ଭୁବନେଶ୍ୱର: ଭୁବନେଶ୍ୱର ନାଇଜର (NISER) ପରିସରରୁ ଆସିଛି ଦୁଃଖଦ ଖବର। ଭାଗିରଥୀ ଛାତ୍ରାବାସରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ଭିନୟ ସନ୍ୟାସୀ ଭେଙ୍କଟ। ତାଙ୍କ ଘର ମହାରାଷ୍ଟ୍ରର ନାଗପୁରରେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଭିନୟ ନାଇଜରରେ ଇଣ୍ଟିଗ୍ରେଟେଡ୍ ଏମ୍ସିଏର ତୃତୀୟ ବର୍ଷର ଛାତ୍ର ଥିଲେ। ଭାଗିରଥୀ ଛାତ୍ରାବାସରୁ ସେ ପଡ଼ିଯିବା ପରେ ଘଟଣାସ୍ଥଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଘଟଣା ସମ୍ପର୍କରେ ଖବର ପାଇ ଜଟଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପରେ ମୃତଦେହକୁ ଭୁବନେଶ୍ୱର ଏମ୍ସକୁ ପଠାଯାଇଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।
ତେବେ ଛାତ୍ରଜଣକ କେଉଁ ପରିସ୍ଥିତିରେ ଛାତ୍ରାବାସରୁ ତଳକୁ ପଡ଼ିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସର ତଦନ୍ତ ଓ ଅନ୍ୟାନ୍ୟ ତଥ୍ୟ ସାମ୍ନାକୁ ଆସିବା ପରେ ଘଟଣାର ସମ୍ପୂର୍ଣ୍ଣ କାରଣ ଜଣାପଡ଼ିବ।


