Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏସ୍‌ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଆଜିର ଖବର

ଆଇପିଏସ୍‌ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

September 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇପିଏସ୍‌ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଆଇପିଏସ୍‌ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାପତ୍ରକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛି। ଭାରତୀୟ ପୁଲିସ ସେବା (ଆଇପିଏସ)ରୁ ତାଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ୨୦୧୩ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ଶ୍ରୀ ମୀନାଙ୍କ ଏହି ଇସ୍ତଫା ୨୦୨୬ ସେପ୍ଟେମ୍ବର ୧୧ ତାରିଖ ଅପରାହ୍ଣରୁ କାର୍ଯ୍ୟକାରୀ ହୋଇଛି।

ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ଜଗମୋହନ ମୀନାଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି। ଏହି ନିର୍ଦ୍ଦେଶନାମାରେ କେନ୍ଦ୍ର ସରକାରଙ୍କ ଅବର ସଚିବ ୟତେନ୍ଦ୍ର କୁମାରଙ୍କ ସ୍ୱାକ୍ଷର ରହିଛି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପୁଲିସ ଚାକିରିରୁ ଓହରିଯାଇଥିବା ବେଳେ ପରିବାର ଓ ବନ୍ଧୁଜନଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଥିଲେ। ଏହା ପଛରେ କୌଣସି ବାହ୍ୟ ଚାପ ନଥିବା ସେ ସ୍ପଷ୍ଟ କରିବା ସହ ନିଜର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ କରିଥିଲେ। ରାଜସ୍ଥାନର ସିକର ଅଞ୍ଚଳର ବାସିନ୍ଦା ଜଗମୋହନ ମୀନା ଆଇଆଇଟି କାନପୁରର ପୂର୍ବତନ ଛାତ୍ର। ସିଭିଲ ସର୍ଭିସ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୮୪୯ ରାଙ୍କ ହାସଲ କରିବା ପରେ ସେ ୨୦୧୩ ଡିସେମ୍ବରରେ ଆଇପିଏସରେ ଯୋଗ ଦେଇଥିଲେ। ଓଡ଼ିଶାରେ ପ୍ରାୟ ୧୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ କଳାହାଣ୍ଡିରେ ଏସଡିପିଓ, ମାଲକାନଗିରି, ଅନୁଗୁଳ ଓ ଗଞ୍ଜାମର ଏସପି ଏବଂ କଟକ ଡିସିପି ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ୨୦୨୫ ଆରମ୍ଭରେ ସେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ପୁଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ୨୦୧୯ରେ ସାହସିକତା ପୁଲିସ ପଦକ ଏବଂ ୨୦୨୧ରେ ଆନ୍ତରୀଣ ସୁରକ୍ଷା ସେବା ପଦକ ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାର ତାଙ୍କ ଇସ୍ତଫାପତ୍ରକୁ କେନ୍ଦ୍ରକୁ ପଠାଇବା ପରେ ମନ୍ତ୍ରାଳୟର ମଞ୍ଜୁରି ମିଳିଛି। ତେବେ ଆଇପିଏସ ଛାଡ଼ିବା ପରେ ସେ କେଉଁ ନୂଆ କ୍ଷେତ୍ରରେ ଯୋଗ ଦେବେ ସେ ନେଇ କୌଣସି ସ୍ପଷ୍ଟ ଘୋଷଣା ହୋଇନଥିଲେ ବି, ଆଗକୁ ଘରୋଇ କ୍ଷେତ୍ରରେ କାମ କରିବାକୁ ସେ ଆଗ୍ରହ ପ୍ରକାଶ କରିଥିଲେ।

ଆଇପିଏସ୍‌ ଇସ୍ତଫା ଗୃହୀତ ଜଗମୋହନ ମୀନା
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି କଂଗ୍ରେସରେ ଯୋଗଦେବେ ସୁନୀଲ ଜାଖଡ଼?: ସ୍ପଷ୍ଟ କଲେ ମତ

September 17, 2026

ମହିଳାଙ୍କୁ ଅପହରଣ ଉଦ୍ୟମ : ଦୁଇ ଗିରଫ

September 17, 2026

୫୫ ଜୀବନ୍ତ କଇଁଛ ଉଦ୍ଧାର, ୪ ଗିରଫ

September 17, 2026

ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ସମ୍ପର୍କରେ ଜାତିସଂଘରେ ଅଭିଯୋଗ ଦାଖଲ କଲେ ମହୁଆ ମୋଇତ୍ରା

September 17, 2026
Latest News

ଆଇପିଏସ୍‌ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

September 17, 2026

ପୁଣି କଂଗ୍ରେସରେ ଯୋଗଦେବେ ସୁନୀଲ ଜାଖଡ଼?: ସ୍ପଷ୍ଟ କଲେ ମତ

September 17, 2026

ମହିଳାଙ୍କୁ ଅପହରଣ ଉଦ୍ୟମ : ଦୁଇ ଗିରଫ

September 17, 2026

୫୫ ଜୀବନ୍ତ କଇଁଛ ଉଦ୍ଧାର, ୪ ଗିରଫ

September 17, 2026

ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ସମ୍ପର୍କରେ ଜାତିସଂଘରେ ଅଭିଯୋଗ ଦାଖଲ କଲେ ମହୁଆ ମୋଇତ୍ରା

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.