ମାଲକାନଗିରି: ଆନ୍ତଃରାଜ୍ୟ ବାଇକ ଚୋରି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କାଲିମେଳା ପୁଲିସ। ଗିରଫ ଅଭିଯୁକ୍ତ ହେଲେ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୦୮ ଗ୍ରାମର ନୀଳକଣ୍ଠ ମଣ୍ଡଳ।
ସୂଚନା ଅନୁସାରେ, ଗତ ୯ ତାରିଖରେ କାଲିମେଳା ଥାନା ଅନ୍ତର୍ଗତ ବୁଦୁଗୁଡ଼ା ଗ୍ରାମର ସୋମନାଥ କବାସୀ ଘର ଅଗଣାରେ ଶୋଇଥିବା ବେଳେ ତାଙ୍କର ବାଇକ୍ ଓ ମୋବାଇଲ ଚୋରି ହୋଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ତଦନ୍ତ କରି ପୁଲିସ ଚୋରି ବାଇକ୍ ଓ ମୋବାଇଲ ଜବତ କରିବା ସହ ମାଲିକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣାରେ ଆନ୍ତଃରାଜ୍ୟ ବାଇକ୍ ଚୋର ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନ୍ଦେହ କରି ପୁଲିସ ତଦନ୍ତ ଜାରି ରଖିଛି।


