Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଞ୍ଚ ଦିନିଆ ଆସାମ ଗସ୍ତରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ
ଆଜିର ଖବର

ପାଞ୍ଚ ଦିନିଆ ଆସାମ ଗସ୍ତରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 21, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପାଞ୍ଚ ଦିନିଆ ଆସାମ ଗସ୍ତରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ
ପାଞ୍ଚ ଦିନିଆ ଆସାମ ଗସ୍ତରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର: ପିଆଇବି ଭୁବନେଶ୍ୱର ନେତୃତ୍ୱରେ ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ରବିବାରଠାରୁ ପାଞ୍ଚଦିନିଆ ଆସାମ ଗସ୍ତ ଆରମ୍ଭ କରିଛି। ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଉତ୍ତର-ପୂର୍ବାଞ୍ଚଳରେ ପ୍ରମୁଖ ବିକାଶମୂଳକ ଏବଂ ରଣନୀତିକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରିବା। ପ୍ରାରମ୍ଭରେ ଏହି ପ୍ରତିନିଧି ଦଳ ବୋଗିବିଲ୍‌ ଅନ୍ତର୍ଦେଶୀୟ ଜଳ ପରିବହନ ଟର୍ମିନାଲ ଏବଂ ଐତିହାସିକ ବୋଗିବିଲ୍ ସେତୁ ବୁଲି ଦେଖିଛନ୍ତି। ସେତୁର ଇଞ୍ଜିନିୟରିଂ ଚମତ୍କାର ଦେଖି ଗଣମାଧ୍ୟମ ପ୍ରତିନିଧିମାନେ ବେଶ୍‌ ପ୍ରଭାବିତ ହୋଇଛନ୍ତି। ସମନ୍ୱିତ ନଦୀ ଜଳମାର୍ଗ ଆଞ୍ଚଳିକ ବିକାଶକୁ କିଭଳି ଆଗେଇ ନେଉଛି ସେ ସମ୍ପର୍କରେ ଓଡ଼ିଶାର ସାମ୍ବାଦିକମାନେ ଜ୍ଞାନ ଆହରଣ କରିଛନ୍ତି। ଏଥିସହିତ ଓଡ଼ିଶା ଭଳି ଉପକୂଳ ଏବଂ ଖଣିଜ ସମୃଦ୍ଧ ରାଜ୍ୟ ପାଇଁ କିପରି ଅନୁରୂପ ଅନ୍ତର୍ଦେଶୀୟ ଜଳପଥ ପରିବହନ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବ ସେ ସମ୍ପର୍କରେ ସାମ୍ବାଦିକମାନେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

‘ଇନଲ୍ୟାଣ୍ଡ ୱାଟରୱେଜ୍ ଅଥରିଟି ଅଫ୍ ଇଣ୍ଡିଆର ଅଧିକାରୀସୁନୀଲ ସିନ୍ଦେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବୋଗିବିଲ୍‌ ଆଇଡବ୍ଲୁଟି ଟର୍ମିନାଲ୍ ନିର୍ମାଣର ଉଦ୍ଦେଶ୍ୟ ଏବଂ ଏହାର କାର୍ଯ୍ୟକଳାପ ବିଷୟରେ ସୂଚନା ପ୍ରଦାନ କରିଥିଲେ। ସେ କହିଥିଲେ, ବ୍ରହ୍ମପୁତ୍ର ନଦୀରେ ଏହାକୁ ୨୦୨୩ରେ ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ଜାତୀୟ ଜଳପଥ-୨ ନାମରେ କାର୍ଯ୍ୟକ୍ଷମ ରହିଛି। ଏଠାରେ ଜାହାଜ ରହିବା ପାଇଁ ଅତ୍ୟାଧୁନିକ ବର୍ଥ ଭିତ୍ତିଭୂମି ରହିଛି। ଏହି ଟର୍ମିନାଲରେ ୧,୦୦୦ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ କ୍ଷମତା ବିଶିଷ୍ଟ ଜାହାଜ ରହିବାର ବ୍ୟବସ୍ଥା ରହିଛି। ଏହାର ବାର୍ଷିକ ମାଲ୍ ପରିବହନ କ୍ଷମତା ପ୍ରାୟ ୬ ଲକ୍ଷ ମେଟ୍ରିକ୍ ଟନ୍ । ଦିବ୍ରୁଗଡ଼ରେ ଥିବା ଅଶୋଧିତ ତୈଳ ଓ ପେଟ୍ରୋଲିୟମ ଭଣ୍ଡାର ସହିତ ଚା’, କୋଇଲା, ପଥର ଗୁଣ୍ଡ ଏବଂ ସିମେଣ୍ଟ ପରିବହନ ପାଇଁ ବର୍ତ୍ତମାନ ଏଠାରୁ ବହୁମୁଖି ପରିବହନ ବ୍ୟବସ୍ଥା ରହିଛି। ନୁମାଲିଗଡ଼ ବିଶୋଧନାଗାର ସହ ସଂଯୁକ୍ତ ଏହି ଜଳମାର୍ଗ ଓ ଟର୍ମିନାଲ ବଡ଼ ପରିମାଣର ମାଲ ପରିବହନ ଲାଗି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କରିଡର ରୂପେ କାର୍ଯ୍ୟ କରୁଛି।

