ଭୁବନେଶ୍ଵର: ସନ୍ଥ ଶିରୋମଣି ଗୁରୁ ରବି ଦାସଙ୍କ ୬୫୦ତମ ଜୟନ୍ତୀ ଅବସରରେ କୋରାପୁଟରେ ‘ସମରସ ସଙ୍କଳ୍ପ ଅଭିଯାନ’ ଓ ‘ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା’ ଅନୁଷ୍ଠିତ ହୋଇଛି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ କହିଛନ୍ତି, ଗୁରୁ ରବି ଦାସଙ୍କ ରଚନା ଆଜି ମଧ୍ୟ ସମାଜକୁ ମାର୍ଗଦର୍ଶନ କରୁଛି ଏବଂ ସଚେତନତା ସୃଷ୍ଟି କରୁଛି। ସମାଜରେ ସମାନତାକୁ ବଜାୟ ରଖିବା ପାଇଁ ଶ୍ରୀ ଗଣ୍ଡ ଆହ୍ବାନ ଦେଇଛନ୍ତି । ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ କଳସ ଶୋଭାଯାତ୍ରା ବାହାରିଥିଲା। ଏହି ଅବସରରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉପସ୍ଥିତ ଥିଲେ।


