Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ
ଆଜିର ଖବର

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ
କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି କଟକ ରେଳ ଷ୍ଟେସନରେ ‘ସ୍ୱଚ୍ଛତା ହିଁ ସେବା- ୨୦୨୬’ ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଷ୍ଟେସନର ପୂର୍ବ ପାର୍ଶ୍ୱ ମୁଖ୍ୟ ପ୍ରବେଶ ପଥ ନିକଟରେ ସଫେଇ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ସେ ରେଳ ଅଧିକାରୀ, କର୍ମଚାରୀ ଓ ଯାତ୍ରୀମାନଙ୍କୁ ରେଳ ପରିସରକୁ ସ୍ୱଚ୍ଛ ରଖିବାରେ ସହଯୋଗ କରିବାକୁ ଉତ୍ସାହିତ କରିଥିଲେ।

ସ୍ୱଚ୍ଛତା ଅଭିଯାନ ଅବସରରେ ଶ୍ରୀ ଫୁଙ୍କୱାଲ ଯାତ୍ରୀମାନଙ୍କ ସହ ଆଲୋଚନା କରି ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଦିଗରେ ସଚେତନ ହେବାକୁ ଆହ୍ୱାନ କରିଥିଲେ। ସେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟାଗ୍‌ର ବ୍ୟବହାର ଏଡ଼ାଇବା ସହ ଏହାର ବିକଳ୍ପ ଭାବେ ପରିବେଶ ଅନୁକୂଳ ପୁନଃବ୍ୟବହାର ଯୋଗ୍ୟ ଝୋଟ ବ୍ୟାଗ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସେ ଯାତ୍ରୀମାନଙ୍କୁ ଝୋଟ ବ୍ୟାଗ୍ ବଣ୍ଟନ କରି ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାର କମାଇବା ଏବଂ ସ୍ୱଚ୍ଛ ଓ ସବୁଜ ପରିବେଶ ଗଠନରେ ସହଯୋଗ କରିବାକୁ ଆହ୍ୱାନ କରିଥିଲେ।

ମହାପ୍ରବନ୍ଧକ ଯାତ୍ରୀମାନଙ୍କୁ ରେଳ ପରିସରରେ ଆବର୍ଜନା ଏଣେତେଣେ ନ ପକାଇ ନିର୍ଦ୍ଧାରିତ ଡଷ୍ଟବିନ୍‌ରେ ପକାଇବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ, ରେଳ ଷ୍ଟେସନରେ ସ୍ୱଚ୍ଛତା ବଜାୟ ରଖିବା କେବଳ ରେଳ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ଯାତ୍ରୀ ଓ ସାଧାରଣ ଜନତାଙ୍କ ସାମୂହିକ ଦାୟିତ୍ୱ। ଏଥିପାଇଁ ସେ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଜନଭାଗିଦାରୀକୁ ସୁଦୃଢ଼ କରିବା ସହ ରେଳ ପରିସରକୁ ସ୍ୱଚ୍ଛ ରଖିବାରେ ସକ୍ରିୟ ସହଯୋଗ କରିବାକୁ ଯାତ୍ରୀ ଓ ସାଧାରଣ ଜନତାଙ୍କୁ ଆହ୍ୱାନ କରିଥିଲେ।

ପୂର୍ବତଟ ରେଳପଥ ପକ୍ଷରୁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨, ୨୦୨୬ ପର୍ଯ୍ୟନ୍ତ “ସ୍ୱଚ୍ଛତା ମେଁ ସହଭାଗ: ସ୍ୱଚ୍ଛ ଭାରତ, ବିକଶିତ ଭାରତ” ବିଷୟବସ୍ତୁକୁ ନେଇ ସ୍ୱଚ୍ଛତା ହିଁ ସେବା ୨୦୨୬ ଅଭିଯାନ ପାଳନ କରାଯାଉଛି। ଏହି ଅଭିଯାନ ମାଧ୍ୟମରେ ରେଳ କର୍ମଚାରୀ, ଯାତ୍ରୀ ଓ ସାଧାରଣ ଜନତାଙ୍କୁ ସାମିଲ କରି ଜନଭାଗିଦାରୀ ମାଧ୍ୟମରେ ସ୍ୱଚ୍ଛତା ବଜାୟ ରଖିବା, ପରିବେଶ ସୁରକ୍ଷା ଏବଂ ସ୍ଥାୟୀ ଆବର୍ଜନା ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଉଛି।

ଶ୍ରୀ ଫୁଙ୍କୱାଲ କଟକ ରେଳ ଷ୍ଟେସନର ପ୍ଲାଟଫର୍ମ, ପ୍ରତୀକ୍ଷାଳୟ, ଶୌଚାଳୟ, ଫୁଟ୍ ଓଭରବ୍ରିଜ୍, ସର୍କୁଲେଟିଂ ଏରିଆ, ପାନୀୟ ଜଳ ସ୍ଥାନ ଏବଂ ଖାଦ୍ୟ ଷ୍ଟଲ୍‌ଗୁଡ଼ିକର ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏଥିସହ ସେ ଆବର୍ଜନା ପରିଚାଳନା, ଡ୍ରେନେଜ୍ ଓ ହାଉସକିପିଂ ବ୍ୟବସ୍ଥା ଯାଞ୍ଚ କରିବା ସହ ଷ୍ଟେସନ ପରିସରରେ ନିୟମିତ ସଫେଇ, ଆବର୍ଜନାର ସଠିକ୍ ପରିଚାଳନା ଓ ନିଷ୍କାସନ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଥିଲେ।

ମହାପ୍ରବନ୍ଧକ ଷ୍ଟେସନର ଚାଲୁଥିବା ପୁନଃବିକାଶ କାର୍ଯ୍ୟର ମଧ୍ୟ ନିରୀକ୍ଷଣ କରିଥିଲେ ଏବଂ ଯାତ୍ରୀମାନଙ୍କୁ ଆଧୁନିକ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଚାଲୁଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଚାଲୁଥିବା ନିର୍ମାଣ କାର୍ଯ୍ୟରେ ନିରାପତ୍ତା ମାନଦଣ୍ଡର କଡ଼ାକଡ଼ି ପାଳନ ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟଗୁଡ଼ିକ ସମାପ୍ତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ନିରୀକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ଖୋର୍ଦ୍ଧା ରୋଡ୍ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ମହାପ୍ରବନ୍ଧକଙ୍କ ସହ ଉପସ୍ଥିତ ଥିଲେ।

କଟକ ରେଳ ଷ୍ଟେସନ ପରମେଶ୍ୱର ଫୁଙ୍କୱାଲ ପୁନଃବିକାଶ କାର୍ଯ୍ୟର ସମୀକ୍ଷା ପୂର୍ବତଟ ରେଳପଥ ମହାପ୍ରବନ୍ଧକ ସ୍ୱଚ୍ଛତା ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026
Latest News

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.