‘ଇନଲ୍ୟାଣ୍ଡ ୱାଟରୱେଜ୍ ଅଥରିଟି ଅଫ୍ ଇଣ୍ଡିଆର ଅଧିକାରୀମାନେ ଓଡ଼ିଶା ପାଇଁ ନଦୀ ମାର୍ଗରେ ପରିବହନ ସମ୍ଭାବନା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେମାନେ ଓଡ଼ିଶାରେ ଜାତୀୟ ଅନ୍ତର୍ଦେଶୀୟ ଜଳପଥ-୫ (ଏନଡବ୍ଲୁ-୫) ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହାକୁ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିସ୍ତୃତ ଏକ ଅଭ୍ୟନ୍ତରୀଣ ଜଳପଥ କରିଡର୍ ବୋଲି ସେମାନେ କହିଥିଲେ । ବ୍ରାହ୍ମଣୀ ଓ ମହାନଦୀ ଉପତ୍ୟକାକୁ ସଂଯୋଗ କରୁଥିବା ଏନଡବ୍ଲୁ-୫ ଓଡ଼ିଶାର ଶିଳ୍ପ ଓ ଖଣି କ୍ଷେତ୍ର ପାଇଁ ଏକ ସୁଲଭ ତଥା ପରିବେଶ-ଅନୁକୂଳ ପରିବହନ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ । ଏହା ତାଳଚେର ଓ କଳିଙ୍ଗନଗର ଭଳି ଶିଳ୍ପାଞ୍ଚଳକୁ ପାରାଦୀପ ଓ ଧାମରା ଭଳି ସାମୁଦ୍ରିକ ବନ୍ଦର ସହ ଯୋଡ଼ିବ । ସିଧାସଳଖ ନଦୀ-ସମୁଦ୍ର ସଂଯୋଗ ବା ବହୁମୁଖୀ ସଂଯୋଗ ଜରିଆରେ ଏହା ଜଳମାର୍ଗରେ ଦକ୍ଷ ପରିବହନ ବିକଳ୍ପ ଯୋଗାଇବ ଯାହାକି ଇନ୍ଧନ ସଞ୍ଚୟ କରିବା ସହିତ ରେଳ ଓ ରାଜପଥର ଅତ୍ୟଧିକ ଚାପଗ୍ରସ୍ତ ମାଲ୍ ପରିବହନ କରିଡରଗୁଡ଼ିକରେ ଭିଡ଼ କମାଇବାରେ ସହାୟକ ହେବ ।

ଏହି ଗସ୍ତ ସମୟରେ, ଗଣମାଧ୍ୟମ ପ୍ରତିନିଧି ଦଳ ଐତିହାସିକ ବୋଗିବିଲ ସେତୁ ମଧ୍ୟ ଦେଖିଥିଲେ। ଏହା ଏକ ଇଞ୍ଜିନିୟରିଂ ଆଶ୍ଚର୍ଯ୍ୟ ଯାହା ଆସାମ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ସଂଯୋଗକୁ ପୁନଃପରିଭାଷିତ କରିବ। ବ୍ରହ୍ମପୁତ୍ର ନଦୀ ଉପରେ ୪.୯୪ କିଲୋମିଟର ଲମ୍ବା ଏହି ସେତୁ ଦେଶର ସବୁଠାରୁ ଦୀର୍ଘତମ ରେଳ ଓ ସଡ଼କ ସେତୁ। ଏହା ଦିବ୍ରୁଗଡ଼ ଏବଂ ଧେମାଜି ମଧ୍ୟରେ ଯାତାୟାତ ସମୟକୁ ଯଥେଷ୍ଟ ହ୍ରାସ କରିଛି। ଏଥିସହିତ ଦେଶର ପୂର୍ବ ସୀମାରେ ରଣନୀତିକ ପ୍ରତିରକ୍ଷା ଲଜିଷ୍ଟିକ୍ସକୁ ସୁଦୃଢ଼ ​​କରିଛି। ଏହି ଡବଲ୍-ଡେକ୍ ଟ୍ରାନଜିଟ୍ କରିଡର ଦୃଢ଼ ଆର୍ଥିକ କରିଡରକୁ ଉନ୍ମୁକ୍ତ କରିଛି। ଏହା ମଧ୍ୟ ବୋଗିବିଲ୍‌ ଘାଟ ସହିତ ଏକ ସମ୍ଭାବନା ପୂର୍ଣ୍ଣ ନଦୀ ପର୍ଯ୍ୟଟନ କେନ୍ଦ୍ର ରୂପେ ବିକଶିତ ହୋଇଛି ଏବଂ ସ୍ଥାନୀୟ ଆର୍ଥିକ ଓ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ  କରୁଛି।

ଆସାମ ଗସ୍ତ ଡ଼ିଶା ଗଣମାଧ୍ୟମ ପ୍ରତିନିଧି ପିଆଇବି ଭୁବନେଶ୍ୱର ବୋଗିବିଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସେପ୍ଟେମ୍ବର ୨୧ ତାରିଖ ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

September 21, 2026

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026
Latest News

ପାଞ୍ଚ ଦିନିଆ ଆସାମ ଗସ୍ତରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 21, 2026

ଆଜି ସେପ୍ଟେମ୍ବର ୨୧ ତାରିଖ ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

September 21, 2026

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.