Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲ ଲୁଟ୍‌ର ତଦନ୍ତ ହେଉ’: ଡଃ. ଜ୍ଞାନେନ୍ଦ୍ରଙ୍କ ଦାବି
ଆଜିର ଖବର

‘ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲ ଲୁଟ୍‌ର ତଦନ୍ତ ହେଉ’: ଡଃ. ଜ୍ଞାନେନ୍ଦ୍ରଙ୍କ ଦାବି

September 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
'ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲ ଲୁଟ୍‌ର ତଦନ୍ତ ହେଉ': ଡଃ. ଜ୍ଞାନେନ୍ଦ୍ରଙ୍କ ଦାବି
'ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲ ଲୁଟ୍‌ର ତଦନ୍ତ ହେଉ': ଡଃ. ଜ୍ଞାନେନ୍ଦ୍ରଙ୍କ ଦାବି

ଭୁବନେଶ୍ୱର: ଭୁବନେଶ୍ଵର ବୁଦ୍ଧମନ୍ଦିରର ବରିଷ୍ଠ ସଦସ୍ୟ ଡଃ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଭୁବନେଶ୍ଵର ବୁଦ୍ଧ ମନ୍ଦିରରେ ଚାଲିଥିବା ବ୍ୟବସାୟ ଓ ସ୍କୁଲ୍ ପଇସାରେ ହରିଲୁଟ୍ ଉପରେ, ଆଜି ୟୁନିଟ୍-୪ ହୋଟେଲ ଓସଟ୍ରା ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୧୯୫୬ ମସିହାରେ ଯେତେବେଳେ ପୃଥ‌ିବୀରେ ଭଗବାନ ତଥାଗତ ବୁଦ୍ଧଙ୍କ ୨୫୦୦ତମ ବୁଦ୍ଧ ଜୟନ୍ତୀ ପାଳନ ହେଉଥିଲା, ସେତିକିବେଳେ ଭାରତବର୍ଷର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଅନୁରୋଧକ୍ରମେ ସବୁ ରାଜ୍ୟରେ ବୁଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସେହି କ୍ରମରେ ଡଃ ହରେକୃଷ୍ଣ ମହତାବ, ସେତେବେଳେର ମୁଖ୍ୟମନ୍ତ୍ରୀ ବୁଦ୍ଧଧର୍ମର ପ୍ରଚାର ପ୍ରସାର ପାଇଁ ୩ ଏକର ସରକାରୀ ଜମି ଭୁବନେଶ୍ଵରର ପ୍ରମୁଖ ସ୍ଥଳରେ ଟଙ୍କିକିଆ ସଲାମୀରେ ଉତ୍କଳ ବୌଦ୍ଧ ସଂଘକୁ ଦେଇଥିଲେ। ଏହି ସମ୍ପତ୍ତି ଉପରେ ବିଭିନ୍ନ ସମୟରେ ବିଭିନ୍ନ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଥାଏ।

କିନ୍ତୁ ନବୀନ ସରକାର ଆସିବା ପରେ ୨୦୦୨ ମସିହାରେ ସେତେବେଳର ଶାସନର ପ୍ରମୁଖ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ପୁତୁରା, ଏହି ଜମିକୁ ହାତେଇବା ପାଇଁ ଏକ ଟ୍ରଷ୍ଟ ନାମରେ ଅନଧିକୃତ ଜଣେ ବ୍ୟକ୍ତିଙ୍କ ଠାରୁ ଚୁକ୍ତିପତ୍ର ରେଜିଷ୍ଟ୍ରି କରି ସ୍କୁଲ କାମ ଆରମ୍ଭ କରିଦେଲେ। ସାମ, ଦାନ, ଦଣ୍ଡ, ଭେଦ ନୀତିରେ ଆଜକୁ ୨୩ବର୍ଷ ହେବ ଟ୍ରଷ୍ଟି, ସମ୍ପାଦକ ଓ ଆଉ କଣ କଣ ପଦ ହାତେଇ, ବୁଦ୍ଧଧର୍ମର ପ୍ରଚାର ପ୍ରସାର ସ୍ଥାନରେ ବୁଦ୍ଧ ମନ୍ଦିରକୁ ଏକ ବ୍ୟବସାୟ ସ୍ଥଳ କରି ନର୍ସରୀ, କ୍ୟାଟେରିଙ୍ଗ, ପୁରୁଣା ରଦି ଜିନିଷ ବିକ୍ରୟ କେନ୍ଦ୍ର, ହଲ୍ ଭଡ଼ା, ଖାଇବା ସ୍ଥାନ ଭଡ଼ା, ସେହିପରି ସ୍କୁଲରେ ଡ୍ରେସ୍, ବହି, ଖାତା, ସବୁଥିରେ ପି.ସି.ରେ କାର୍ଯ୍ୟ ଚାଲିଛି ବୋଲି ଡଃ ଜ୍ଞାନେନ୍ଦ୍ର ଅଭିଯୋଗ କରିଛନ୍ତି।

