ଭୁବନେଶ୍ବର: କଲେଜ କ୍ୟାଣ୍ଟିନ୍ ଓ ହଷ୍ଟେଲରେ ରନ୍ଧନ ତେଲର ବ୍ୟବହାର କମାଇବାକୁ ପରାମର୍ଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। ଏନେଇ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଅନୁସରଣ କରି ଛାତ୍ରଛାତ୍ରୀଙ୍କ ଖାଦ୍ୟାଭ୍ୟାସରେ ସୁସ୍ଥ ପରିବର୍ତ୍ତନ ଆଣିବାକୁ ବିଭାଗ ପରାମର୍ଶ ଦେଇଛି।
କଲେଜ କ୍ୟାଣ୍ଟିନ୍ ଓ ହଷ୍ଟେଲରେ ପୁରୀ, ବରା, ଆଳୁଚପ ଭଳି ଅଧିକ ତେଲିଆ ଖାଦ୍ୟକୁ ଏଡ଼ାଇବା ସହ ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧନ ତେଲର ବ୍ୟବହାର କମାଇବାକୁ କୁହାଯାଇଛି। ଏଥିସହ ପାରମ୍ପରିକ ଘିଅ, ସୋରିଷ ତେଲ ଓ ବାଦାମ ତେଲ ଭଳି ବିକଳ୍ପର ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ନିର୍ଦ୍ଦେଶ ରହିଛି।


