Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ଭୂସ୍ଖଳନ
ଆଜିର ଖବର

୫୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ଭୂସ୍ଖଳନ

September 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Landslide on National Highway 520 bypass
Landslide on National Highway 520 bypass

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ନିକଟସ୍ଥ କାଳୀ ମନ୍ଦିର ନିକଟରେ ଥିବା ୫୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ ରାସ୍ତାରେ ଶନିବାର ପାହାଡ଼ ଧସି ବିଶାଳ ଭୂସ୍ଖଳନ ଘଟିଛି। ପାହାଡ଼ରୁ ମାଟି ଅତଡ଼ା ସହ ବଡ଼ ବଡ଼ ପଥର ରାସ୍ତା ପାର୍ଶ୍ୱକୁ ଖସି ପଡ଼ିଥିବାରୁ ଯାତାୟାତ ସୁରକ୍ଷା ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ପାହାଡ଼ରୁ ଭାରୀ ମାଟି ଓ ପଥର ଖସିବା ପ୍ରଭାବରେ ରାସ୍ତା ପାର୍ଶ୍ୱରେ ନିର୍ମିତ କଂକ୍ରିଟ୍‌ ସୁରକ୍ଷା ପ୍ରାଚୀରର ଏକ ବଡ଼ ଅଂଶ ଭାଙ୍ଗି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି।

ପାହାଡ଼ରୁ ଖସିଥିବା ଏହି ବଡ଼ ବଡ଼ ପଥର ଓ ମାଟି ରାସ୍ତା କଡ଼ରେ ଜମି ରହିବା ଫଳରେ ଏହି ବାଟ ଦେଇ ଯାତାୟାତ କରୁଥିବା ଦୁଇଚକିଆ ଯାନ ଚାଳକଙ୍କ ପାଇଁ ପ୍ରତ୍ୟକ୍ଷ ବିପଦର ଆଶଙ୍କା ସୃଷ୍ଟି ହୋଇଥିଲା। ଏହି ବାଇପାସ୍‌ ରାସ୍ତା ଦେଇ ପ୍ରତିଦିନ ଭାରୀଯାନ ସମେତ ଶତାଧିକ ଛୋଟବଡ଼ ଯାନବାହନ ଚଳାଚଳ କରୁଥିବାରୁ ଏହି ଆକସ୍ମିକ ଘଟଣା ଯାତ୍ରୀ ଓ ଯାନବାହନ ଚାଳକଙ୍କ ମଧ୍ୟରେ ଆଶଙ୍କା ଓ ଭୟର ବାତାବରଣ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ଖବର ପାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯନ୍ତ୍ରପାତି ସାହାଯ୍ୟରେ ରାସ୍ତା ଉପରେ ପଡ଼ିଥିବା ମାଟି ଓ ପଥର ହଟାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ରାସ୍ତାରେ ଯାନବାହନ ଯାତାୟାତ ପୁଣି ଥରେ ସ୍ୱାଭାବିକ ହୋଇପାରିଛି। ତେବେ ରାସ୍ତା ସଫା ହୋଇଥିଲେ ସୁଦ୍ଧା ପାହାଡ଼ର ଉପରିଭାଗରେ ମାଟି ଏବେ ମଧ୍ୟ ଅତ୍ୟନ୍ତ ଢିଲା ରହିଥିବାରୁ ଆଗାମୀ ଦିନରେ ବର୍ଷା ଜାରି ରହିଲେ ପୁଣି ଥରେ ମାଟି ଅତଡ଼ା ଓ ପଥର ଖସିବାର ଗୁରୁତର ଆଶଙ୍କା ରହିଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ୫୨୦ ନମ୍ବର ଜାତୀୟ ରାଜପଥର ବାରବାଙ୍କ ଘାଟି ଅଞ୍ଚଳରେ ଏହିପରି ଭୂସ୍ଖଳନ ଘଟି ରାସ୍ତାଘାଟ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବାର ନଜିର ରହିଛି। ଏଭଳି ପରିସ୍ଥିତିରେ ପ୍ରତି ବର୍ଷା ଋତୁରେ ରାଜପଥର ପାହାଡ଼ିଆ ଅଞ୍ଚଳଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଓ ନିର୍ମାଣ ଶୈଳୀ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଗାମୀ ଦିନରେ କୌଣସି ବଡ଼ ଧରଣର ଅଘଟଣ କିମ୍ବା ଜୀବନହାନିକୁ ଏଡ଼ାଇବା ପାଇଁ ରାସ୍ତା ପାର୍ଶ୍ୱରେ ରହିଥିବା ମାଟି ଓ ପଥରକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ସହ ଭାଙ୍ଗିଯାଇଥିବା ସୁରକ୍ଷା ପ୍ରାଚୀରର ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହିତ ପାହାଡ଼ର ଦୁର୍ବଳ ଓ ସଂବେଦନଶୀଳ ସ୍ଥାନଗୁଡ଼ିକର ବୈଷୟିକ ଯାଞ୍ଚ କରାଯାଇ ଆବଶ୍ୟକ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା, ନିଷ୍କାସନ ବ୍ୟବସ୍ଥା ଓ ଭୂସ୍ଖଳନ ପ୍ରତିରୋଧକ ପଦକ୍ଷେପ ଶୀଘ୍ର ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

କେନ୍ଦୁଝର ଜିଲ୍ଲା ଭୂସ୍ଖଳନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026
Latest News

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.