Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଲେ
ଆଜିର ଖବର

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଲେ

September 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି। ଆକ୍ରମଣରେ ଅଜୟ ମୁଦୁଲି ଗୁରୁତର ଆହତ ହୋଇଛନ୍ତି। ରକ୍ତାକ୍ତ ଅବସ୍ଥାରେ ବଳଙ୍ଗା ପୋଲିସ ତାଙ୍କୁ ଉଦ୍ଧାର କରି ପ୍ରଥମେ ସାକ୍ଷୀଗୋପାଳ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଇଛି।

ସୂଚନା ଅନୁଯାୟୀ, ବୁଢ଼ାକେରା ବ୍ରାହ୍ମଣଖଣ୍ଡି ଭୁତୁପଦା ଗାଁର ଅଜୟ ମୁଦୁଲି ଏବଂ ପ୍ରକାଶ ମୁଦୁଲିଙ୍କ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ଅଜୟ ମାଛ ବିକ୍ରି କରିବା ପାଇଁ ବୁଢ଼ାକେରା ଛକକୁ ଯାଇଥିବା ବେଳେ ଏକ ଚୋରା ମଦ ଦୋକାନ ନିକଟରେ ଠିଆ ହୋଇଥିଲେ।

ଅଭିଯୋଗ ଅନୁସାରେ, ସେହି ସମୟରେ ପ୍ରକାଶ ଏକ ଭୁଜାଲିରେ ଅଜୟଙ୍କ ମୁହଁ ଓ ବେକକୁ ଆକ୍ରମଣ କରିଥିଲେ। ଅଜୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିବା ମଧ୍ୟ ଅଭିଯୋଗ ହୋଇଛି।

ଆକ୍ରମଣ ପରେ ଅଜୟ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ବଳଙ୍ଗା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଜୟଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ହସ୍ପିଟାଲକୁ ନେଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।

ପାର୍ବଣ ସମୟରେ ଘଟିଥିବା ଏହି ମରଣାନ୍ତକ ଆକ୍ରମଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ଓ ଆତଙ୍କ ସୃଷ୍ଟି ହୋଇଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆକ୍ରମଣର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପୋଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।

#MurderAttempt #OdishaCrime
Share. Facebook Twitter LinkedIn Email WhatsApp Copy Link

Related Posts

DUSU ନିର୍ବାଚନ ଫଳାଫଳ: ବାଜି ମାରିଲା ABVP, NSUI ର ବଡ଼ ପରାଜୟ

September 19, 2026

ଠକେଇ ମାମଲା : ବିଜେଡ଼ି କର୍ପୋରେଟର ଅଟକ

September 19, 2026

ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା, ପୂର୍ବତନ ସମିତିସଭ୍ୟ ମୃତ; ଜଣେ ଗୁରୁତର

September 19, 2026

ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ନଜର: ୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ

September 19, 2026
Latest News

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଲେ

September 19, 2026

DUSU ନିର୍ବାଚନ ଫଳାଫଳ: ବାଜି ମାରିଲା ABVP, NSUI ର ବଡ଼ ପରାଜୟ

September 19, 2026

ଠକେଇ ମାମଲା : ବିଜେଡ଼ି କର୍ପୋରେଟର ଅଟକ

September 19, 2026

ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା, ପୂର୍ବତନ ସମିତିସଭ୍ୟ ମୃତ; ଜଣେ ଗୁରୁତର

September 19, 2026

ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ନଜର: ୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.