ଭୁବନେଶ୍ଵର: ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ ଅନ୍ତର ସିଂହ ଆର୍ଯ୍ୟ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଗସ୍ତ କରିଛନ୍ତି। ପୁରୀରେ ପହଞ୍ଚିବା ପରେ ସେ ସର୍କିଟ ହାଉସ ପରିସରରେ ବୃକ୍ଷରୋପଣ କରିଛନ୍ତି। ପରେ ବିଭିନ୍ନ ଅନୁସୂଚିତ ଜନଜାତି ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି।
ଏହି ଅବସରରେ ପୁରୀ ଜିଲ୍ଲାରେ ଜନଜାତି କଲ୍ୟାଣ ସମ୍ପର୍କିତ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆଜି ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ମଙ୍ଗଳବାର ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।


