ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଆନୁକୁଲ୍ୟରେ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଜୀବନ ଗଠନ ପାଇଁ ବୃତ୍ତିଗତ ପରାମର୍ଶ ଏବଂ ବ୍ୟକ୍ତିତ୍ୱର ବିକାଶ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ତଥା ପରାମର୍ଶଦାତା ଭାବରେ ରେଢାଖୋଲ ଉପଖଣ୍ଡର ଡେପୁଟି କଲେକ୍ଟର ଆଦାଶ୍ୟା ତ୍ରିପାଠି ବିଭିନ୍ନ ବୃତ୍ତିଗତ ସୁବିଧା ସୁଯୋଗ, ଶିକ୍ଷା ଓ ତାଲିମ ବ୍ୟବସ୍ଥା ସମ୍ବନ୍ଧରେ ଆଲୋକପାତ କରିଥିଲେ।
ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ ଓ ଶେଷ ଦେବ ବିଶ୍ୱାଳ ଭବିଷ୍ୟତ ଜୀବନ ଗଠନରେ ଛାତ୍ରଛାତ୍ରୀ ମାନଙ୍କର ଭୁମିକା, ବିଭିନ୍ନ ପ୍ରକାରର ଶିକ୍ଷା ଏବଂ ବ୍ୟକ୍ତିତ୍ଵ ବିକାଶର ମାଧ୍ୟମ ବିଷୟ ରେ ଆଲୋଚନା କରିଥିଲେ। ଅଧ୍ୟାପିକା ଜୟନ୍ତୀ ପ୍ରଧାନ,ଲିଟିନା ପ୍ରିୟଦର୍ଶିନୀ ଓ ଶ୍ଵେତାଶ୍ରୀ ପ୍ରଧାନଙ୍କ ପରିଚାଳନାରେ ଏକ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୃତ୍ତିଗତ ସୁବିଧା ସମ୍ପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଅଧ୍ୟାପିକା ଗିରିଶ ବାଳା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


