Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋରଧା ପୌର ପରିଷଦର ୬୭ ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ
ଆଜିର ଖବର

ଖୋରଧା ପୌର ପରିଷଦର ୬୭ ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଖୋରଧା ପୌର ପରିଷଦର ୬୭ ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ
ଖୋରଧା ପୌର ପରିଷଦର ୬୭ ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଖୋରଧା: ଆଜି ପୂର୍ବାହ୍ନରେ ଖୋରଧା ପୌର ପରିଷଦ ୬୭ ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ସହରାଞ୍ଚଳ ବିକାଶର କାର୍ଯ୍ୟଧାରାକୁ ବଜାୟ ରଖି ବିକଶିତ ଖୋରଧା ସହର ଲକ୍ଷ୍ୟରେ ଆଗେଇ ଚାଲିଛି ବୋଲି ଖୋରଧା ପୌର ପରିଷଦ ନିର୍ବାହୀ ଅଧିକାରୀ କାବେରୀ ମୁଦୁଲି ନିଜ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ଭାଷଣ ପ୍ରଦାନ ପୂର୍ବକ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି। ସୁଶ୍ରୀ ମୁଦୁଲି ବୃକ୍ଷ ରୋପଣ, କ୍ରୀଡ଼ା ଉତ୍ସବ ଭଳି ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୌରପରିଷଦ ପକ୍ଷରୁ ଆୟୋଜନ ହୋଇଥିବା ସୂଚନା ଦେଇଥିଲେ।

ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସ୍ପଷ୍ଟ କରି ନିର୍ବାହୀ ଅଧିକାରୀ କହିଥିଲେ ୮ ଗୋଟି ଗ୍ରାମକୁ ନେଇ ୧୨ ଜୁଲାଇ ୧୯୬୦ ମସିହାରେ ଜୀବନ୍ୟାସ ପାଇଥିବା ପୌର ପରିଷଦ ଆଜି ୨୨ ଗୋଟି ୱାର୍ଡକୁ ନେଇ ସମ୍ବିଧାନର ୭୪ ତମ ସଂଶୋଧନ ଧାରାରେ କ୍ଷମତା ବିକେନ୍ଦ୍ରୀକରଣ ହୋଇ ସହରର ସର୍ବାଙ୍ଗିନ ବିକାଶ ପଥେ ଆଗେଇ ଚାଲିଛି। ୫୦ ହଜାର ଜନସଂଖ୍ୟା ରୁ ଉର୍ଦ୍ଧ୍ବ ଖୋରଧା ସହର ବାସିନ୍ଦାଙ୍କୁ ନେଇ ସ୍ୱଚ୍ଛ ସାଥୀ, ଜଳ ସାଥୀ, ସ୍ୱଚ୍ଛ କର୍ମୀ, ଝାଡୁଦାର ଆଦି ତୃଣ ମୂଳ ସ୍ତର କର୍ମଚାରୀ ମାନଙ୍କୁ ନେଇ ସ୍ୱଚ୍ଛତା କ୍ଷେତ୍ରରେ ଓ ପରିମଳ କ୍ଷେତ୍ରରେ ସହରକୁ ସରସ ସୁନ୍ଦର କରିବା ପାଇଁ ଗୋଶାଳା ଓ ଶ୍ମଶାନ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ।

ଖୋରଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଖୋରଧା ପୌରପରିଷଦ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମାନ୍ୟବର ବିଧାୟକ,ଖୋରଧା ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୟୀ ରାଜଗୁରୁ ଙ୍କ ଅର୍ଦ୍ଧ ବୟବ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରୀ ଜଗନ୍ନାଥ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଦିବସକୁ ଉଦ୍ଘାଟନ କରି ନିଜ ଅଭିଭାଷଣରେ ଖୋରଧା ପୌର ପରିଷଦ କୁ ଶୀର୍ଷରେ ପହଞ୍ଚାଇବା ପାଇଁ ସମସ୍ତ ସହରୀ ଯୋଜନା ଦ୍ରୁତ ରୂପାୟନ କରାଯାଉଛି ବୋଲି ପ୍ରକାଶ କରିଥିଲେ। ଶ୍ରୀଯୁକ୍ତ ଜଗଦ୍ଦେବ କହିଥିଲେ ସ୍ୱପ୍ନରୁ ସଂକଳ୍ପ, ସଙ୍କଳ୍ପରୁ ସିଦ୍ଧି ପ୍ରକାଶ କରି ଏକ ନବ ନିର୍ମାଣର ଯୁଗ, ଦୃତ ବିକାଶ ପଥେ ଖୋରଧା ପୌର ପରିଷଦ, ସୂଚନା ପୁସ୍ତିକାକୁ ଉନ୍ମୋଚନ କରିଥିଲେ।

