Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»MMDR ଆଇନ ପ୍ରତ୍ୟାହାର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା
ଆଜିର ଖବର

MMDR ଆଇନ ପ୍ରତ୍ୟାହାର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା

August 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
MMDR ଆଇନ ପ୍ରତ୍ୟାହାର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା
MMDR ଆଇନ ପ୍ରତ୍ୟାହାର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): MMDR ଆଇନ ଓଡ଼ିଶାର ସର୍ବନାଶ କରିବ। ରାଜ୍ୟର ଜମି ଓ ମାଟିତଳେ ଥିବା ଖଣିଜ ସଂପଦ ଉପରେ ରାଜ୍ୟର ଅଧିକାର ରହିବ ନାହିଁ। ସୁପ୍ରିମକୋର୍ଟ ସିଦ୍ଧାନ୍ତ ଯୋଗୁଁ ରାଜ୍ୟ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ପାଇଥାନ୍ତା ତାହା ମିଳିବ ନାହିଁ।ସେହିଭଳି ପ୍ରତିବର୍ଷ ପ୍ରାୟ ୧୨ ରୁ ୧୫ ହଜାର କୋଟି ଟଙ୍କା ଟିକସ ବାବଦରେ ପାଇଥାନ୍ତା, ତାହାମଧ୍ୟ ହରାଇବା। ତେଣୁ ଓଡ଼ିଶା ଭଳି ଗରୀବ ରାଜ୍ୟ ସାଙ୍ଘାତିକ ଆର୍ଥିକ କ୍ଷତିର ସମ୍ମୁଖୀନ ହେବ।

ସେହିଭଳି ସମ୍ବିଧାନର ୭ ଅନୁଛେଦ ଅନୁଯାୟୀ ରାଜ୍ୟଗୁଡ଼ିକ ଜମି ଉପରେ ରହିଥିବା ଅଧିକାରକୁ ହରାଇବେ। ଖଣିଜ ସଂପଦଥିବା ଆଦିବାସୀ ଅଂଚଳରେ ସେମାନେ ଜମି, ଜଙ୍ଗଲ ଓ ଜୀବିକା ଉପରୁ ମଧ୍ୟ ଅଧିକାର ହରାଇବେ। ରାଜ୍ୟ ଗୁଡିକ ଜମି, ପାଣି, ପରିବହନ, ବିଦ୍ୟୁତ ଖର୍ଚ୍ଚ କରିବେ। ସମ୍ବଳ ପରିବର୍ତ୍ତେ ରାଜ୍ୟ କେବଳ ପ୍ରଦ୍ୟୁଷଣର ଶିକାର ହେବ।
ଏହି ରାଜ୍ୟର ସ୍ୱାର୍ଥ ବିରୋଧୀ ନିଷ୍ପତ୍ତି ବିରୋଧରେ ରାଜ୍ୟର ସାଂସଦ ଓ ରାଜ୍ୟ ସରକାର ବିରୋଧ କରିବା ପରିବର୍ତ୍ତେ ଏହା ସପକ୍ଷରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରୁଛନ୍ତି। ବଡ଼ବଡ଼ କମ୍ପାନୀ ଗୁଡିକୁ ଲାଭ ଯୋଗାଇ ଦେବା ପାଇଁ ନଗ୍ନଭାବେ ରାଜ୍ୟର ସ୍ୱାର୍ଥ ବିରୋଧରେ ଠିଆ ହେଉଛନ୍ତି।

ରାଜ୍ୟର INDIA ମେଣ୍ଟର ଅଂଶୀଦାର ଦଳ ଗୁଡିକ ଏହି ଆଇନ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଆଇନ ପ୍ରତ୍ୟାହାର ପର୍ଯ୍ୟନ୍ତ ମିଳିତଭାବେ ଲଢେ଼ଇ ଜୋରଦାର କରିବା ପାଇଁ ଯୋଜନା ଚୂଡାନ୍ତ କରିଛନ୍ତି।

ଏହାର ଅଂଶ ବିଶେଷ ଭାବେ ପୁରୁଣା ବସ ଷ୍ଟାଣ୍ଡଠାରେ କଂଗ୍ରେସ, ସିପିଏମ, ସିପିଆଇ ଓ ଫରୱାର୍ଡ ବ୍ଲକ ପକ୍ଷରୁ ଏକ ପ୍ରତିବାଦ ଧାରଣା ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ଜିଲ୍ଲା ସଭାପତି ରଶ୍ମି ପଟ୍ଟନାୟକ, ସିପିଆଇ ନେତା ପ୍ରକାଶ ପାତ୍ର, ସିପିଏମ ନେତା ଯୁଧିଷ୍ଠିର ବେହେରା, ଫରୱାର୍ଡ ବ୍ଲକର ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ସଭାକୁ ପରିଚାଳନା କରିଥିଲେ।
ଏଥିରେ ସିପିଏମର ବରିଷ୍ଠ ନେତା ଅଳି କିଶୋର ପଟନାୟକ, ସିପିଆ ର ନାରାୟଣ ରେଡି, କଂଗ୍ରେସର ତ୍ରିନାଥ ବେହେରା, ରାଘବ ପରିଡା, ଫରୱାର୍ଡ ବ୍ଲକର ବିଭୁ ପ୍ରସାଦ ପାଢ଼ୀ ,ନୀଳକଣ୍ଠ ଦାସ, ପ୍ରଦୀପ ସେଠି, କୈଳାସ ଷଡଙ୍ଗୀ, ବିଦ୍ୟାଧର ଜେନା, ଶିବପ୍ରସାଦ ମହାପାତ୍ର, ରାମଚନ୍ଦ୍ର ନାୟକ,ଗୋକୁଳ ତ୍ରିପାଠୀ,କାମଦେବ ନାହାକ ଓ ପ୍ରଫୁଲ୍ଲ ଜେନା ସମେତ ଜିଲ୍ଲା ବହୁ ନେତୃସ୍ଥାନୀୟ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ।

MMDR ଆଇନ ଇଣ୍ଡିଆ ମେଣ୍ଟର ଧାରଣା ପ୍ରତ୍ୟାହାର ଦାବୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

October 12, 2026

ଟାଇମ୍ସ ଫ୍ୟାଶନ୍ ୱିକ୍ ରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଝଲକ ଦେଖାଇଲା ଓରମାସ୍

October 12, 2026

ଛାତ୍ର ସଂସଦ ନିର୍ବାଚନ: ଉଷ୍ମ ହେଲାଣି ରାଜଧାନୀ କ୍ୟାମ୍ପସ୍

October 12, 2026

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

October 12, 2026
Latest News

ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

October 12, 2026

ଟି-୨୦ରେ ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

October 12, 2026

କ୍ୟାପ୍‌ଟେନ୍ ସ୍ମୃତି ମନ୍ଧାନା ୟୁନିସେଫ୍ ଇଣ୍ଡିଆ ‘ସେଲିବ୍ରିଟି ଆଡ୍‌ଭୋକେଟ୍’

October 12, 2026

ଟାଇମ୍ସ ଫ୍ୟାଶନ୍ ୱିକ୍ ରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଝଲକ ଦେଖାଇଲା ଓରମାସ୍

October 12, 2026

ଛାତ୍ର ସଂସଦ ନିର୍ବାଚନ: ଉଷ୍ମ ହେଲାଣି ରାଜଧାନୀ କ୍ୟାମ୍ପସ୍

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.