ବୁଦ୍ଧ ମନ୍ଦିର ସ୍କୁଲ ବିଲଡ଼ିଙ୍ଗର ହୋଲଡ଼ିଙ୍ଗ ଟିକସ ଦିଆଯାଇ ପାରୁନାହିଁ ଅଥଚ ଲକ୍ଷ୍ନୌ ବୁଦ୍ଧ ମନ୍ଦିରର ଇଲେକ୍ଟ୍ରି ବିଲ୍ ୭ଲକ୍ଷ ଟଙ୍କା, ଲୋନ୍ ନାମରେ ୫ ବର୍ଷ ହେବ ଭୁବନେଶ୍ଵର କେନ୍ଦ୍ର ୩୦ଲକ୍ଷ ଟଙ୍କା ଦେବା, ଆବଶ୍ୟକତା ନଥାଇ ୬୦ ଲକ୍ଷ ଟଙ୍କାର ସୋଲାର ସ୍କୁଲ୍‌ରେ ଲଗାଇବା ବିଷୟ ଉପରେ ତଥା ୨୩ବର୍ଷ ଆୟବ୍ୟୟର ସ୍ୱତନ୍ତ୍ର ଅଡ଼ିଟ୍ ପାଇଁ ପ୍ରଶ୍ନ କରିବା ପରେ, ତାଙ୍କୁ କିଭଳି ଏହି ସଂସ୍ଥାରୁ ବିଦା କରାଯିବ, ୪ ବର୍ଷ ହେବ ବାରମ୍ବାର ସହରି ନକ୍ସଲଙ୍କ ଦ୍ବାରା ନକ୍ସା ପ୍ରସ୍ତୁତ ଚାଲିଛି।

ଡଃ ଜ୍ଞାନେନ୍ଦ୍ର ବୁଦ୍ଧ ସଂଘରେ ୪୦ ବର୍ଷର ଇତିହାସ ଲେଖିବା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଲୋକାର୍ପଣ ହେବା ପରେ, ଲୁଟେରାମାନଙ୍କ ମୁଖା ଖୋଲି ଯାଇଛି। ମୋର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ସଂସ୍କୃତିମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ଅନୁରୋଧ ବୁଦ୍ଧ ମନ୍ଦିର ଓ ସ୍କୁଲର ଆର୍ଥୀକ ଅନିୟମିତତା ଓ ବୁଦ୍ଧଧର୍ମ ସଂସ୍ଥାରୁ ବ୍ୟବସାୟୀ କରଣ ବନ୍ଦ ପାଇଁ ବିହୀତ ପଦକ୍ଷେପ ନେବା ସହ ବୁଦ୍ଧଧର୍ମର ପ୍ରଚାର ଓ ପ୍ରସାରରେ ସହଯୋଗ କରନ୍ତୁ।

ଆଜୀବନ ସଦସ୍ୟ ଡଃ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ବୁଦ୍ଧମନ୍ଦିରର ଭୁବନେଶ୍ଵର
Share. Facebook Twitter LinkedIn Email WhatsApp Copy Link

Related Posts

NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ

October 11, 2026

ବାରାଣସୀରେ ‘ମାଇଁ ଭାରତ’ ଯୁବ ସମ୍ମିଳନୀ: ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା

October 11, 2026

ଜାଗୋ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି

October 11, 2026

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ

October 11, 2026
Latest News

ଡିସେମ୍ବର ୫ରେ ହେବ ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ

October 11, 2026

NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ

October 11, 2026

ମଣିପୁରରେ ପୁଣି ହିଂସା: କାମଜୋଙ୍ଗ୍ ଓ ଉଖରୁଲରେ ଗୁଳିକାଣ୍ଡ, ୫ ମୃତ

October 11, 2026

ବାରାଣସୀରେ ‘ମାଇଁ ଭାରତ’ ଯୁବ ସମ୍ମିଳନୀ: ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା

October 11, 2026

ଜାଗୋ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.