Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ନୂଆ DGP ଚୟନ ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ରହିଛି ସମସ୍ତଙ୍କ ନଜର
ଆଜିର ଖବର

ଓଡ଼ିଶା ନୂଆ DGP ଚୟନ ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ରହିଛି ସମସ୍ତଙ୍କ ନଜର

September 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ନୂଆ ପୁଲିସ ଡିଜି (DGP) ଚୟନ ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ଲଗାଇଥିବା ସାମୟିକ ରୋକ୍‌ ମାମଲାର ଶୁଣାଣି ଆଜି ହେବ। ପୂର୍ବରୁ ଏହି ମାମଲାର ଶୁଣାଣି ଚାରିଥର ବିଭିନ୍ନ କାରଣରୁ ଘୁଞ୍ଚିଥିବାରୁ ଆଜିର ଶୁଣାଣି ଉପରେ ନଜର ରହିଛି।

ଗତ ୭ ତାରିଖର ଶୁଣାଣିରେ ମାମଲାରେ ନୂଆ ମୋଡ଼ ଆସିଥିଲା। ପ୍ରଥମଥର ପାଇଁ ବରିଷ୍ଠ IPS ଅଧିକାରୀ ସୁଶାନ୍ତ ନାଥଙ୍କ ପକ୍ଷରୁ ତାଙ୍କ ଆଇନଜୀବୀ ସୁପ୍ରିମକୋର୍ଟରେ ହାଜର ହୋଇ ପକ୍ଷ ରଖିଥିଲେ।

ସୁଶାନ୍ତ ନାଥଙ୍କ ଆଇନଜୀବୀଙ୍କ ଯୁକ୍ତି ଥିଲା ଯେ, ପୂର୍ବରୁ ଓଡ଼ିଶା DGP ପଦ ପାଇଁ ପ୍ରସ୍ତାବିତ ପ୍ରାର୍ଥୀଙ୍କ ତାଲିକାରେ ତାଙ୍କ ନାମ ଥିଲା। ତେବେ କେଉଁ ପରିସ୍ଥିତିରେ ତାଙ୍କ ନାମ ତାଲିକାରୁ ବାଦ୍‌ ଦିଆଗଲା, ସେନେଇ ପ୍ରଶ୍ନ ଉଠାଯାଇଥିଲା। ଏପରି ଭାବେ ନାମ ବାଦ୍‌ ଦେବା ଆଇନସମ୍ମତ ନୁହେଁ ବୋଲି ତାଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା।

ଏହି ଦାବି ଉପରେ ନିଜର ମତ ଓ ତଥ୍ୟ ରଖିବା ପାଇଁ ସୁଯୋଗ ଦେବାକୁ ଖଣ୍ଡପୀଠଙ୍କ ନିକଟରେ ଅନୁରୋଧ କରାଯାଇଥିଲା। ଏହାପରେ ମାମଲାର ପରବର୍ତ୍ତୀ ଶୁଣାଣି ୧୭ ସେପ୍ଟେମ୍ବରକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସେଦିନ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମାମଲା ଥିବାରୁ ଶୁଣାଣି ହୋଇପାରିନଥିଲା।

ଅନ୍ୟପକ୍ଷରେ, ଓଡ଼ିଶା ସରକାରଙ୍କ ଆଡଭୋକେଟ ଜେନେରାଲ (ଏଜି) ପିତାମ୍ବର ଆଚାର୍ଯ୍ୟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠଙ୍କ ନିକଟରେ ମାମଲାର ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଥିଲେ।

ତେବେ ଆଜିର ଶୁଣାଣିରେ ମାମଲା କେଉଁ ଦିଗକୁ ଯାଉଛି ଏବଂ ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ନେଇ କୋର୍ଟଙ୍କ ଆଭିମୁଖ୍ୟ କ’ଣ ରହୁଛି, ତାହା ଉପରେ ନଜର ରହିଛି।

#DGPSelection #OdishaDGP #SupremeCourtHearing supremecourt
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୪ଟି ଜିଲ୍ଲାରେ ସ୍କୁଲ ଛୁଟି

September 22, 2026

ଗୋପାଳପୁରରୁ ୨୫୦ କିମି ଦୂରରେ ଅବପାତ

September 22, 2026

ପାଣି ମେଟେକାରୁ ଜୀବିକା: ଆସାମର ମହିଳା ଏସଏଚଜିଙ୍କ ପାଇଁ ନୂଆ ରୋଜଗାର ସୁଯୋଗ

September 22, 2026

ବିଶ୍ୱ ବଜାରରେ ଆସାମ ଚା’ର ପ୍ରସିଦ୍ଧି ଏବଂ ସଫଳ ଯାତ୍ରା ଅନୁଧ୍ୟାନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 22, 2026
Latest News

ଓଡ଼ିଶା ନୂଆ DGP ଚୟନ ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ରହିଛି ସମସ୍ତଙ୍କ ନଜର

September 22, 2026

ଆଜି ୪ଟି ଜିଲ୍ଲାରେ ସ୍କୁଲ ଛୁଟି

September 22, 2026

ଆଜି ଏଏନ୍‌ଟିଏଫ୍ ମୁଖ୍ୟମାନଙ୍କ ୩ୟ ସମ୍ମିଳନୀ ଉଦ୍‌ଘାଟନ କରିବେ ଅମିତ ଶାହ

September 22, 2026

ଗୋପାଳପୁରରୁ ୨୫୦ କିମି ଦୂରରେ ଅବପାତ

September 22, 2026

UPI ଶୁଳ୍କକୁ ନେଇ ମୋବାଇଲ୍ ବ୍ୟବସାୟୀଙ୍କ ଚିନ୍ତା, ସରକାରଙ୍କୁ ଚିଠି ଲେଖିଲା AIMRA

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.