Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ବ୍ୟବହାରକାରୀଙ୍କୁ ମିଳିବ ୧୨ ମାସ ପାଇଁ ମାଗଣା କାନଭା ପ୍ରୋ: ୪ ହଜାର ପର୍ଯ୍ୟନ୍ତ ସଞ୍ଚୟର ସୁଯୋଗ
ଆଜିର ଖବର

ଜିଓ ବ୍ୟବହାରକାରୀଙ୍କୁ ମିଳିବ ୧୨ ମାସ ପାଇଁ ମାଗଣା କାନଭା ପ୍ରୋ: ୪ ହଜାର ପର୍ଯ୍ୟନ୍ତ ସଞ୍ଚୟର ସୁଯୋଗ

September 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓ ବ୍ୟବହାରକାରୀଙ୍କୁ ମିଳିବ ୧୨ ମାସ ପାଇଁ ମାଗଣା କାନଭା ପ୍ରୋ: ୪ ହଜାର ପର୍ଯ୍ୟନ୍ତ ସଞ୍ଚୟର ସୁଯୋଗ
ଜିଓ ବ୍ୟବହାରକାରୀଙ୍କୁ ମିଳିବ ୧୨ ମାସ ପାଇଁ ମାଗଣା କାନଭା ପ୍ରୋ: ୪ ହଜାର ପର୍ଯ୍ୟନ୍ତ ସଞ୍ଚୟର ସୁଯୋଗ

ମୁମ୍ବାଇ: ଜିଓ ବ୍ୟବହାରକାରୀମାନେ ଏବେ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ କାନଭା (Canva) ର ପ୍ରିମିୟମ୍ ଡିଜାଇନ୍ ଟୁଲ୍ ବ୍ୟବହାର କରିପାରିବେ। ଜିଓ ଏବଂ କାନଭା ମଧ୍ୟରେ ହୋଇଥିବା ସହଭାଗିତା ବଳରେ ଯୋଗ୍ୟ ଗ୍ରାହକମାନେ ୧୨ ମାସ ପାଇଁ ମାଗଣାରେ କାନଭା ପ୍ରୋ (Canva Pro) କିମ୍ବା କାନଭା ପ୍ରୋ ଲାଇଟ (Canva Pro Lite) ପାଇପାରିବେ। କମ୍ପାନୀ ସୂଚନା ଅନୁଯାୟୀ, ଏହି ଅଫରର ମୂଲ୍ୟ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି, ଯାହା ଜିଓ ଗ୍ରାହକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ ଏବଂ ସେପ୍ଟେମ୍ବର ୧୬ରୁ ମାଇଁ ଜିଓ ଆପ୍ ମାଧ୍ୟମରେ ଏହାକୁ ଆକ୍ଟିଭେଟ୍ କରାଯାଇପାରିବ।

କେଉଁ ଗ୍ରାହକ କେଉଁ ନିର୍ଦ୍ଦିଷ୍ଟ କାନଭା ପ୍ଲାନ ପାଇବେ, ତାହା ସେମାନଙ୍କର ଜିଓ ରିଚାର୍ଜ ପ୍ଲାନ ଉପରେ ନିର୍ଭର କରିବ। ୩୯୯ ଟଙ୍କିଆ ପ୍ଲାନରେ କାନଭା ପ୍ରୋ ଅନ୍ତର୍ଭୁକ୍ତ ଥିବାବେଳେ, ୩୪୯ ଟଙ୍କା ଓ ତଦୁର୍ଦ୍ଧ୍ୱ ମୂଲ୍ୟର ‘ଦୈନିକ ୨ଜିବି ଡାଟା’ ପ୍ରଦାନ କରୁଥିବା ଯୋଗ୍ୟ ପ୍ଲାନଗୁଡ଼ିକରେ କାନଭା ପ୍ରୋ ଲାଇଟ (Canva Pro Lite) ମିଳିବ। ଏହି ଅଫର୍ ସହିତ କୌଣସି ଅତିରିକ୍ତ ଶୁଳ୍କ କିମ୍ବା ଲୁକ୍କାୟିତ ଚାର୍ଜ ନାହିଁ।

ଏହାର ସିଧାସଳଖ ଲାଭ ଛାତ୍ରଛାତ୍ରୀ, କଣ୍ଟେଣ୍ଟ କ୍ରିଏଟର୍, ପ୍ରଫେସନାଲ ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ମିଳିବ। କାନଭା ସାହାଯ୍ୟରେ, ବ୍ୟବହାରକାରୀମାନେ ସିଧାସଳଖ ନିଜ ମୋବାଇଲ୍ ଫୋନରେ ସ୍କୁଲ୍ ପ୍ରୋଜେକ୍ଟ, ସୋସିଆଲ୍ ମିଡିଆ ପୋଷ୍ଟ, ପ୍ରେଜେଣ୍ଟେସନ୍, ମାର୍କେଟିଂ ସାମଗ୍ରୀ ଏବଂ ପର୍ବପର୍ବାଣୀର ଶୁଭେଚ୍ଛା ବାର୍ତ୍ତା ଇତ୍ୟାଦି ବିଭିନ୍ନ ଡିଜାଇନ୍ ପ୍ରସ୍ତୁତ କରିପାରିବେ। ହିନ୍ଦୀ ସମେତ ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ କଣ୍ଟେଣ୍ଟ ପ୍ରସ୍ତୁତ କରାଯାଇପାରିବ।

