Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Prime Minister meets with the President of South Africa on the sidelines of the BRICS Summit in New Delhi
Prime Minister meets with the President of South Africa on the sidelines of the BRICS Summit in New Delhi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ମସିହା ସେପ୍ଟେମ୍ବର ୧୩ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ୍ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମହାମହିମ ସିରିଲ୍ ରାମାଫୋସାଙ୍କୁ ଭେଟିଛନ୍ତି।

ଦୁଇ ନେତା ସହଯୋଗର ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁମୁଖୀ ରଣନୈତିକ ଭାଗିଦାରୀ ଉପରେ ମତ ବିନିମୟ କରିଥିଲେ। ସେମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଘନିଷ୍ଠ ଏବଂ ଦୀର୍ଘସ୍ଥାୟୀ ସମ୍ପର୍କ ସହଭାଗୀ ଐତିହାସିକ ସଂଘର୍ଷ, ଦୃଢ଼ ସାଂସ୍କୃତିକ ସମ୍ବନ୍ଧ, ସୁଦୃଢ଼ ଆର୍ଥିକ ସମ୍ପର୍କ ଏବଂ ଗଭୀର ଜନ ସମ୍ପର୍କ ଉପରେ ଆଧାରିତ। ଦୁଇ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ଏବଂ ବହୁପକ୍ଷୀୟ ମଞ୍ଚରେ ଘନିଷ୍ଠ ସମନ୍ୱୟ ବଜାୟ ରଖିବା ଲାଗି ସହମତ ହୋଇଥିଲେ। ଦକ୍ଷିଣ ଆଫ୍ରିକାରୁ ଭାରତକୁ ଚିତାଗୁଡ଼ିକର ସଫଳ ସ୍ଥାନାନ୍ତରଣ ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକାକୁ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ମେଣ୍ଟରେ ଯୋଗଦେବା ପାଇଁ ବିଚାର କରିବାକୁ ନିମନ୍ତ୍ରଣ କରିଥିଲେ।

ରାଷ୍ଟ୍ରପତି ରାମାଫୋସା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କୁ ଏବଂ ତାଙ୍କ ପ୍ରତିନିଧି ଦଳକୁ ଦିଆଯାଇଥିବା ଭବ୍ୟ ଆତିଥ୍ୟ ତଥା ବ୍ରିକ୍ସ୍ ସମ୍ମିଳନୀର ସଫଳ ଆୟୋଜନ ପାଇଁ ଧନ୍ୟବାଦ ଜଣାଇଥିଲେ।

ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ବ୍ରିକ୍ସ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା, ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କଲେ ଏସ୍‌ପି

October 3, 2026

ଓଡ଼ିଶାରେ ଖୋଲିବ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର

October 3, 2026

ସ୍କୁଲ ଟଙ୍କା ହଡପ କରି ୨ ଗିରଫ

October 3, 2026

ବିହାର MLC ନିର୍ବାଚନ: ମେଣ୍ଟ ଭିତରେ ମହାଟକ୍କର, RJD-କଂଗ୍ରେସ ମୁହାଁମୁହିଁ

October 3, 2026
Latest News

ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା, ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କଲେ ଏସ୍‌ପି

October 3, 2026

ଓଡ଼ିଶାରେ ଖୋଲିବ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର

October 3, 2026

ସ୍କୁଲ ଟଙ୍କା ହଡପ କରି ୨ ଗିରଫ

October 3, 2026

ବିହାର MLC ନିର୍ବାଚନ: ମେଣ୍ଟ ଭିତରେ ମହାଟକ୍କର, RJD-କଂଗ୍ରେସ ମୁହାଁମୁହିଁ

October 3, 2026

ଇନ୍‌ଫ୍ଲୁଏନ୍ସର ମ୍ୟାଡ୍ ସାନ୍ଧୁଙ୍କୁ ହତ୍ୟା: ଅମୃତସରରେ ଚାଞ୍ଚଲ୍ୟ, ତଦନ୍ତ ଆରମ୍ଭ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.