Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏସ୍‌ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଆଜିର ଖବର

ଆଇପିଏସ୍‌ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

September 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇପିଏସ୍‌ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଆଇପିଏସ୍‌ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାପତ୍ରକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛି। ଭାରତୀୟ ପୁଲିସ ସେବା (ଆଇପିଏସ)ରୁ ତାଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ୨୦୧୩ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ଶ୍ରୀ ମୀନାଙ୍କ ଏହି ଇସ୍ତଫା ୨୦୨୬ ସେପ୍ଟେମ୍ବର ୧୧ ତାରିଖ ଅପରାହ୍ଣରୁ କାର୍ଯ୍ୟକାରୀ ହୋଇଛି।

ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ଜଗମୋହନ ମୀନାଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି। ଏହି ନିର୍ଦ୍ଦେଶନାମାରେ କେନ୍ଦ୍ର ସରକାରଙ୍କ ଅବର ସଚିବ ୟତେନ୍ଦ୍ର କୁମାରଙ୍କ ସ୍ୱାକ୍ଷର ରହିଛି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପୁଲିସ ଚାକିରିରୁ ଓହରିଯାଇଥିବା ବେଳେ ପରିବାର ଓ ବନ୍ଧୁଜନଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଥିଲେ। ଏହା ପଛରେ କୌଣସି ବାହ୍ୟ ଚାପ ନଥିବା ସେ ସ୍ପଷ୍ଟ କରିବା ସହ ନିଜର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ କରିଥିଲେ। ରାଜସ୍ଥାନର ସିକର ଅଞ୍ଚଳର ବାସିନ୍ଦା ଜଗମୋହନ ମୀନା ଆଇଆଇଟି କାନପୁରର ପୂର୍ବତନ ଛାତ୍ର। ସିଭିଲ ସର୍ଭିସ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୮୪୯ ରାଙ୍କ ହାସଲ କରିବା ପରେ ସେ ୨୦୧୩ ଡିସେମ୍ବରରେ ଆଇପିଏସରେ ଯୋଗ ଦେଇଥିଲେ। ଓଡ଼ିଶାରେ ପ୍ରାୟ ୧୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ କଳାହାଣ୍ଡିରେ ଏସଡିପିଓ, ମାଲକାନଗିରି, ଅନୁଗୁଳ ଓ ଗଞ୍ଜାମର ଏସପି ଏବଂ କଟକ ଡିସିପି ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ୨୦୨୫ ଆରମ୍ଭରେ ସେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ପୁଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ୨୦୧୯ରେ ସାହସିକତା ପୁଲିସ ପଦକ ଏବଂ ୨୦୨୧ରେ ଆନ୍ତରୀଣ ସୁରକ୍ଷା ସେବା ପଦକ ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାର ତାଙ୍କ ଇସ୍ତଫାପତ୍ରକୁ କେନ୍ଦ୍ରକୁ ପଠାଇବା ପରେ ମନ୍ତ୍ରାଳୟର ମଞ୍ଜୁରି ମିଳିଛି। ତେବେ ଆଇପିଏସ ଛାଡ଼ିବା ପରେ ସେ କେଉଁ ନୂଆ କ୍ଷେତ୍ରରେ ଯୋଗ ଦେବେ ସେ ନେଇ କୌଣସି ସ୍ପଷ୍ଟ ଘୋଷଣା ହୋଇନଥିଲେ ବି, ଆଗକୁ ଘରୋଇ କ୍ଷେତ୍ରରେ କାମ କରିବାକୁ ସେ ଆଗ୍ରହ ପ୍ରକାଶ କରିଥିଲେ।

ଆଇପିଏସ୍‌ ଇସ୍ତଫା ଗୃହୀତ ଜଗମୋହନ ମୀନା
Share. Facebook Twitter LinkedIn Email WhatsApp Copy Link

Related Posts

ଉଜ୍ଜୟିନୀ ହୋଟେଲରେ ଭୟଙ୍କର ଦୁର୍ଘଟଣା, ଗ୍ୟାସ୍ ଲିକ୍‌ରେ ୪ ମୃତ

November 1, 2026

୨୩ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ମୁରାସୁ, କାଲି ଭୀଷଣ ବାତ୍ୟା ଆଶଙ୍କା

November 1, 2026

ଆଜି ଗ୍ଲେନ ଫିଲିପ୍ସ ଟାର୍ଗେଟରେ ୩ ବଡ଼ ରେକର୍ଡ: ଶତକର ହେବେ ନୂଆ ବାଦଶାହ

November 1, 2026

INDIA ମେଣ୍ଟ ରାଲି ପୂର୍ବରୁ କଡା ସୁରକ୍ଷା: ୪୦୦୦ ପୁଲିସ, CAPFର ୨୭୦ କମ୍ପାନୀ ମୁତୟନ

November 1, 2026
Latest News

ଉଜ୍ଜୟିନୀ ହୋଟେଲରେ ଭୟଙ୍କର ଦୁର୍ଘଟଣା, ଗ୍ୟାସ୍ ଲିକ୍‌ରେ ୪ ମୃତ

November 1, 2026

୨୩ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ମୁରାସୁ, କାଲି ଭୀଷଣ ବାତ୍ୟା ଆଶଙ୍କା

November 1, 2026

ଆଜି ଗ୍ଲେନ ଫିଲିପ୍ସ ଟାର୍ଗେଟରେ ୩ ବଡ଼ ରେକର୍ଡ: ଶତକର ହେବେ ନୂଆ ବାଦଶାହ

November 1, 2026

INDIA ମେଣ୍ଟ ରାଲି ପୂର୍ବରୁ କଡା ସୁରକ୍ଷା: ୪୦୦୦ ପୁଲିସ, CAPFର ୨୭୦ କମ୍ପାନୀ ମୁତୟନ

November 1, 2026

ଭୁବନେଶ୍ୱରରେ ଭୟଙ୍କର ସିରିଜ୍ ଦୁର୍ଘଟଣା: ଜୀବନ ନେଲା ଦ୍ରୁତଗାମୀ ବସ୍, ୨ ମୃତ; ଏକାଧିକ ଆହତ

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.