Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାହି ବିବାଦରୁ ରକ୍ତପାତ: ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
ଆଜିର ଖବର

ସାହି ବିବାଦରୁ ରକ୍ତପାତ: ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

September 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭଦ୍ରକ: ସାହି ସାହି ମଧ୍ୟରେ ଥିବା ପୁରୁଣା ବିବାଦ ଶେଷରେ ନେଲା ଉଗ୍ର ରୂପ। ରାତିରେ ହଠାତ୍ ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାନ୍ଦିଆ ଜେନା ସାହିରେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ରାନ୍ଦିଆ ଅଞ୍ଚଳରେ ଦୁଇ ସାହି ମଧ୍ୟରେ ଦୀର୍ଘଦିନ ଧରି ପୁରୁଣା ବିବାଦ ରହିଥିଲା। କୌଣସି ଏକ କାରଣକୁ ନେଇ ପୁଣିଥରେ ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଗୋଟିଏ ପକ୍ଷର ୩୯ରୁ ଅଧିକ ଲୋକ ସଂଘବଦ୍ଧ ଭାବେ ଆସି ଲକ୍ଷ୍ମୀଧର ଜେନାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ବାପାଙ୍କୁ ଆକ୍ରମଣରୁ ବଞ୍ଚାଇବାକୁ ଯାଇ ତାଙ୍କ ଦୁଇ ପୁଅ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ଲକ୍ଷ୍ମୀଧର ଜେନା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ, ତାଙ୍କ ପୁଅ ପର୍ଶୁରାମ ଜେନା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ତାଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପର୍ଶୁରାମଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣାର ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିବା ସହ ଆକ୍ରମଣର କାରଣ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି।

ରକ୍ତପାତ ସଂଘବଦ୍ଧ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

୨୩ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ମୁରାସୁ, କାଲି ଭୀଷଣ ବାତ୍ୟା ଆଶଙ୍କା

November 1, 2026

ଆଜି ଗ୍ଲେନ ଫିଲିପ୍ସ ଟାର୍ଗେଟରେ ୩ ବଡ଼ ରେକର୍ଡ: ଶତକର ହେବେ ନୂଆ ବାଦଶାହ

November 1, 2026

INDIA ମେଣ୍ଟ ରାଲି ପୂର୍ବରୁ କଡା ସୁରକ୍ଷା: ୪୦୦୦ ପୁଲିସ, CAPFର ୨୭୦ କମ୍ପାନୀ ମୁତୟନ

November 1, 2026

ଭୁବନେଶ୍ୱରରେ ଭୟଙ୍କର ସିରିଜ୍ ଦୁର୍ଘଟଣା: ଜୀବନ ନେଲା ଦ୍ରୁତଗାମୀ ବସ୍, ୨ ମୃତ; ଏକାଧିକ ଆହତ

November 1, 2026
Latest News

୨୩ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ମୁରାସୁ, କାଲି ଭୀଷଣ ବାତ୍ୟା ଆଶଙ୍କା

November 1, 2026

ଆଜି ଗ୍ଲେନ ଫିଲିପ୍ସ ଟାର୍ଗେଟରେ ୩ ବଡ଼ ରେକର୍ଡ: ଶତକର ହେବେ ନୂଆ ବାଦଶାହ

November 1, 2026

INDIA ମେଣ୍ଟ ରାଲି ପୂର୍ବରୁ କଡା ସୁରକ୍ଷା: ୪୦୦୦ ପୁଲିସ, CAPFର ୨୭୦ କମ୍ପାନୀ ମୁତୟନ

November 1, 2026

ଭୁବନେଶ୍ୱରରେ ଭୟଙ୍କର ସିରିଜ୍ ଦୁର୍ଘଟଣା: ଜୀବନ ନେଲା ଦ୍ରୁତଗାମୀ ବସ୍, ୨ ମୃତ; ଏକାଧିକ ଆହତ

November 1, 2026

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼! ବଢ଼ିଲା CNG ଦର

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.