Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜରେ ସ୍ନାତକତା ଦିବସ
ଆଜିର ଖବର

କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜରେ ସ୍ନାତକତା ଦିବସ

September 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କବିରାଜ ଅନନ୍ତ ତ୍ରିପାଠୀ
କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜରେ ସ୍ନାତକତା ଦିବସ

ଭୁବନେଶ୍ବର: ବ୍ରହ୍ମପୁରସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜରେ ୨୦୨୬ ବର୍ଷର ଉତ୍ତୀର୍ଣ୍ଣ ସ୍ନାତକ ଆୟୁର୍ବେଦ ଡାକ୍ତରମାନଙ୍କୁ ନେଇ ସ୍ନାତକତା ଦିବସ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ନବସ୍ନାତକ ଡାକ୍ତରମାନଙ୍କୁ ସମ୍ମାନିତ କରାଯିବା ସହ ଆୟୁର୍ବେଦ ଚିକିତ୍ସାର ବିକାଶ ଓ ମାନବସେବାରେ ନିଜକୁ ସମର୍ପିତ କରିବା ପାଇଁ ଅତିଥି ଓ ଅଧ୍ୟାପକମାନେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଆୟୁର୍ବେଦର ପ୍ରବର୍ତ୍ତକ ଭଗବାନ ଧନ୍ୱନ୍ତରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ଛାତ୍ରୀ ଅର୍ପିତା ତରାଇ ସ୍ୱାଗତ ସଙ୍ଗୀତ ଓ ଗଣେଶ ବନ୍ଦନା ପରିବେଷଣ କରିଥିଲେ। ଛାତ୍ର ସଂସଦର ସଭାପତି ବିଶ୍ୱଜିତ ରଣା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଆୟୁର୍ବେଦ ଗବେଷକ ତଥା ପୂର୍ବତନ ସିଡିଏମ୍ଓ, ଢେଙ୍କାନାଳ ଆୟୁର୍ବେଦ ସର୍କଲର ମୁଖ୍ୟ ଡା. ଶିଶିର କାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବସ୍ନାତକ ଡାକ୍ତରମାନଙ୍କୁ ଆୟୁର୍ବେଦର ମୌଳିକତା, ଗବେଷଣା ଓ ରୋଗୀସେବାକୁ ପ୍ରାଥମିକତା ଦେବା ପାଇଁ ପରାମର୍ଶ ଦେଇଥିଲେ।

ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ, କେ.ଏ.ଟି.ଏସ୍. ଆୟୁର୍ବେଦ ମେଡିକାଲ କଲେଜର ଡା. ବିମଳ କୁମାର ପଣ୍ଡା ନବସ୍ନାତକ ଡାକ୍ତରମାନଙ୍କୁ ଭାବବିହ୍ୱଳ ବିଦାୟ ଦେବା ସହ ତାଙ୍କ ଆଗାମୀ ଜୀବନ ଓ ବୃତ୍ତିଗତ ଦାୟିତ୍ୱ ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ରଖିଥିଲେ।

କଲେଜର ପ୍ରଫେସର, ଅଧ୍ୟକ୍ଷ ତଥା ଡିନ୍ ଡା. ଅରୁଣ କୁମାର ଦାସ ସ୍ନାତକତା ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଉତ୍ତୀର୍ଣ୍ଣ ଡାକ୍ତରମାନେ ଆୟୁର୍ବେଦର ଗୌରବ ଓ ପରମ୍ପରାକୁ ଆଗକୁ ନେବା ପାଇଁ ଆହ୍ୱାନ ଦେଇଥିଲେ।
କାୟଚିକିତ୍ସା ପିଜି ବିଭାଗର ଏଚ୍ ଓ ଡି ଡା. ଚିନ୍ମୟ ଭବାନୀ ପ୍ରସାଦ ଏବଂ କାୟଚିକିତ୍ସା ବିଭାଗର ଏଚ୍ଓଡି ଡା. ନିବେଦିତା ଆଚାର୍ଯ୍ୟ ଆଧୁନିକ ଯୁଗରେ ଆୟୁର୍ବେଦର ପ୍ରଗତି ପାଇଁ ନବପିଢ଼ିର ଡାକ୍ତରମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଛାତ୍ର ସଂସଦର ଉପଦେଷ୍ଟା ତଥା ଅଗଦତନ୍ତ୍ର ବିଭାଗର ଏଚ୍ଓଡି ଡା. ସୁବ୍ରତ ଜୟସିଂ ଉତ୍ତୀର୍ଣ୍ଣ ବିଶ୍ୱାସ ବ୍ୟାଚର ସଫଳତା ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ଦେଇଥିଲେ।

