Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପୈତୃକ ଗ୍ରାମରେ ଦୀପଦାନ କଲେ ଆଇନମନ୍ତ୍ରୀ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପୈତୃକ ଗ୍ରାମରେ ଦୀପଦାନ କଲେ ଆଇନମନ୍ତ୍ରୀ

September 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପୈତୃକ ଗ୍ରାମରେ ଦୀପଦାନ କଲେ ଆଇନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପୈତୃକ ଗ୍ରାମରେ ଦୀପଦାନ କଲେ ଆଇନମନ୍ତ୍ରୀ

ବାଣପୁର: ଭାରତବର୍ଷର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର ନିରନ୍ତର ଜନସେବା, ସମର୍ପଣ ଓ ରାଷ୍ଟ୍ରନିର୍ମାଣର ଗୌରବମୟ ଯାତ୍ରାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଦେଶବ୍ୟାପୀ “ସେବା ସଂକଳ୍ପ ଅଭିଯାନ” ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ପାଳିତ ହେବାକୁ ଯାଉଛି।

ଏହି ଅବସରରେ ଗୁରୁବାର ଦିନ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜ ଗ୍ରାମ ଗମ୍ଭାରୀମୁଣ୍ଡା ଗୋଡ଼ିଝର‌ ସ୍ଥିତ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବାଲୁଙ୍କେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ଦଳୀୟ କାର୍ଯ୍ୟକର୍ତ୍ତା, ଶୁଭେଚ୍ଛୁ ଓ ଗ୍ରାମବାସୀଙ୍କ ସହ ଆଶୀର୍ବାଦର ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି।ସେହିପରି ଚିଲିକା ନିର୍ବାଚନମଣ୍ଡଳୀର ୩୩୨  ବୁଥ୍‌ରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁ ଓ ମା’ ମାନେ ଆଶୀର୍ବାଦର ଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କୁ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରିଛନ୍ତି। ରାଷ୍ଟ୍ରସେବାକୁ ଜୀବନର ଏକମାତ୍ର ଧ୍ୟେୟ ଭାବେ ଗ୍ରହଣ କରି ଅର୍ଦ୍ଧଶତାବ୍ଦୀ ଧରି ଅବିରତ ଭାବେ ଜନସେବାରେ ନିଜକୁ ଉତ୍ସର୍ଗ କରିଆସିଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସାର୍ବଜନୀନ ଜୀବନ ତ୍ୟାଗ, ତପସ୍ୟା ଓ ରାଷ୍ଟ୍ରନିଷ୍ଠାର ଏକ ଅନନ୍ୟ ଅଧ୍ୟାୟ।

ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ୨୫ ବର୍ଷର ତାଙ୍କ ଦୃଢ଼, ଦୂରଦର୍ଶୀ ଓ ନିରନ୍ତର ନେତୃତ୍ୱ ଭାରତର ବିକାଶଯାତ୍ରାକୁ ନୂତନ ଦିଗ ଓ ନୂତନ ଗତି ପ୍ରଦାନ କରିବା ସହ ଆତ୍ମନିର୍ଭର, ସଶକ୍ତ, ବୈଭବଶାଳୀ ଓ ବିକଶିତ ଭାରତ ଗଠନର ସଙ୍କଳ୍ପକୁ ଆହୁରି ସୁଦୃଢ଼ କରିଛି।‘ସେବା ସଂକଳ୍ପ’ ଅଭିଯାନ ଅଧୀନରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ରେ ଆଜିଠାରୁ ଏକ ମାସ ବ୍ୟାପୀ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବ।

ଆଇନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଶୀର୍ବାଦର ଦୀପ- ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରଜ୍ଜ୍ୱଳିତ ହେଲା ଏକ କୋଟି ଦୀପ

September 17, 2026

ଗଜପତି ଡବଲ ମର୍ଡର ମାମଲା: ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

September 17, 2026

ଲାଲ୍ ବସ୍‌ରେ PDAର ନୂଆ ଫର୍ମୁଲା, ୨୦୨୭ ପୂର୍ବରୁ ଅଖିଳେଶଙ୍କ ବଡ଼ ରଣନୀତି

September 17, 2026

ଦିଶା ସାଲିଆନ୍ ମାମଲାରେ ରିଆ ଚକ୍ରବର୍ତ୍ତୀ ନୀରବ: FIR ଦାଖଲ କଲା CBI 

September 17, 2026
Latest News

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପୈତୃକ ଗ୍ରାମରେ ଦୀପଦାନ କଲେ ଆଇନମନ୍ତ୍ରୀ

September 17, 2026

ଆଶୀର୍ବାଦର ଦୀପ- ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରଜ୍ଜ୍ୱଳିତ ହେଲା ଏକ କୋଟି ଦୀପ

September 17, 2026

ଗଜପତି ଡବଲ ମର୍ଡର ମାମଲା: ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

September 17, 2026

ଲାଲ୍ ବସ୍‌ରେ PDAର ନୂଆ ଫର୍ମୁଲା, ୨୦୨୭ ପୂର୍ବରୁ ଅଖିଳେଶଙ୍କ ବଡ଼ ରଣନୀତି

September 17, 2026

ଦିଶା ସାଲିଆନ୍ ମାମଲାରେ ରିଆ ଚକ୍ରବର୍ତ୍ତୀ ନୀରବ: FIR ଦାଖଲ କଲା CBI 

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.