Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ବାର୍ତ୍ତାଳାପ’ ସାମ୍ବାଦିକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ: ଅଖିଳ କୁମାର ମିଶ୍ର
ଆଜିର ଖବର

‘ବାର୍ତ୍ତାଳାପ’ ସାମ୍ବାଦିକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ: ଅଖିଳ କୁମାର ମିଶ୍ର

September 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ବାର୍ତ୍ତାଳାପ’ ସାମ୍ବାଦିକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ: ଅଖିଳ କୁମାର ମିଶ୍ର
‘ବାର୍ତ୍ତାଳାପ’ ସାମ୍ବାଦିକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ: ଅଖିଳ କୁମାର ମିଶ୍ର

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ବିଭିନ୍ନ ସମୟରେ ଆୟୋଜନ କରାଯାଉଥିବା ‘‘ବାର୍ତ୍ତାଳାପ’’ କାର୍ଯ୍ୟକ୍ରମ ସାମ୍ବାଦିକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିଥାଏ ବୋଲି ପିଆଇବି ଏଡିଜି ଅଖିଳ କୁମାର ମିଶ୍ର କହିଛନ୍ତି।

ଆଜି ପିଆଇବି ରାଞ୍ଚି ପକ୍ଷରୁ ଝାଡ଼ଖଣ୍ଡର ଷଢ଼େଇକଳା ଓ ଖରସୁଆଁ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇ ଶ୍ରୀ ମିଶ୍ର କହିଛନ୍ତି, ବାର୍ତ୍ତାଳାପ କାର୍ଯ୍ୟକ୍ରମ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଥାଏ। ଏହା ସାମ୍ବାଦିକମାନଙ୍କୁ କାର୍ଯ୍ୟ କରିବା ଲାଗି ଅନୁପ୍ରାଣିତ କରେ। ସମାଜରେ ସାମ୍ବାଦିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମିଶ୍ର ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ।

ମୁଖ୍ୟ ଅତିଥି ଭାବରେ ସମ୍ମିଳନୀକୁ ସମ୍ବୋଧିତ କରି  ଷଢ଼େଇକଳା ଖରସୁଆଁର ଉପଆୟୁକ୍ତ ନୀତିଶ କୁମାର ସିଂହ ଗୁରୁତ୍ୱାରୋପ କରି କହିଥିଲେ ଯେ, ନାଗରିକ ସମାଜର ଆଚରଣଗତ ପରିବର୍ତ୍ତନ ସହିତ ଯୋଡ଼ି ହେଲେ ହିଁ ଆଇନଗତ ନିୟମାବଳୀରୁ ଦୀର୍ଘସ୍ଥାୟୀ ଫଳାଫଳ ମିଳିପାରିବ। ଅପପୁଷ୍ଟି ନିରାକରଣ, ଜନସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ବର୍ଜ୍ୟବସ୍ତୁ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିଆଯାଇଥିବା ବିଭିନ୍ନ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ, ସେ ସ୍ଥାନୀୟ ଅନୁଷ୍ଠାନ ତଥା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ସଦ୍ୟତମ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମାବଳୀର ଦୃଢ଼ ଅନୁପାଳନ ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଇଥିଲେ।

“କଠିନ ବର୍ଜ୍ୟବସ୍ତୁ ପରିଚାଳନା (ଏସଡବ୍ଲୁଏମ) ନିୟମାବଳୀ-୨୦୨୬, ସ୍ୱଚ୍ଛତା ହିଁ ସେବା ଏବଂ ପୋଷଣ ମାସ” ବିଷୟବସ୍ତୁକୁ ନେଇ ଏହି ବାର୍ତ୍ତାଳାପ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କର୍ମଶାଳାରେ ଉକ୍ତ ବିଷୟଗୁଡ଼ିକର ବିଭିନ୍ନ ଦିଗ ଉପରେ ପ୍ରଶାସନ, ବିଶେଷଜ୍ଞ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିଥିଲା।

ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ପଦ୍ମଶ୍ରୀ ଛୁଟନୀ ମହାତୋ, ଦୂରଦର୍ଶନ ଝାଡ଼ଖଣ୍ଡର ସହାୟକ ନିର୍ଦ୍ଦେଶକ ଦିବାକର କୁମାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପିଆଇବି ରାଞ୍ଚିର ଗୌରବ କୁମାର ପୁଷ୍କର ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

‘‘ବାର୍ତ୍ତାଳାପ’’ ଅଖିଳ କୁମାର ମିଶ୍ର ପିଆଇବି ଏଡିଜି ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ମୟୂରଭଞ୍ଜରେ ସଙ୍ଗୀନ ବନ୍ୟା ପରିସ୍ଥିତି: ବୁଢ଼ାବଳଙ୍ଗ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି

September 26, 2026

୫୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ଭୂସ୍ଖଳନ

September 26, 2026

ବର୍ଷା ଯୋଗୁଁ ବାତିଲ ହେବ କି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ?: ଜାଣନ୍ତୁ ପାଣିପାଗ ଅପଡେଟ

September 26, 2026

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

September 26, 2026
Latest News

‘ବାର୍ତ୍ତାଳାପ’ ସାମ୍ବାଦିକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ: ଅଖିଳ କୁମାର ମିଶ୍ର

September 26, 2026

ମହାପ୍ରଭୁଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ସୁନା ଅଳଙ୍କାର

September 26, 2026

ନେତାରୁ ବିଧାୟକ ଓ ମନ୍ତ୍ରୀ ହେବା ପରେ ଏବେ ହେଲେ କବି; ଲୋକାର୍ପିତ ହେଲା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପୁସ୍ତକ

September 26, 2026

ମୟୂରଭଞ୍ଜରେ ସଙ୍ଗୀନ ବନ୍ୟା ପରିସ୍ଥିତି: ବୁଢ଼ାବଳଙ୍ଗ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି

September 26, 2026

୫୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ଭୂସ୍ଖଳନ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.