Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଆଇସିଡିଆଇର ପରାମର୍ଶ କର୍ମଶାଳା ଆୟୋଜିତ
ଆଜିର ଖବର

ଓଡ଼ିଶାରେ ଆଇସିଡିଆଇର ପରାମର୍ଶ କର୍ମଶାଳା ଆୟୋଜିତ

September 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha Holds First Integrated Cluster Development Workshop
Odisha Holds First Integrated Cluster Development Workshop

ଭୁବନେଶ୍ୱର: ଓଡ଼ିଶାରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ପ୍ରଥମ ସମନ୍ୱିତ କ୍ଲଷ୍ଟର ବିକାଶ ପଦକ୍ଷେପ ବା ଆଇସିଡିଆଇର ପରାମର୍ଶ କର୍ମଶାଳା ଆୟୋଜିତ ହୋଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟରରେ ଅନୁଷ୍ଠିତ କର୍ମଶାଳାରେ କ୍ଲଷ୍ଟରଭିତ୍ତିକ ବିକାଶର ସମ୍ଭାବନା, ପ୍ରାଥମିକ କ୍ଷେତ୍ର ଚିହ୍ନଟ, ଭିତ୍ତିଭୂମି ଓ ବଜାର ସଂଯୋଗ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦ, ନୀତି ଆୟୋଗ ଓ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ମିଳିତ ଆନୁକୂଲ୍ୟରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ ପରିଷଦ ଅଧ୍ୟକ୍ଷ ପ୍ରଫେସର ଏସ୍. ମହେନ୍ଦ୍ର ଦେବ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

କର୍ମଶାଳାରେ ପ୍ରଫେସର ଦେବ କହିଥିଲେ, କେବଳ ଉତ୍ପାଦନ ବୃଦ୍ଧି ନୁହେଁ, କୃଷକଙ୍କ ଆୟ ବୃଦ୍ଧିକୁ ଗୁରୁତ୍ୱ ଦେବା ଆବଶ୍ୟକ। ଉତ୍ପାଦନ ପରବର୍ତ୍ତୀ ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି, ବଜାର ସଂଯୋଗ ଏବଂ କୃଷକ ଉତ୍ପାଦକ ସଂଗଠନ ଓ ସମବାୟର ଭୂମିକାକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ପାଇଲଟ୍ ପ୍ରକଳ୍ପ ଭାବେ ପୁରୀ ଓ ଗଞ୍ଜାମ ଜିଲ୍ଲାରେ କ୍ଲଷ୍ଟର ବିକାଶ ପଦକ୍ଷେପ ଆରମ୍ଭ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯିବ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ, ଉତ୍ପାଦନ ସହ ପ୍ରକ୍ରିୟାକରଣ ଓ ବଜାର ସଂଯୋଗକୁ ଏକୀକୃତ କରି ‘ଉତ୍ପାଦନରୁ ବଜାର’ ପର୍ଯ୍ୟନ୍ତ ସମଗ୍ର ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରାଯିବ। ଏଥିସହ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ସମବାୟ ଓ ସ୍ଥାନୀୟ ଉଦ୍ୟୋଗୀଙ୍କୁ ଏହି କାର୍ଯ୍ୟକ୍ରମ ସହ ଯୋଡ଼ିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଗଞ୍ଜାମ ଓ ପୁରୀକୁ ପ୍ରାଥମିକ କ୍ଲଷ୍ଟର ଭାବେ ନେଇ କାଜୁ, ଆମ୍ବ, ପନିପରିବା ଓ ମସଲା ସମେତ ବିଭିନ୍ନ ଉତ୍ପାଦର ସଂଗ୍ରହ, ଶୀତଳ ଭଣ୍ଡାର, ପ୍ରକ୍ରିୟାକରଣ ଓ ବଜାର ସଂଯୋଗକୁ ସୁଦୃଢ଼ କରାଯିବ। ମତ୍ସ୍ୟ ଓ ଦୁଗ୍ଧ କ୍ଷେତ୍ରରେ ମଧ୍ୟ ଉତ୍ପାଦନ, ଭିତ୍ତିଭୂମି, ଶୀତଳ ଶୃଙ୍ଖଳ ଓ ମୂଲ୍ୟବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ।

କ୍ଲଷ୍ଟର ଚୟନ ସମୟରେ ଉତ୍ପାଦନ, ବଜାର ଚାହିଦା, ପ୍ରକ୍ରିୟାକରଣ, ରପ୍ତାନି, ରୋଜଗାର, ସମାବେଶୀ ବିକାଶ ଓ ସ୍ଥାୟିତ୍ୱ ଭଳି ଦିଗକୁ ମୁଖ୍ୟ ମାନଦଣ୍ଡ ଭାବେ ବିଚାର କରାଯିବ। ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ସହ କୃଷକଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ରହିବ।

Cluster Development Workshop Odisha ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ପାର୍ବଣ ଋତୁରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂଜା ସ୍ପେଶାଲ ଟ୍ରେନ

September 25, 2026

ସ୍ୱଚ୍ଛତା, ସଚେତନତା ଓ ଜନସହଭାଗିତାରେ ଏମସିଏଲ୍‌ର ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ

September 25, 2026

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ଆଜି ସେପ୍ଟେମ୍ବର ୨୫ ତାରିଖରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2026
Latest News

ଓଡ଼ିଶାରେ ଆଇସିଡିଆଇର ପରାମର୍ଶ କର୍ମଶାଳା ଆୟୋଜିତ

September 25, 2026

ପାର୍ବଣ ଋତୁରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂଜା ସ୍ପେଶାଲ ଟ୍ରେନ

September 25, 2026

ସ୍ୱଚ୍ଛତା, ସଚେତନତା ଓ ଜନସହଭାଗିତାରେ ଏମସିଏଲ୍‌ର ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ

September 25, 2026

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.