Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନନ୍ଦନକାନନରେ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ସ୍ଥିର: ସିଝା ଗାଜର ଓ ବିନ୍ସ ଡାଏଟ୍‌ରେ ସାମିଲ
ଆଜିର ଖବର

ନନ୍ଦନକାନନରେ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ସ୍ଥିର: ସିଝା ଗାଜର ଓ ବିନ୍ସ ଡାଏଟ୍‌ରେ ସାମିଲ

September 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ନନ୍ଦନକାନନରେ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ସ୍ଥିର: ସିଝା ଗାଜର ଓ ବିନ୍ସ ଡାଏଟ୍‌ରେ ସାମିଲ

ଭୁବନେଶ୍ବର:  ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ଅତିଥି ୫ ଓରାଙ୍ଗଉଟାନ୍ ଶାବକ ନୂଆ ପରିବେଶ ସହ ଖାପଖୁଆଇ ନେଉଛନ୍ତି। କ୍ୱାରେଣ୍ଟାଇନ୍ ସେଲ୍‌ରେ ଥିବା ଏହି ଶାବକମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ଥିର ଏବଂ ଆଶାଜନକ ରହିଛି। ସେପ୍ଟେମ୍ବର ୧୯ରେ କରାଯାଇଥିବା କ୍ଲିନିକାଲ୍ ପରୀକ୍ଷା  ଅନୁଯାୟୀ, ସେମାନଙ୍କ ଶରୀରର ତାପମାତ୍ରା, ଗତିବିଧି ଓ ମଳର ଗୁଣବତ୍ତା ସାଧାରଣ ରହିବା ସହ ଖାଦ୍ୟ ଗ୍ରହଣ ପ୍ରକ୍ରିୟା ମଧ୍ୟ ସ୍ୱାଭାବିକ ରହିଛି। ଶାବକମାନଙ୍କୁ ସକ୍ରିୟ ଓ ଖୁସି ରଖିବା ପାଇଁ ସେଲ୍‌ ଭିତରେ ଖେଳିବାକୁ ଲାଡର୍ (ସିଡ଼ି) ଏବଂ ଦଉଡ଼ିର ବ୍ୟବସ୍ଥା କରାଯାଇଛି। ନନ୍ଦନକାନନର ହେଲଥ୍ ରିପୋର୍ଟ ଅନୁଯାୟୀ, ମାଲେ-୧ର ଓଜନ ୫.୩୪ କେଜି, ମାଲେ-୨ର ୩.୫୬ କେଜି, ମାଲେ-୩ର ୩.୧ କେଜି, ଫିମେଲ୍-୧ର ୪.୨୮ କେଜି ଏବଂ ଫିମେଲ୍-୨ର ଓଜନ ୨.୧୮ କେଜି ରହିଛି।

ପ୍ରାଣୀ ଚିକିତ୍ସକ ଓ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଶାବକମାନଙ୍କ ଖାଦ୍ୟ ତାଲିକାରେ ଧୀରେ ଧୀରେ ନୂଆ ଆହାର ଯୋଡ଼ାଯାଉଛି। କ୍ଷୀରର ପରିମାଣ ବୃଦ୍ଧି କରାଯିବା ସହ ଏବେ ସେମାନଙ୍କୁ ସିଝା ଗାଜର ଓ ବିନ୍ସ ଦିଆଯାଉଛି। ଆଗାମୀ ଦିନରେ ସେମାନଙ୍କ ଡାଏଟ୍‌ରେ ଶୁଖିଲା ଖାଦ୍ୟର ପରିମାଣ ଆହୁରି ବଢ଼ାଯିବ ବୋଲି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଓରାଙ୍ଗଓଟାନ୍ ସିଝା ଗାଜର ଓ ବିନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

Gold Import Bill: $90 ବିଲିୟନ ଛୁଇଁପାରେ ସୁନା ଆମଦାନୀ, ଅର୍ଥନୀତି ଉପରେ ବଢ଼ିବ ଚାପ?

September 21, 2026

ମେଟା ସର୍ଭର ଡାଉନ୍: ଠପ୍ ହେଲା ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍

September 21, 2026

ଦିଲ୍ଲୀ ଏସ୍‌ଆଇଆର୍‌ରେ ୩୩.୧୩ ଲକ୍ଷ ଭୋଟର୍‌ଙ୍କୁ ନୋଟିସ୍‌: ଆଡ଼ଭାନୀ, ଜୟଶଙ୍କର ଓ ଧନଖଡ଼ ବି ସାମିଲ

September 21, 2026

ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

September 21, 2026
Latest News

ନନ୍ଦନକାନନରେ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ସ୍ଥିର: ସିଝା ଗାଜର ଓ ବିନ୍ସ ଡାଏଟ୍‌ରେ ସାମିଲ

September 21, 2026

Gold Import Bill: $90 ବିଲିୟନ ଛୁଇଁପାରେ ସୁନା ଆମଦାନୀ, ଅର୍ଥନୀତି ଉପରେ ବଢ଼ିବ ଚାପ?

September 21, 2026

ଆପଣ କେଉଁ ପ୍ରକାର ଜୋତା ପିନ୍ଧୁଛନ୍ତି? ଜୋତାର ଶୈଳୀରୁ ଜଣାପଡ଼ିବ ଆପଣଙ୍କ ସ୍ୱଭାବ

September 21, 2026

ମେଟା ସର୍ଭର ଡାଉନ୍: ଠପ୍ ହେଲା ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍

September 21, 2026

ଦିଲ୍ଲୀ ଏସ୍‌ଆଇଆର୍‌ରେ ୩୩.୧୩ ଲକ୍ଷ ଭୋଟର୍‌ଙ୍କୁ ନୋଟିସ୍‌: ଆଡ଼ଭାନୀ, ଜୟଶଙ୍କର ଓ ଧନଖଡ଼ ବି ସାମିଲ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.