ମାନ୍ୟବର ବିଧାୟକ କହିଥିଲେ ଯେ, ୨୦୨୫ ସ୍ୱାୟତ୍ତ ଶାସନ ଦିବସ ରେ ଯାହା ସଂକଳ୍ପ ଥିଲା ତାହା ୨୦୨୬ ସ୍ୱାୟତ୍ତ ଶାସନ ଦିବସରେ ସଂକଳ୍ପ କାର୍ଯ୍ୟକାରୀ ହେଲା ବୋଲି କହିଥିଲେ। ଖୋର୍ଦ୍ଧା ସହରରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଡିଭିଜନ କାର୍ଯ୍ୟାଳୟ ଏବଂ ଗ୍ରାମ୍ୟ ଉନ୍ନୟନ ଡିଭିଜନ କାର୍ଯ୍ୟାଳୟ ଖୋଲି ବିକାଶର ଧାରା ତଥା ଖୋର୍ଦ୍ଧା ସହରକୁ ପରିମଳ ଓ ସ୍ୱେରେଜ୍ କ୍ଷେତ୍ରରେ ଶତ ପ୍ରତିଶତ ସେବା ସହର ବାସୀଙ୍କୁ ଯୋଗାଇଦିଆଯିବ। ସହରରେ ସି ସି କ୍ୟାମେରା ଲାଗିବ, ଅତ୍ୟାଧୁନିକ ସପିଙ୍ଗ ମଲ୍ ନିର୍ମାଣ ଓ ୱାଟକୋ ଡିଭିଜନ କାର୍ଯ୍ୟାଳୟ ଖୋଲିବା ପାଇଁ ସରକାରଙ୍କୁ ଅନୁମୋଦନ ମଗାଯାଇଛି ବୋଲି ପ୍ରକାଶ କରିଥିଲେ। ଏଣୁ ସମସ୍ତ ସହର ବାସୀ ସରକାରଙ୍କୁ ସହଯୋଗ କଲେ ଅଧିକରୁ ଅଧିକ ସହରର ବିକାଶ ମୂଳକ କାର୍ଯ୍ୟଦ୍ୱାରା ଖୋରଧା ପୌର ପରିଷଦ ୧ ନମ୍ବର ହୋଇ ସାରା ରାଜ୍ୟକୁ ଦିଗ୍ ଦର୍ଶନ ଦେବ ବୋଲି ନିଜ ଉଦବୋଧନରେ ପ୍ରକାଶ କରିଥିଲେ।

ସଭାର ସଭାପତି ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି କହିଲେ ଯେ, ଖୋରଧା ସହର ଭାଇ ଚାରାର ସହର। ଏଣୁ ସମସ୍ତ ସହର ବାସି ଏକାଠି କାର୍ଯ୍ୟ କରି ଖୋରଧା ପୌର ପରିଷଦ କୁ ଗରିମାମୟ କରିବାକୁ ଆହ୍ଵାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ହୋତା ଯୋଗଦେଇ କହିଲେ ନୂତନ ସରକାରଙ୍କ ସମୟରେ ସହରର ରାସ୍ତା ଘାଟ ଉନ୍ନତି, ଡ୍ରେନ ସଫା ଆଲୋକିକରଣ ଆଦି କାର୍ଯ୍ୟ ଦ୍ଵାରା ସହରର କାୟାକଳ୍ପ ପରିବର୍ତ୍ତନ ହେବାକୁ ଯାଉଛି। ଆଗାମୀ ପିଢ଼ି ଖୋରଧାର ବିକାଶର ନବନିର୍ମାଣର ଯୁଗ ଦେଖିବେ।