ଅଧ୍ୟାପିକା ଡା. ଜୟସିଂ ବେଜ ଉପସ୍ଥିତ ଅଭିଭାବକ ଓ ନବସ୍ନାତକ ଡାକ୍ତରମାନଙ୍କୁ ସମାଜ ପ୍ରତି ଉତ୍ସର୍ଗୀକୃତ ମନୋଭାବରେ ସେବା କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ଡା. କଳାନିଧି ହୋତା ଆୟୁର୍ବେଦ କ୍ଷେତ୍ରରେ ରହିଥିବା ବିଭିନ୍ନ ସୁଯୋଗ, ସମ୍ଭାବନା ଓ ଭବିଷ୍ୟତ ଦୃଷ୍ଟିକୋଣ ସମ୍ପର୍କରେ ସୂଚନା ଦେଇଥିଲେ। ଆୟୁର୍ବେଦ ସହ ଆଧୁନିକ ଚିକିତ୍ସା ବିଜ୍ଞାନର ସମନ୍ୱୟ ରଖି ନିଜର ଭିଜନ୍ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ।

ଅଧ୍ୟାପକ ଡା. ସୌଭାଗ୍ୟ କୁମାର ମହାଳିକ ଆୟୁର୍ବେଦର ଶୁଦ୍ଧତା, ମୌଳିକତା ଏବଂ ଏହାର ଚିକିତ୍ସାଗତ ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ଅଧ୍ୟାପକ ଡା. ଅଶ୍ୱନୀ ଭବାନୀ ପ୍ରସାଦ ୨୦୨୬ ବର୍ଷର ଉତ୍ତୀର୍ଣ୍ଣ ସ୍ନାତକ ଡାକ୍ତରମାନଙ୍କ ଆଗାମୀ ଦିନର ଲକ୍ଷ୍ୟ, ଆହ୍ୱାନ ଓ ଦାୟିତ୍ୱ ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ରଖିଥିଲେ।

ଏହି ଅବସରରେ ଉପସ୍ଥିତ ଅଭିଭାବକମାନେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜର ଶିକ୍ଷା, ଶୃଙ୍ଖଳା ଓ ଆୟୁର୍ବେଦ କ୍ଷେତ୍ରକୁ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଶେଷରେ ଉତ୍ତୀର୍ଣ୍ଣ ସ୍ନାତକ ଆୟୁର୍ବେଦ ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବମୁଖର ପରିବେଶରେ ଆୟୋଜିତ ଏହି ସ୍ନାତକତା ଦିବସ ନବସ୍ନାତକ ଡାକ୍ତରମାନଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇଥିଲା।

ଆୟୁର୍ବେଦ କବିରାଜ ଅନନ୍ତ ତ୍ରିପାଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ: ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମୁକାବିଲା

October 1, 2026

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ପାର୍ବଣ ଋତୁରେ ମହଙ୍ଗା ହେବ ନାହିଁ ଚିନି; ବିକ୍ରୟ କୋଟା ବୃଦ୍ଧି କଲେ ସରକାର 

October 1, 2026
Latest News

ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ: ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମୁକାବିଲା

October 1, 2026

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ପାର୍ବଣ ଋତୁରେ ମହଙ୍ଗା ହେବ ନାହିଁ ଚିନି; ବିକ୍ରୟ କୋଟା ବୃଦ୍ଧି କଲେ ସରକାର 

October 1, 2026

ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ: ଜାଣନ୍ତୁ ଦ୍ୱିତୀୟ ସ୍ଥାନରେ କିଏ?

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.