି ମଡ଼ାଇବାକୁ କେନ୍ଦ୍ର କରି ଦିଅର-ଭାଉଜ ମାଡ଼ପିଟ୍‌: ଭାଉଜଙ୍କ ଭାଙ୍ଗିଲା ହାତ, ଦିଅର ଗିରଫ

September 15, 2026
Latest News

ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସରେ ଭିତ୍ତିଭୂମି ଅଭାବ: ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା

September 15, 2026

ବାଇକ୍-ଟ୍ରଲି ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

September 15, 2026

ସେମିକନ୍ ଇଣ୍ଡିଆ ୨୦୨୬: ସେପ୍ଟେମ୍ବର ୧୭ରେ ୫ମ ସଂସ୍କରଣର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

September 15, 2026

ଜମିକୁ ପାଣି ମଡ଼ାଇବାକୁ କେନ୍ଦ୍ର କରି ଦିଅର-ଭାଉଜ ମାଡ଼ପିଟ୍‌: ଭାଉଜଙ୍କ ଭାଙ୍ଗିଲା ହାତ, ଦିଅର ଗିରଫ

September 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ଜଳିବ ‘ଆଶୀର୍ବାଦର ଦୀପ’: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.