ସେହିପରି ଖୋରଧା ପୌର ପରିଷଦର ନୂତନ କାର୍ଯ୍ୟାଳୟ ତିଆରି କାର୍ଯ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସେ ପ୍ରକାଶ କରିଥିଲେ। ଶେଷରେ ଖୋରଧା ପୌର ପରିଷଦ ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ। ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜଗଦ୍ଦେବ ବରିଷ୍ଠ ନାଗରିକ ନରସିଂହ ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ ଆଭାସ କୁମାର ବରାଳ, ଡ଼ଃ ଗୁରୁ ପ୍ରସାଦ ମହାପାତ୍ର, ବିଶିଷ୍ଟ ସାହିତ୍ୟିକା କବିତା ପଟ୍ଟନାୟକ, ବିଶିଷ୍ଟ କବୟିତ୍ରୀ ଶୁଭ୍ରା ଦାସ, ଶ୍ରେଷ୍ଟ ସାମ୍ବାଦିକ ରଞ୍ଜିତ କେ ଏନ ସାମନ୍ତରାୟ, ଦୈନିକ ସକାଳ, ରାଜେଶ କୁମାର ମହାନ୍ତି, ଦୈନିକ ସମାଜ ସମେତ ଶ୍ରେଷ୍ଟ ସମାଜ ସେବା ଅନୁଷ୍ଠାନ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଗୋଡ଼ି ପୋଖରୀ, ଖୋରଧା, ସମାଜ ସେବୀ ନିକୁଞ୍ଜ କୁମାର ପଟ୍ଟାୟକ ଏବଂ ବିଭିନ୍ନ ସେବା କ୍ଷେତ୍ରରେ ଉଲ୍ଲେଖ ନୀୟ ଅବଦାନ ଥିବା ସହରର ୫୪ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

ପ୍ରାରମ୍ଭରେ ଅତିଥି ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଜାତୀୟ ସଙ୍ଗୀତ ବନ୍ଦେ ମାତରଂ ଗାନ କରାଯାଇଥିଲା ଓ ମୁଖ୍ୟମନ୍ତ୍ରୀଙ୍କ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଭୁବନେଶ୍ୱର ଓ ୟୁ ଏ ଟି ରୁ ସିଧା ପ୍ରସାରଣ ପ୍ରଦର୍ଶିତ ହୋଇଥିଲା। ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ ପରିବେଷଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ୱାର୍ଡ କାଉନସିଲର, ପୌର ପରିଷଦ ଅଧିକାରୀ ତଥା କର୍ମଚାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ, ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା , ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ସମସ୍ତ ୱାର୍ଡର ସୁଧିବୃନ୍ଦ ଯୋଗ ଦେଇଥିଲେ।

ଖୋରଧା ପୌର ପରିଷଦ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅକ୍ଟୋବର ୧୨ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2026

ମୋଦୀଙ୍କ ମଞ୍ଚରେ ବିଜୟଙ୍କ ପୋଷ୍ଟର, ‘ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ୨୦୨୯’ ସ୍ଲୋଗାନକୁ ନେଇ ଚର୍ଚ୍ଚା

October 12, 2026

ରାହୁଲ-ଖାର୍ଗେଙ୍କୁ CJIଙ୍କ ଝଟକା! ‘ଭୋଟ ଚୋରି’ ଅଭିଯୋଗ ଶୁଣିବାକୁ କାହିଁକି ମନା କଲେ ଜଷ୍ଟିସ ସୂର୍ଯ୍ୟକାନ୍ତ?

October 12, 2026

ଦଶାହ ଭୋଜି ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ଅନାଥ ହେଲେ ଦୁଇ ଶିଶୁ

October 11, 2026
Latest News

ଆଜି ଅକ୍ଟୋବର ୧୨ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2026

ମୋଦୀଙ୍କ ମଞ୍ଚରେ ବିଜୟଙ୍କ ପୋଷ୍ଟର, ‘ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ୨୦୨୯’ ସ୍ଲୋଗାନକୁ ନେଇ ଚର୍ଚ୍ଚା

October 12, 2026

ରାହୁଲ-ଖାର୍ଗେଙ୍କୁ CJIଙ୍କ ଝଟକା! ‘ଭୋଟ ଚୋରି’ ଅଭିଯୋଗ ଶୁଣିବାକୁ କାହିଁକି ମନା କଲେ ଜଷ୍ଟିସ ସୂର୍ଯ୍ୟକାନ୍ତ?

October 12, 2026

ଦଶାହ ଭୋଜି ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ଅନାଥ ହେଲେ ଦୁଇ ଶିଶୁ

October 11, 2026

ଛାତ୍ର ସଂସଦ ନିର୍ବାଚନୀ ହିଂସା: ଆମିଷ ଭୋଜି ବାରଣକୁ କେନ୍ଦ୍ର କରି ଗଣ୍ଡଗୋଳ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.