Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିମିଳିପାଳ ପାଦଦେଶରେ ବନ୍ୟା ବିତ୍ପାତ: ନାଲି କାଦୁଅ ପାଣିରେ ବୁଡ଼ିଲା ପୋଲ, ବାରିପଦା-ଭୁବନେଶ୍ୱର ଯୋଗାଯୋଗ ବିଚ୍ଛିନ୍ନ
ଆଜିର ଖବର

ଶିମିଳିପାଳ ପାଦଦେଶରେ ବନ୍ୟା ବିତ୍ପାତ: ନାଲି କାଦୁଅ ପାଣିରେ ବୁଡ଼ିଲା ପୋଲ, ବାରିପଦା-ଭୁବନେଶ୍ୱର ଯୋଗାଯୋଗ ବିଚ୍ଛିନ୍ନ

September 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାରିପଦା: ଶିମିଳିପାଳ ପାଦଦେଶରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାଳପଳା ନଈରେ ହଠାତ୍‌ ବନ୍ୟାଜଳ ବଢ଼ିବା ସହ ପାହାଡ଼ ଉପରୁ ନାଲି କାଦୁଅ ମିଶା ପାଣି ତଳକୁ ଆସିଛି। ଫଳରେ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି।

ପାଳପଳା ନଈରେ ବନ୍ୟାଜଳ ବଢ଼ିବା ପରେ ବାଲିଡିହ ପୋଲ ପାଣିରେ ବୁଡ଼ିଯାଇଛି। ଏହା ଯୋଗୁଁ ଭୁଆଶୁଣି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପୋଲ ଉପରେ ପାଣି ଚାଲୁଥିବାରୁ ଯାତାୟାତ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଅନ୍ୟପକ୍ଷରେ ବୁଢ଼ାବଳଙ୍ଗ ନଦୀରେ ମଧ୍ୟ ବନ୍ୟାଜଳ ବୃଦ୍ଧି ପାଉଛି। ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ଉପରମୁହାଁ ହୋଇଥିବା ବେଳେ ନିକଟବର୍ତ୍ତୀ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଛି।

ପରିସ୍ଥିତି ଆହୁରି ଗମ୍ଭୀର ହୋଇଛି ନାଲୁଆ ନଈ ଅଞ୍ଚଳରେ। ନାଲୁଆ ନଈ ପୋଲ ଉପରେ ପ୍ରାୟ ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଏଥିପାଇଁ ଏହି ରାସ୍ତାରେ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ବନ୍ୟା ପାଣି ଉଦଳା-ବାରିପଦା ରାଜ୍ୟ ରାଜପଥ-୧୯ରେ ମଧ୍ୟ ପ୍ରବେଶ କରିଛି। ରାଜପଥରେ ପାଣି ଜମିବା ଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ ବାରିପଦା ସହ ଅନ୍ୟ ଅଞ୍ଚଳର ଯୋଗାଯୋଗ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବନ୍ୟା ପରିସ୍ଥିତିର ସବୁଠାରୁ ବଡ଼ ପ୍ରଭାବ ପଡ଼ିଛି ବାରିପଦା-ଭୁବନେଶ୍ୱର ଯୋଗାଯୋଗ ଉପରେ। ରାସ୍ତାରେ ବନ୍ୟାପାଣି ଜମିବା ଏବଂ ବିଭିନ୍ନ ପୋଲ ଉପରେ ପାଣି ପ୍ରବାହିତ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଶିମିଳିପାଳ ପାଦଦେଶରେ ହଠାତ୍‌ ବନ୍ୟାଜଳ ଆସିବା ଏବଂ ନାଲି କାଦୁଅ ମିଶା ପାଣି ପ୍ରବାହିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ନଦୀ ଓ ନଈଗୁଡ଼ିକର ଜଳସ୍ତର ବଢ଼ୁଥିବାରୁ ପରିସ୍ଥିତି ଉପରେ ନଜର ରଖାଯାଉଛି।

#BaripadaFlood #Budhabalanga #OdishaWeather #FloodNews #FloodUpdate #Mayurbhanj #Similipal baripada OdishaFlood udala
Share. Facebook Twitter LinkedIn Email WhatsApp Copy Link

Related Posts

ଭୂସ୍ଖଳନ ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, ବାତିଲ ହେଲା ଏକାଧିକ ଟ୍ରେନ୍; ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

September 25, 2026

ଅକ୍ଟୋବର ୨୬ରୁ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଫର୍ମ ଫିଲଅପ୍

September 25, 2026

ଜମୁଇ ଘଟଣା: ପୋଲିସର ଏନକାଉଣ୍ଟରରେ ଖୁସିବ୍ୟକ୍ତ କଲେ ପୀଡ଼ିତାଙ୍କ ମା’

September 25, 2026

ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଓଡ଼ିଶା ଡିଜିପି ନିଯୁକ୍ତି ମାମଲା

September 25, 2026
Latest News

ଶିମିଳିପାଳ ପାଦଦେଶରେ ବନ୍ୟା ବିତ୍ପାତ: ନାଲି କାଦୁଅ ପାଣିରେ ବୁଡ଼ିଲା ପୋଲ, ବାରିପଦା-ଭୁବନେଶ୍ୱର ଯୋଗାଯୋଗ ବିଚ୍ଛିନ୍ନ

September 25, 2026

ଭୂସ୍ଖଳନ ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, ବାତିଲ ହେଲା ଏକାଧିକ ଟ୍ରେନ୍; ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

September 25, 2026

ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ: ବିଦ୍ୟାଳୟ ନିକଟରେ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ କଟକଣା

September 25, 2026

ଅକ୍ଟୋବର ୨୬ରୁ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଫର୍ମ ଫିଲଅପ୍

September 25, 2026

ଜମୁଇ ଘଟଣା: ପୋଲିସର ଏନକାଉଣ୍ଟରରେ ଖୁସିବ୍ୟକ୍ତ କଲେ ପୀଡ଼ିତାଙ୍କ ମା’

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.