ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗଙ୍କ ପରାମର୍ଶକ୍ରମେ ରାଜ୍ୟ ସରକାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୧୪ ଜଣ ଅତିରିକ୍ତ ଶାସନ ସଚିବ ଥିବା ବରିଷ୍ଠ ଓଏଏସ୍ଙ୍କୁ ସ୍ୱତନ୍ତ୍ର ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପଦୋନ୍ନତି ପାଇଥିବା ଅଧିକାରୀମାନେ ହେଉଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ବେସାମରିକ ବିମାନ ଚଳାଚଳର ଅତିରିକ୍ତ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଥିବା ରଶ୍ମି ରଞ୍ଜନ ନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ସୁମିତା ଦାସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଗୌରହରି ବେହେରା, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ଇତିଶ୍ରୀ ଦାସ ଓ କୃତିବାସ ରାଉତ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସୁରଞ୍ଜନ ପ୍ରଧାନ, ଉଚ୍ଚଶିକ୍ଷା ବିଭାଗର ଡଃ. ଧରଣୀଧର ନନ୍ଦ, ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ ବିଧାନ ଚନ୍ଦ୍ର ରାୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ ଏବଂ କମ୍ପଟ୍ରୋଲର, ଗଭର୍ଣ୍ଣର୍ସ ହାଉସହୋଲ୍ଡ, ଭୁବନେଶ୍ୱର କମ୍ପଟ୍ରୋଲର, ଗଭର୍ଣ୍ଣର୍ସ ହାଉସହୋଲ୍ଡ, ଭୁବନେଶ୍ୱର ଭାବେ ନିତ୍ୟାନନ୍ଦ ବାରିକ ପଦୋନ୍ନତି ପାଇଛନ୍ତି।


