Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୋଲିସ କବଜାରେ ଦୁର୍ଦ୍ଦାନ୍ତ ମାଓନେତା ଅସୀମ: ମୁଣ୍ଡ ଉପରେ ଥିଲା ୨.୨୦ କୋଟିର ପୁରସ୍କାର
ଆଜିର ଖବର

ପୋଲିସ କବଜାରେ ଦୁର୍ଦ୍ଦାନ୍ତ ମାଓନେତା ଅସୀମ: ମୁଣ୍ଡ ଉପରେ ଥିଲା ୨.୨୦ କୋଟିର ପୁରସ୍କାର

September 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୋଲିସ କବଜାରେ ଦୁର୍ଦାନ୍ତ ମାଓନେତା ଅସୀମ: ମୁଣ୍ଡ ଉପରେ ଥିଲା ୨.୨୦ କୋଟିର ପୁରସ୍କାର

କାେଲକାତା: ପୋଲିସକୁ ଦୀର୍ଘ ଦିନରୁ ଚକମା ଦେଇ ଆସୁଥିବା ତଥା ଓଡ଼ିଶା ଏବଂ ଝାଡ଼ଖଣ୍ଡର ଅନ୍ୟତମ ଟପ୍ କ୍ୟାଡର ମାଓବାଦୀ ଅସୀମ ମଣ୍ଡଳ ଓରଫ୍ ଆକାଶ ଶେଷରେ ପୋଲିସ ଜାଲରେ ଛନ୍ଦି ହୋଇଛନ୍ତି। ପୂର୍ବ ମେଦିନୀପୁର ଜିଲ୍ଲାର ପୋତାଶପୁର ଅଞ୍ଚଳରୁ ସୀମାନ୍ତ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।  ବହୁ ବଡ଼ ବଡ଼ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଥିବା ଅସୀମଙ୍କୁ ଧରିବା ପାଇଁ ଝାଡ଼ଖଣ୍ଡ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ମୋଟ ୨ କୋଟି ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏଥିମଧ୍ୟରୁ ଝାଡ଼ଖଣ୍ଡ ସରକାର ୧ କୋଟି ଟଙ୍କା ଏବଂ ଓଡ଼ିଶା ସରକାର ୧ କୋଟି ୨୦ ଲକ୍ଷ ଟଙ୍କାର ଇନାମ୍ ରଖିଥିଲେ। ପଶ୍ଚିମ ମେଦିନୀପୁରର ଫୁଲଚକର ବାସିନ୍ଦା ଅସୀମ ୧୯୮୦ ଦଶକରେ ଛାତ୍ର ଜୀବନରୁ ଅତି-ବାମପନ୍ଥୀ କାର୍ଯ୍ୟକଳାପ ପ୍ରତି ଆକୃଷ୍ଟ ହୋଇଥିଲେ। ୨୦୦୪ରେ ମାଓବାଦୀ ସଂଗଠନ ଗଠନ ହେବା ପରେ ସେ ଜଙ୍ଗଲମହଲ ଅଞ୍ଚଳରେ ସକ୍ରିୟ ହୋଇଥିଲେ। ଐତିହାସିକ ଲାଲଗଡ଼ ଆନ୍ଦୋଳନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାପରେ ୨୦୧୦ରେ ତାଙ୍କୁ ପଶ୍ଚିମବଙ୍ଗ ରାଜ୍ୟ କମିଟିର ସମ୍ପାଦକ କରାଯାଇଥିଲା। ତାଙ୍କ ସ୍ତ୍ରୀ ମଧ୍ୟ ନକ୍ସଲ ସଂଗଠନର ଜଣେ ସକ୍ରିୟ କର୍ମୀ ଥିଲେ, ଯାହାଙ୍କୁ ୨୦୧୦ରେ କୋଲକାତା ପୋଲିସ ଗିରଫ କରିଥିଲା। ଶାରୀରିକ ଅସୁସ୍ଥତା କାରଣରୁ ଅସୀମ ନିଜ ଘର ପଶ୍ଚିମବଙ୍ଗ ଆଡ଼କୁ ମୁହାଁଉଥିବା ବେଳେ ତାଙ୍କ ଗତିବିଧିକୁ ଟ୍ରାକ୍ କରି ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଛି। ଅସୀମଙ୍କ ଗିରଫଦାରୀ ପରେ ଝାଡ଼ଖଣ୍ଡରେ ନକ୍ସଲ ଶକ୍ତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଚର୍ଚ୍ଚା ହେଉଛି।

ଅସୀମ ମଣ୍ଡଳ ପୋଲିସ କାର୍ଯ୍ୟାନୁଷ୍ଠାନ ମାଓବାଦୀ ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର: ବୃଦ୍ଧି ହେବ କି ଫି’?

September 18, 2026

ପୁଅର ଚିକିତ୍ସା ପାଇଁ ଛାଡ଼ିଥିଲେ ଚାକିରି: ମହିଳା ବିଚାରପତିଙ୍କୁ ପୁନଃନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 18, 2026

ଟାଟା ସନ୍ସ ବୋର୍ଡର ନିଷ୍ପତ୍ତି : ଆଉ ୫ ବର୍ଷ ପାଇଁ ଟାଟା ଗ୍ରୁପର ମଙ୍ଗ ଧରିବେ ଏନ୍. ଚନ୍ଦ୍ରଶେଖରନ

September 18, 2026

ସର୍ବାଧିକ ରନ ବ୍ୟବଧାନରେ ବିଜୟ ପାଇଁ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ

September 18, 2026
Latest News

ପୋଲିସ କବଜାରେ ଦୁର୍ଦ୍ଦାନ୍ତ ମାଓନେତା ଅସୀମ: ମୁଣ୍ଡ ଉପରେ ଥିଲା ୨.୨୦ କୋଟିର ପୁରସ୍କାର

September 18, 2026

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର: ବୃଦ୍ଧି ହେବ କି ଫି’?

September 18, 2026

ପୁଅର ଚିକିତ୍ସା ପାଇଁ ଛାଡ଼ିଥିଲେ ଚାକିରି: ମହିଳା ବିଚାରପତିଙ୍କୁ ପୁନଃନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 18, 2026

ଟାଟା ସନ୍ସ ବୋର୍ଡର ନିଷ୍ପତ୍ତି : ଆଉ ୫ ବର୍ଷ ପାଇଁ ଟାଟା ଗ୍ରୁପର ମଙ୍ଗ ଧରିବେ ଏନ୍. ଚନ୍ଦ୍ରଶେଖରନ

September 18, 2026

ସାବଧାନତାର ସହ ବ୍ୟବହାର କରନ୍ତୁ ବ୍ଲୁଟୁଥ୍ ନଚେତ୍‌ ହ୍ୟାକ୍ ହୋଇପାରେ ବ୍ଲୁଟୁଥ୍ ଡିଭାଇସ୍‌

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.