Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳା ବାଇକ ଚାଳକଙ୍କୁ ଗାଡ଼ି ଚଢ଼ାଇବା ମାମଲା: ରାଜସ୍ଥାନରୁ କାର୍ ଡ୍ରାଇଭର ଗିରଫ
ଆଜିର ଖବର

ମହିଳା ବାଇକ ଚାଳକଙ୍କୁ ଗାଡ଼ି ଚଢ଼ାଇବା ମାମଲା: ରାଜସ୍ଥାନରୁ କାର୍ ଡ୍ରାଇଭର ଗିରଫ

September 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗୁରୁଗ୍ରାମ : ଗୁରୁଗ୍ରାମର ଗଲ୍ଫ କୋର୍ସ ରୋଡରେ ଜଣେ ମହିଳା ବାଇକ ଚାଳକଙ୍କୁ କାର ଧକ୍କା ଦେବା ମାମଲାରେ ଗୁରୁଗ୍ରାମ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ କାର ଡ୍ରାଇଭରକୁ ଗିରଫ କରିବା ସହ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖିଛି। ଅଭିଯୁକ୍ତ କାର ଡ୍ରାଇଭରଙ୍କୁ ହରିୟାଣା ପଲୱାଲର ବାସିନ୍ଦା କଲ୍ୟାଣ ବୈନ୍ସଲା ଭାବେ ଚିହ୍ନଟ କରାଯାଇଛି। ଘଟଣା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତିନୋଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଏହି ଟିମ୍‌ ମଧ୍ୟରୁ ଗୋଟିଏ ଦଳ ରାଜସ୍ଥାନର ଦୌସା ପହଞ୍ଚି କଲ୍ୟାଣ ବୈନ୍ସଲାଙ୍କୁ ଅଟକ ରଖିଥିଲା। ପୋଲିସ ତାଙ୍କୁ ଗୁରୁଗ୍ରାମ ଆଣି କୋର୍ଟରେ ହାଜର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏତଦ୍‌ବ୍ୟତୀତ ଏହି ମାମଲାରେ ଜଡ଼ିତ ପଲୱାଲର ଅନ୍ୟ ଜଣେ ଯୁବକ ଲବନୀଶ ଗୁର୍ଜରଙ୍କୁ ମଧ୍ୟ ପୋଲିସ ହେପାଜତକୁ ନିଆଯାଇଛି।

ଘଟଣା ସହିତ ଜଡ଼ିତ ସିସିଟିଭି  ଫୁଟେଜ୍‌ର ବିସ୍ତୃତ ଯାଞ୍ଚ ପରେ ପୋଲିସ ଏହି ମାମଲାରେ ‘ହତ୍ୟା ଉଦ୍ୟମ’  ଅଭିଯୋଗ ଯୋଡ଼ିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଆହତ ମହିଳା ବାଇକ ଚାଳକ ସିଆଙ୍କ ପରିବାର ଲୋକେ ପୋଲିସ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଅଭିଯୁକ୍ତମାନେ ଜାଣିଶୁଣି କାର୍‌କୁ ମାରାତ୍ମକ ଅସ୍ତ୍ର ଭାବେ ବ୍ୟବହାର କରି ମହିଳାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ଘଟଣାର ୪୮ ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତ ଗିରଫ ନହେବାରୁ, ଏଫ୍‌ଆଇଆର୍‌ ରେ ହତ୍ୟା ଉଦ୍ୟମ ଦଫା ନଯୋଡ଼ିଲେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପରିବାର ଚେତାବନୀ ଦେଇଥିଲେ। ତେବେ ସିସିଟିଭି ଫୁଟେଜ୍‌ରୁ ପ୍ରମାଣ ମିଳିବା ପରେ ପୋଲିସ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Car Driver Arrested gurugram
Share. Facebook Twitter LinkedIn Email WhatsApp Copy Link

Related Posts

କର୍ଣ୍ଣାଟକରେ ଫ୍ରିଜ୍ ବିସ୍ଫୋରଣ ନେଲା ଗୋଟିଏ ପରିବାରର ୪ ଜୀବନ, ୨ ଗୁରୁତର

September 15, 2026

“ଚୁପ୍ ଚାପ୍ ଶୁଳ୍କ ଲାଗୁ କରିବାର ପ୍ରସ୍ତୁତି…”: UPIକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ 

September 15, 2026

ନିଯୁକ୍ତି ପରୀକ୍ଷାକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ବାଂଶୁରୀ ସ୍ୱରାଜ: ରାହୁଲ ଗାନ୍ଧୀଙ୍କୁ କଲେ ପ୍ରଶ୍ନ

September 15, 2026

ଓରାକଲରେ ପୁଣି ବଡ଼ ଛଟେଇ, ଚାକିରି ହରାଇଲେ ହଜାର ହଜାର କର୍ମଚାରୀ

September 15, 2026
Latest News

ମହିଳା ବାଇକ ଚାଳକଙ୍କୁ ଗାଡ଼ି ଚଢ଼ାଇବା ମାମଲା: ରାଜସ୍ଥାନରୁ କାର୍ ଡ୍ରାଇଭର ଗିରଫ

September 15, 2026

କର୍ଣ୍ଣାଟକରେ ଫ୍ରିଜ୍ ବିସ୍ଫୋରଣ ନେଲା ଗୋଟିଏ ପରିବାରର ୪ ଜୀବନ, ୨ ଗୁରୁତର

September 15, 2026

“ଚୁପ୍ ଚାପ୍ ଶୁଳ୍କ ଲାଗୁ କରିବାର ପ୍ରସ୍ତୁତି…”: UPIକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ 

September 15, 2026

ନିଯୁକ୍ତି ପରୀକ୍ଷାକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ବାଂଶୁରୀ ସ୍ୱରାଜ: ରାହୁଲ ଗାନ୍ଧୀଙ୍କୁ କଲେ ପ୍ରଶ୍ନ

September 15, 2026

ଓରାକଲରେ ପୁଣି ବଡ଼ ଛଟେଇ, ଚାକିରି ହରାଇଲେ ହଜାର ହଜାର କର୍ମଚାରୀ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.