କାନଭା ପ୍ରୋ ଲାଇଟରେ ଲକ୍ଷ ଲକ୍ଷ ପ୍ରିମିୟମ ଡିଜାଇନ, ଫୋଟୋ, ଭିଡିଓ ଓ ଫଣ୍ଟ ସହିତ ବ୍ୟାକଗ୍ରାଉଣ୍ଡ ରିମୁଭର୍, ମ୍ୟାଜିକ୍ ରିସାଇଜ୍ ଏବଂ ୫୦ଜିବି କ୍ଲାଉଡ୍ ଷ୍ଟୋରେଜ ଭଳି ଅନନ୍ୟ ଫିଚର ମିଳିବ। ସେହିଭଳି ‘କାନଭା ପ୍ରୋ’ ରେ ଏସବୁ ଫିଚର ସହିତ କାନଭା ଏଆଇ, କଣ୍ଟେଣ୍ଟ ପ୍ଳାନର, ଲିମିଟ ଏବଂ ୧୦୦ ଜିବି କ୍ଲାଉଡ଼ ଷ୍ଟୋରେଜ ଭଳି ଅତିରିକ୍ତ ଫିଚର ଉପଲବ୍ଧ ହେବ।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସଭାପତି କିରଣ ଥମାସ କହିଛନ୍ତି ଯେ “ଏହି ସହଭାଗିତା ଜରିଆରେ ଜିଓ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଖରେ ଏଆଇ ଆଧାରିତ ଡିଜାଇନ ଟୁଲସ ବା ଉପକରଣ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଛି, ଯାହାଦ୍ୱାରା ଛାତ୍ରଛାତ୍ରୀ, କ୍ରିଏଟର୍ସ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ନିଜ ପସନ୍ଦର ଭାଷାରେ ଶିକ୍ଷା ଗ୍ରହଣ କରିପାରିବେ ଏବଂ କାମ କରିପାରିବେ।

ଅଫରର ଲାଭ ନେବା ପାଇଁ ଯୋଗ୍ୟ ଜିଓ ବ୍ୟବହାରକାରୀ ମାଇଁ ଜିଓ ଆପ୍ପରେ କାନଭା ଅଫର ଟ୍ୟାପ କରିବା ପରେ ଡିଜାଇନ ପ୍ରସ୍ତୁତ କରିବା ଆରମ୍ଭ କରିପାରିବେ।

Canva Pro Lite ଜିଓ ବ୍ୟବହାରକାରୀ ମାଗଣା କାନଭା ପ୍ରୋ ସଞ୍ଚୟର ସୁଯୋଗ
Share. Facebook Twitter LinkedIn Email WhatsApp Copy Link

Related Posts

୨୩ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ମୁରାସୁ, କାଲି ଭୀଷଣ ବାତ୍ୟା ଆଶଙ୍କା

November 1, 2026

ଆଜି ଗ୍ଲେନ ଫିଲିପ୍ସ ଟାର୍ଗେଟରେ ୩ ବଡ଼ ରେକର୍ଡ: ଶତକର ହେବେ ନୂଆ ବାଦଶାହ

November 1, 2026

INDIA ମେଣ୍ଟ ରାଲି ପୂର୍ବରୁ କଡା ସୁରକ୍ଷା: ୪୦୦୦ ପୁଲିସ, CAPFର ୨୭୦ କମ୍ପାନୀ ମୁତୟନ

November 1, 2026

ଭୁବନେଶ୍ୱରରେ ଭୟଙ୍କର ସିରିଜ୍ ଦୁର୍ଘଟଣା: ଜୀବନ ନେଲା ଦ୍ରୁତଗାମୀ ବସ୍, ୨ ମୃତ; ଏକାଧିକ ଆହତ

November 1, 2026
Latest News

୨୩ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ମୁରାସୁ, କାଲି ଭୀଷଣ ବାତ୍ୟା ଆଶଙ୍କା

November 1, 2026

ଆଜି ଗ୍ଲେନ ଫିଲିପ୍ସ ଟାର୍ଗେଟରେ ୩ ବଡ଼ ରେକର୍ଡ: ଶତକର ହେବେ ନୂଆ ବାଦଶାହ

November 1, 2026

INDIA ମେଣ୍ଟ ରାଲି ପୂର୍ବରୁ କଡା ସୁରକ୍ଷା: ୪୦୦୦ ପୁଲିସ, CAPFର ୨୭୦ କମ୍ପାନୀ ମୁତୟନ

November 1, 2026

ଭୁବନେଶ୍ୱରରେ ଭୟଙ୍କର ସିରିଜ୍ ଦୁର୍ଘଟଣା: ଜୀବନ ନେଲା ଦ୍ରୁତଗାମୀ ବସ୍, ୨ ମୃତ; ଏକାଧିକ ଆହତ

November 1, 2026

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼! ବଢ଼ିଲା CNG ଦର

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.