Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ
ଆଜିର ଖବର

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ
ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର: ଯାତ୍ରୀ ଓ ରେଳ କର୍ମଚାରୀମାନଙ୍କ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ପରିବେଶ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ରେଳ ଷ୍ଟେସନ ଓ ରେଳ କଲୋନୀଗୁଡ଼ିକରେ ପାନୀୟ ଜଳର ଗୁଣବତ୍ତା ଓ ସ୍ୱଚ୍ଛତା ତଦାରଖ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

୧୮ ଅଗଷ୍ଟରୁ ୩ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ସ୍ୱତନ୍ତ୍ର ୧୫ ଦିନିଆ ଅଭିଯାନ ପରେ ମଧ୍ୟ ନିରନ୍ତର ଭାବେ ଜଳର ଗୁଣବତ୍ତା ଯାଞ୍ଚ କରାଯାଉଛି। ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥର ୧୭୫ଟି ରେଳ ଷ୍ଟେସନ ଓ ୧୬୦ଟି ରେଳ କଲୋନୀଗୁଡ଼ିକରେ ବ୍ୟାପକ ଜଳ ଗୁଣବତ୍ତା ଯାଞ୍ଚ କରାଯାଇଥିଲା। ମୋଟ ୧,୦୩୭ଟି ରେସିଡ୍ୟୁଆଲ୍ କ୍ଲୋରିନ୍ ପରୀକ୍ଷଣ ଏବଂ ୨୮୮ଟି ବ୍ୟାକ୍ଟେରିଓଲୋଜିକାଲ୍ (ଜୀବାଣୁ ସମ୍ବନ୍ଧୀୟ) ପରୀକ୍ଷଣ କରାଯାଇଥିଲା।

ଏହି ଅଭିଯାନ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍‌, ସମ୍ବଲପୁର ଓ ରାୟଗଡ଼ା—ତିନୋଟି ଯାକ ମଣ୍ଡଳରେ କାର୍ଯ୍ୟକାରୀ କରାଯାଇଥିଲା। ଅନୁଧ୍ୟାନ ସମୟରେ, ପ୍ରାରମ୍ଭିକ ଭାବେ ସାତୋଟି ବ୍ୟାକ୍ଟେରିଓଲୋଜିକାଲ୍ ନମୁନା ମାନଦଣ୍ଡ ଅନୁଯାୟୀ ନଥିବା ଜଣାପଡ଼ିଥିଲା। ତେବେ ଏହାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ ପୁନଃ ପରୀକ୍ଷଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ସମସ୍ତ ସାତଟିଯାକ ନମୁନା ନିର୍ଦ୍ଧାରିତ ମାନଦଣ୍ଡ ଓ ନିୟମାବଳୀ ଅନୁଯାୟୀ ଠିକ୍ ଥିବା ସ୍ପଷ୍ଟ ହୋଇଥିଲା ।

ପୂର୍ବତଟ ରେଳପଥ ନିୟମିତ ବ୍ୟବଧାନରେ ଏବଂ ଅଚାନକ (surprise) ଜଳ ପରୀକ୍ଷଣ ସହିତ ପାଣି ଟାଙ୍କି, ୱାଟର କୁଲର ଏବଂ ଷ୍ଟେସନ୍ ସୁବିଧାଗୁଡ଼ିକର ନିୟମିତ ସଫେଇ କାର୍ଯ୍ୟ ଜାରି ରଖିଛି। ଏହା ବ୍ୟତୀତ, ନିୟମିତ ତତ୍ତ୍ୱାବଧାନରେ ଷ୍ଟେସନ୍ ପରିସର, ପ୍ରତୀକ୍ଷାଳୟ, ଶୌଚାଳୟ ଏବଂ ନାଳିଗୁଡ଼ିକର ସଫେଇ ପାଇଁ ଦୈନିକ ସ୍ୱଚ୍ଛତା ଅଭିଯାନ ମଧ୍ୟ ପରିଚାଳିତ ହେଉଛି।

ଗୁଣବତ୍ତା ଓ ସ୍ୱଚ୍ଛତା ପରିମଳ ବ୍ୟବସ୍ଥା ପାନୀୟ ଜଳର ଗୁଣବତ୍ତା ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା ’- ୨୦୨୬

November 1, 2026

ରାଜସ୍ଥାନରେ ଭିଲ୍ଲା ସ୍କାମ୍: ଆଇଏଏସ୍-ଆଇପିଏସ୍ ଦମ୍ପତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ

November 1, 2026

WTC ପଏଣ୍ଟ ଟେବୁଲରେ ବଡ଼ ଓଲଟପାଲଟ: ପ୍ରଥମରୁ ତୃତୀୟକୁ ଖସିଲା ଅଷ୍ଟ୍ରେଲିଆ

November 1, 2026

‘ସାଂସଦ ନିଯୁକ୍ତି ପ୍ରୟାସ’ ମାଧ୍ୟମରେ ୨୫୬ ମହିଳାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଅପରାଜିତା ଷଡ଼ଙ୍ଗୀ

November 1, 2026
Latest News

ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା ’- ୨୦୨୬

November 1, 2026

ରାଜସ୍ଥାନରେ ଭିଲ୍ଲା ସ୍କାମ୍: ଆଇଏଏସ୍-ଆଇପିଏସ୍ ଦମ୍ପତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ

November 1, 2026

WTC ପଏଣ୍ଟ ଟେବୁଲରେ ବଡ଼ ଓଲଟପାଲଟ: ପ୍ରଥମରୁ ତୃତୀୟକୁ ଖସିଲା ଅଷ୍ଟ୍ରେଲିଆ

November 1, 2026

ଧ୍ରୁବ ରାଠୀଙ୍କ ବିରୋଧରେ ନୂଆ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

November 1, 2026

୨୦୨୭ ପଞ୍ଜାବ ନିର୍ବାଚନ : ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍, ଧୁରୀରୁ ଲଢ଼ିବେ ଭଗୱନ୍ତ ମାନ

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.