Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନ୍ଦରଗଡ଼ PNB ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କାଗଜପତ୍ର ଓ ଆସବାବପତ୍ର
ଆଜିର ଖବର

ସୁନ୍ଦରଗଡ଼ PNB ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କାଗଜପତ୍ର ଓ ଆସବାବପତ୍ର

October 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଶାଖାରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ୮ଟା ସମୟରେ ମୁଖ୍ୟ ଡାକଘର ସମ୍ମୁଖରେ ଥିବା ବ୍ୟାