ଗଞ୍ଜାମ: ଗଣେଶ ମେଢ଼ ଭସାଣିର ଆନନ୍ଦଉଲ୍ଲାସ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ ଘଟିଯାଇଛି ଏକ ହୃଦୟବିଦାରକ ଅଘଟଣ। ଟ୍ରାକ୍ଟରରେ ଚାଲିଥିବା ଜେନେରେଟରରୁ ହଠାତ୍ ନିଆଁ ପଡ଼ିବାରୁ ଶୋଭାଯାତ୍ରା ଦେଖୁଥିବା ୫ ଜଣ କୋମଳମତି ଶିଶୁ ଗୁରୁତର ଭାବେ ପୋଡ଼ି ହୋଇଛନ୍ତି। ଆହତ ଶିଶୁମାନେ ସୀତାରାମପୁର ଆଗ୍ରାହରମ୍ ସାହିର ବୋଲି ସୂଚନା ମିଳିଛି। ମେଢ଼ ଭସାଣି ଶୋଭାଯାତ୍ରା ପାଇଁ ଏକ ଟ୍ରାକ୍ଟର ଉପରେ ଜେନେରେଟର ରଖାଯାଇଥିଲା ଏବଂ ତା’ ନିକଟରେ ପେଟ୍ରୋଲ ଜାର୍ ରଖାଯାଇଥିଲା। ଶିଶୁମାନେ ଜେନେରେଟର ପାଖରେ ବସି ଶୋଭାଯାତ୍ରା ଦେଖୁଥିବା ବେଳେ, ଜେନେରେଟରର ଅତ୍ୟଧିକ ଉତ୍ତାପ ଯୋଗୁଁ ନିକଟରେ ଥିବା ପେଟ୍ରୋଲ ଜାର୍ରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ନିକଟରେ ବସିଥିବା ୫ ଜଣ ଶିଶୁ ନିଆଁର କବଳରେ ପଡ଼ି ଗୁରୁତର ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଶିଶୁମାନଙ୍କୁ ତୁରନ୍ତ ସ୍ଥାନୀୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ (ଏମକେସିଜି)କୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ପୁରୁଷୋତ୍ତମପୁର ତହସିଲଦାର ହସ୍ପିଟାଲରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବା କରିଛନ୍ତି


