Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ଦନ୍ତ ଚିକିତ୍ସା ଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମ୍‌ଆର୍ ଏମ୍‌ଡିଏସ୍ ଥେସିସ୍ ଗ୍ରାଂଟ
ଆଜିର ଖବର

ସୋଆ ଦନ୍ତ ଚିକିତ୍ସା ଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମ୍‌ଆର୍ ଏମ୍‌ଡିଏସ୍ ଥେସିସ୍ ଗ୍ରାଂଟ

September 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୋଆ ଦନ୍ତ ଚିକିତ୍ସା ଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମ୍‌ଆର୍ ଏମ୍‌ଡିଏସ୍ ଥେସିସ୍ ଗ୍ରାଂଟ
ସୋଆ ଦନ୍ତ ଚିକିତ୍ସା ଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମ୍‌ଆର୍ ଏମ୍‌ଡିଏସ୍ ଥେସିସ୍ ଗ୍ରାଂଟ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍‌ସେସ୍ (ଆଇଡିଏସ୍‌)ର ଦୁଇଜଣ ସ୍ନାତକୋତର ଛାତ୍ରୀ ୨୦୨୬ ପାଇଁ ଆଇସିଏମ୍‌ଆର୍ ଏମ୍‌ଡିଏସ୍ ଥେସିସ୍ ଗ୍ରାଂଟ ନିମନ୍ତେ ମନୋନୀତ ହୋଇଛନ୍ତି। ଏକାଡେମିକ୍ ଉତ୍କର୍ଷତା ଓ ଗବେଷଣା ପ୍ରତି ସେମାନଙ୍କ ପ୍ରତିବଦ୍ଧତାର ସ୍ୱୀକୃତି ସ୍ୱରୂପ ଏହି ସମ୍ମାନଜନକ ଗ୍ରାଂଟ ପ୍ରଦାନ କରାଯାଇଛି।

ଡାକ୍ତର ସିଦ୍ଧି ପଟ୍ଟନାୟକ ଓ ଡାକ୍ତର ସୋହିନୀ ନିୟୋଗୀ ସେମାନଙ୍କ ସ୍ନାତକୋତର ଗବେଷଣା କାର୍ଯ୍ୟ ପାଇଁ ଏହି ଗ୍ରାଂଟ ପାଇଛନ୍ତି। ଏହା ଉଭୟ ଛାତ୍ରୀଙ୍କ ସହ ଇନ୍‌ଷ୍ଟିଚ୍ୟୁଟ୍ ପାଇଁ ମଧ୍ୟ ଏକ ଉଲ୍ଲେଖନୀୟ ସଫଳତା। ଏହି ଗବେଷଣା ପ୍ରକଳ୍ପଗୁଡ଼ିକ ଆଇଡିଏସର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ ଏବଂ ଡାକ୍ତର ମନୀଷା ଦାସଙ୍କ ମାଗଦର୍ଶର୍ନରେ ଚାଲିଛି।

ଶନିବାର ଆୟୋଜିତ ଏକ ସମ୍ବର୍ଦ୍ଧନା ସମାରୋହରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉଭୟ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ସଫଳତାର ପ୍ରଶଂସା କରିଥିଲେ। ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ସଫଳତା ଦନ୍ତ ଚିକିତ୍ସା ବିଜ୍ଞାନରେ ଗବେଷଣା, ବୈଜ୍ଞାନିକ ଅନୁସନ୍ଧାନ ଓ ନବସୃଜନକୁ ପ୍ରୋତ୍ସାହନ ଦେବା ଦିଗରେ ଆଇଡିଏସ୍‌ର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି। ଏହି ସ୍ୱୀକୃତି ଛାତ୍ରୀମାନଙ୍କୁ ଅଧିକ ପ୍ରଭାବଶାଳୀ ଗବେଷଣା କରିବା ସହ ମୁଖ ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ପ୍ରେରଣା ଯୋଗାଇବ।

ପ୍ରଫେସର (ଡକ୍ଟର) ନାୟକ ଓ କୁଳପତି ପ୍ରଫେସର ନନ୍ଦ ଛାତ୍ରୀମାନଙ୍କ ମାର୍ଗଦର୍ଶକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଏକାଡେମିକ୍ ଓ ଗବେଷଣା କ୍ଷେତ୍ରରେ ନିରନ୍ତର ସଫଳତା କାମନା କରିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରଫେସର (ଡାକ୍ତର) ଭୂୟାଁ ଓ ଡାକ୍ତର ଦାସ ମଧ୍ୟ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ହୋମ୍ ବ୍ରଡ଼ବ୍ୟାଣ୍ଡରେ ଏକ ବର୍ଷ ପାଇଁ ମାଗଣା ଆମାଜନ ପ୍ରାଇମ ଲାଇଟ

September 20, 2026

ବାଣପୁର ଅଞ୍ଚଳରୁ ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ: ତିନି ଗିରଫ

September 20, 2026

ଆଜି ୨୦ ତାରିଖରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର: ଜାଣନ୍ତୁ ରାଶିଫଳ

September 20, 2026

TMC ବିବାଦରେ ରାହୁଲ-ରିଜିଜୁ ମୁହାଁମୁହିଁ: ‘କଂଗ୍ରେସ ନିଜେ ଭସ୍ମାସୁର’ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

September 19, 2026
Latest News

ସୋଆ ଦନ୍ତ ଚିକିତ୍ସା ଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମ୍‌ଆର୍ ଏମ୍‌ଡିଏସ୍ ଥେସିସ୍ ଗ୍ରାଂଟ

September 20, 2026

କୋଟି କୋଟି LPG ଗ୍ରାହକଙ୍କ ପାଇଁ ବଡ଼ ଖବର: ଅକ୍ଟୋବର 1 ରୁ ପରିବର୍ତ୍ତନ ହେବ  ଏହି ନିୟମ 

September 20, 2026

ଜିଓ ହୋମ୍ ବ୍ରଡ଼ବ୍ୟାଣ୍ଡରେ ଏକ ବର୍ଷ ପାଇଁ ମାଗଣା ଆମାଜନ ପ୍ରାଇମ ଲାଇଟ

September 20, 2026

ବାଣପୁର ଅଞ୍ଚଳରୁ ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ: ତିନି ଗିରଫ

September 20, 2026

ଆଜି ୨୦ ତାରିଖରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର: ଜାଣନ୍ତୁ ରାଶିଫଳ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.