Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ଘୋଷଣା: ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ
ଆଜିର ଖବର

ସରକାରୀ ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ଘୋଷଣା: ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ

August 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ସରକାରୀ ଦନ୍ତ ଚିକିତ୍ସା ସେବାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ ଦେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଘୋଷଣା କରିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ପିଜି ଯୋଗ୍ୟତାପ୍ରାପ୍ତ ଦନ୍ତ ଚିକିତ୍ସକଙ୍କୁ ସରକାରୀ ସେବାରେ ପ୍ରୋତ୍ସାହିତ କରିବା ସହ ରାଜ୍ୟର ଦନ୍ତ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଅର୍ଥ ବିଭାଗର ସମ୍ମତି ପରେ ସ୍ୱାସ୍ଥ୍ୟ ବିଭାଗ ଏହି ନୋଟିଫିକେସନ୍‌ ଜାରି କରିଛି।

NMC ସ୍ୱୀକୃତ ମେଡିକାଲ କଲେଜରୁ ପୋଷ୍ଟ-ଗ୍ରାଜୁଏସନ୍‌ ଯୋଗ୍ୟତା ହାସଲ କରି ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ଦନ୍ତ ଚିକିତ୍ସକମାନେ ଏହି ସୁବିଧା ପାଇବେ। ସରକାରୀ ନୋଟିଫିକେସନ୍‌ ଅନୁଯାୟୀ, ୨୯ ଅଗଷ୍ଟ ୨୦୨୬ରୁ ଏହି ପ୍ରୋତ୍ସାହନ ଲାଗୁ ହେବ।

ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକମାନେ ସରକାରୀ ସେବାରେ ରହିବାକୁ ଅଧିକ ଉତ୍ସାହିତ ହେବେ। ଏହାସହ ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ବିଶେଷଜ୍ଞ ଦନ୍ତ ଚିକିତ୍ସା ସେବା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

NMC ଓଡ଼ିଶା ମେଡିକାଲ ସର୍ଭିସେସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

August 29, 2026

‘ନିଶାମୁକ୍ତ ଓଡ଼ିଶା’ରୁ ସୁରକ୍ଷିତ ଓଡ଼ିଶା: ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

August 29, 2026

ବୃହତ୍ ଶିଳ୍ପ ପ୍ରକଳ୍ପ ନେଇ ସରକାରଙ୍କ ସମୀକ୍ଷା

August 29, 2026

ଯାତ୍ରୀଙ୍କ ପକେଟ୍‌ରେ ପଡ଼ିବ ମହଙ୍ଗା ଭାର, ଭଡ଼ା ବଢ଼ାଇବାକୁ ଦାବି

August 29, 2026
Latest News

ସରକାରୀ ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ଘୋଷଣା: ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ

August 29, 2026

ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

August 29, 2026

‘ନିଶାମୁକ୍ତ ଓଡ଼ିଶା’ରୁ ସୁରକ୍ଷିତ ଓଡ଼ିଶା: ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

August 29, 2026

ବୃହତ୍ ଶିଳ୍ପ ପ୍ରକଳ୍ପ ନେଇ ସରକାରଙ୍କ ସମୀକ୍ଷା

August 29, 2026

ଏଭରେଷ୍ଟ ମସଲା ଉପରେ ପ୍ରତିବନ୍ଧକ: ନୋଟିସ ଜାରି କଲା FSSAI 

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.