ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍ଏନ୍ସି)କ୍ୟାମ୍ପସ-୧ ଓ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ (ଏସ୍ପିଏସ୍) କ୍ୟାମ୍ପସ-୧ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବୁଧବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି।
ସୋଆ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ କ୍ୟାମ୍ପସ-୧ର ୨୦୨୨ -୨୬ ବ୍ୟାଚର ବି ଫାର୍ମା, ୨୦୨୪-୨୬ ବ୍ୟାଚ୍ର ଏମ୍.ଫାର୍ମା, ୨୦୨୧- ୨୬ ବ୍ୟାଚ୍ର ଇନ୍ଟିଗ୍ରେଟେଡ ଏମ୍ଏସ୍ସି ବାୟୋଟେକ୍ନୋଲଜି, ୨୦୨୪-୨୬ ବ୍ୟାଚ୍ର ଏମ୍ଏସ୍ସି ବାୟୋଟେକ୍ନୋଲିର ଛାତ୍ରଛାତ୍ରୀ ଓ ସମ୍ ନର୍ସିଂ କଲେଜ କ୍ୟାମ୍ପସ୍-୧ର ୨୦୨୩ -୨୦୨୫ ବ୍ୟାଚର ଏମ୍ଏସ୍ସି ନର୍ସିଂ, ୨୦୨୧-୨୫ ବ୍ୟାଚର ବିଏସ୍ସି (ନର୍ସିଂ), ୨୦୨୩ -୨୫ ବ୍ୟାଚର ପୋଷ୍ଟ ବେସିକ୍ ବିଏସ୍ସି ନର୍ସିଂ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଠାରୁ ଡିଗ୍ରୀ ଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ବିଶ୍ୱବିଦ୍ୟାଳୟରୁ ଗ୍ରହଣ କରିଥିବା ଶିକ୍ଷା ଯୋଗୁଁ ସେମାନେ ସ୍ୱାସ୍ଥ୍ୟ ବିଜ୍ଞାନ ସହ ଯୋଡି ହୋଇପାରିଥିବା କହିଥିଲେ। କୋଭିଡ ମହାମାରୀ ସମୟରେ ନର୍ସ, ଫାର୍ମାସିଷ୍ଟ ଓ ପାରାମେଡିକ୍ସଙ୍କର ମହତ୍ କାର୍ଯ୍ୟ ସାରା ବିଶ୍ୱ ଦେଖିଛି। ସେମାନଙ୍କ ଯୋଗୁଁ ହିଁ କୋଟି କୋଟି ଲୋକଙ୍କର ଜୀବନ ରକ୍ଷା ହୋଇପାରିଛି ବୋଲି କୁଳପତି କହିବା ସହ ଏହି ପାଠ୍ୟକ୍ରମରେ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ସମାଜର ହିତ ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଉପ-କୁଳପତି ପ୍ରଫେସର ନୀତା ମହାନ୍ତି ଓ ପ୍ରଫେସର ଅନୁପ କୁମାର ସାମନ୍ତରାୟ,ଏସ୍ପିଏସ୍-୧ର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ,ଏସ୍ଏନ୍ସି -୧ର ଡିନ୍ ପ୍ରଫେସର ସସ୍ମିତା ଦାସ, ସେଂଟର ଅଫ୍ ବାୟୋଟେକ୍ନୋଲୋଜିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏସ୍ଏନ୍ସିର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତି ତ୍ରିପାଠୀ, ଏସ୍ପିଏସ୍-୧ ଓ ଏସ୍ଏନ୍ସି-୧ର ବିଭିନ୍ନ ବିଭାଗର ମୁଖ୍ୟ, ପ୍ରଫେସର ତଥା ଏକାଡେମିକ୍ କାଉନ୍ସିଲର ସଦସ୍ୟ ଓ ଫ୍ୟାକଲ୍ଟି ମେମ୍ବରମାନେ ଉପସ୍ଥିତ ଥିଲେ।
ସେଂଟର ଅଫ୍ ବାୟୋଟେକ୍ନୋଲୋଜିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।


