Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୁବ୍‌ଶୀଘ୍ର ହେବ ମହାନଦୀ ଜଳ ବିବାଦର ସମାଧାନ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ଆଜିର ଖବର

ଖୁବ୍‌ଶୀଘ୍ର ହେବ ମହାନଦୀ ଜଳ ବିବାଦର ସମାଧାନ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

September 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଖୁବ୍‌ଶୀଘ୍ର ହେବ ମହାନଦୀ ଜଳ ବିବାଦର ସମାଧାନ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୀର୍ଘଦିନର ମହାନଦୀ ଜଳ ବିବାଦର ସମାଧାନ ଖୁବଶୀଘ୍ର ହେବାକୁ ଯାଉଛି। ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ଅବସରରେ ସେ କହିଛନ୍ତି ଯେ, ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ସକାରାତ୍ମକ ଦିଗରେ ଆଗକୁ ବଢ଼ୁଛି। ନିଜର ଏହି ଦୁଇ ଦିନିଆ ଗସ୍ତ କାଳରେ ସେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିବେ।

ଗତ ଜୁଲାଇ ୩୦ ତାରିଖରେ ନୂଆଦିଲ୍ଲୀଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ସମେତ କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାରସ୍ପରିକ ସହଯୋଗ ଓ ବୈଷୟିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ବୋଲି ଆଶା ପ୍ରକାଶ କରିଥିଲେ।

ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରିଥିବା ବିଭିନ୍ନ ବ୍ୟାରେଜ୍‌ ଓ ଜଳ ପ୍ରକଳ୍ପ ଯୋଗୁଁ ଅଣମୌସୁମୀ ସମୟରେ ଓଡ଼ିଶାକୁ ପର୍ଯ୍ୟାପ୍ତ ଜଳ ପ୍ରବାହିତ ହୋଇପାରୁନାହିଁ। ଏହାଦ୍ୱାରା ହୀରାକୁଦ ଜଳଭଣ୍ଡାର ଏବଂ ତଳମୁଣ୍ଡରେ ଜଳ ଉପଲବ୍ଧତା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଓଡ଼ିଶା ଦୀର୍ଘ ଦିନରୁ ଅଭିଯୋଗ କରିଆସୁଛି। ଏହି ବିବାଦର ଆଇନଗତ ସମାଧାନ ପାଇଁ ଓଡ଼ିଶାର ଅନୁରୋଧ କ୍ରମେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ରେ ‘ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍’ ଗଠନ କରିଥିଲେ। ତେବେ ଆଇନଗତ ପ୍ରକ୍ରିୟା ଜାରି ରହିଥିବା ବେଳେ, ଏବେ ଉଭୟ ରାଜ୍ୟ ଆପୋସ ଆଲୋଚନା ଓ ବୈଷୟିକ ସ୍ତରରେ ସମାଧାନର ବାଟ ଖୋଜୁଛନ୍ତି।

ଓଡ଼ିଶା-ଛତିଶଗଡ଼ ବିଷ୍ଣୁଦେଓ ସାଏ ମହାନଦୀ ଜଳ ବିବାଦ
Share. Facebook Twitter LinkedIn Email WhatsApp Copy Link

Related Posts

ବିରାଟ ଏବଂ ରୋହିତଙ୍କ ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲେ ଶେଫାଲି ବର୍ମା 

September 20, 2026

ସାକ୍ଷରତାର ନୂଆ ସକାଳ: ରଣପୁରରେ ଉଲ୍ଲାସ ପରୀକ୍ଷା, ସାମିଲ ହେଲେ ୬ ହଜାର ପରୀକ୍ଷାର୍ଥୀ

September 20, 2026

ଗଣେଶ ମୁର୍ତ୍ତି ବିସର୍ଜନ ବେଳେ ରୁଷିକୁଲ୍ୟା ନଦୀରେ ଭାସି ଯୁକ୍ତ ୩ ଛାତ୍ରର ପ୍ରାଣହାନୀ

September 20, 2026

ICC T20 Ranking: ଦ୍ୱିତୀୟ ସ୍ଥାନକୁ ଖସିଲା ଭାରତ, ଇଂଲଣ୍ଡ ନମ୍ବର ୱାନ

September 20, 2026
Latest News

ଖୁବ୍‌ଶୀଘ୍ର ହେବ ମହାନଦୀ ଜଳ ବିବାଦର ସମାଧାନ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

September 20, 2026

ବିରାଟ ଏବଂ ରୋହିତଙ୍କ ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲେ ଶେଫାଲି ବର୍ମା 

September 20, 2026

ସାକ୍ଷରତାର ନୂଆ ସକାଳ: ରଣପୁରରେ ଉଲ୍ଲାସ ପରୀକ୍ଷା, ସାମିଲ ହେଲେ ୬ ହଜାର ପରୀକ୍ଷାର୍ଥୀ

September 20, 2026

ଗଣେଶ ମୁର୍ତ୍ତି ବିସର୍ଜନ ବେଳେ ରୁଷିକୁଲ୍ୟା ନଦୀରେ ଭାସି ଯୁକ୍ତ ୩ ଛାତ୍ରର ପ୍ରାଣହାନୀ

September 20, 2026

ଗୋଟିଏ ଦେଶ ପାଇଁ ଗୋଟିଏ ଆଇନ ରହିବା ଆବଶ୍ୟକ: ୟୁସିସିକୁ ସମର୍ଥନ କଲେ ଜିତନ ରାମ ମାଞ୍ଝି

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.