Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଅର୍ଣ୍ଣବ’ ବାତ୍ୟା ପ୍ରକୋପ: ଭୂସ୍ଖଳନ ଅଞ୍ଚଳ ଗସ୍ତ କଲେ ଅତିରିକ୍ତ SRC ସଚିବ
ଆଜିର ଖବର

‘ଅର୍ଣ୍ଣବ’ ବାତ୍ୟା ପ୍ରକୋପ: ଭୂସ୍ଖଳନ ଅଞ୍ଚଳ ଗସ୍ତ କଲେ ଅତିରିକ୍ତ SRC ସଚିବ

September 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
'ଅର୍ଣ୍ଣବ' ବାତ୍ୟା ପ୍ରକୋପ: ଭୂସ୍ଖଳନ ଅଞ୍ଚଳ ଗସ୍ତ କଲେ ଅତିରିକ୍ତ SRC ସଚିବ

ଗଜପତି:  ‘ଅର୍ଣ୍ଣବ’ ବାତ୍ୟା ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଭୂସ୍ଖଳନ ଓ ଜରୁରୀକାଳୀନ ପରିସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ (SRC) ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟ। ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ ବଡ଼ ପଥର ଖସି ରାସ୍ତାଘାଟ ବାଧାପ୍ରାପ୍ତ ହୋଇଥିବା ଅଞ୍ଚଳଗୁଡ଼ିକର ସ୍ଥିତି ଏବଂ ପରିଚାଳନା ବ୍ୟବସ୍ଥାର ସେ ଅନୁଧ୍ୟାନ କରିଛନ୍ତି।

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ସଚିବ ଗଜପତି ଜିଲ୍ଲା ଗସ୍ତ କରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ସେ ମୋହନା, ଆର୍.ଉଦୟଗିରି, ନୂଆଗଡ଼ ଓ ରାୟଗଡ଼ ବ୍ଲକର ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ବର୍ଷା ଜନିତ କ୍ଷୟକ୍ଷତି ଓ ସ୍ଥିତିର ତଦାରଖ କରିଥିଲେ। ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର, ଲୋକଙ୍କ ସୁରକ୍ଷା, ଉଦ୍ଧାର, ସ୍ଥାନାନ୍ତରଣ ଏବଂ ରିଲିଫ୍ ବଣ୍ଟନ ସମ୍ପର୍କରେ ସେ ସ୍ଥାନୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଗସ୍ତର ସବିଶେଷ ରିପୋର୍ଟ ସେ SRCଙ୍କୁ ପ୍ରଦାନ କରିବେ।

ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନ୍ନାଗା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ବିନାୟକ ରାଉଳଙ୍କ ସମେତ ସମ୍ପୃକ୍ତ ବ୍ଲକର ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ବାତ୍ୟା ଭୂସ୍ଖଳନ
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ୨ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଗୁରୁତର

September 26, 2026

ସମ୍ବଲପୁରଠାରେ ପଞ୍ଚମ ବ୍ୟାଚ ସିପାହୀ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ

September 26, 2026

ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ: ନିଷେଧାଜ୍ଞା ସତ୍ତ୍ୱେ ବେଆଇନ୍ କାରବାର

September 26, 2026

ଉଦ୍ଧାର ବେଳେ ଓଲଟିଲା ଦମକଳ ବୋଟ: ନଦୀ ପାରିରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ଗର୍ଭବତୀ

September 26, 2026
Latest News

‘ଅର୍ଣ୍ଣବ’ ବାତ୍ୟା ପ୍ରକୋପ: ଭୂସ୍ଖଳନ ଅଞ୍ଚଳ ଗସ୍ତ କଲେ ଅତିରିକ୍ତ SRC ସଚିବ

September 26, 2026

ସଡ଼କ ଦୁର୍ଘଟଣାରେ ୨ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଗୁରୁତର

September 26, 2026

ବିବାଦ ମଧ୍ୟରେ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ: ଜାଣନ୍ତୁ କ’ଣ ନେଲେ ନିଷ୍ପତ୍ତି?

September 26, 2026

କବାଡିରେ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଲା ଭାରତ: କଡ଼ା ମୁକାବିଲାରେ ଇରାନ ୪୦-୩୪ ରେ ପରାସ୍ତ

September 26, 2026

ସମ୍ବଲପୁରଠାରେ ପଞ୍ଚମ ବ୍ୟାଚ ସିପାହୀ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.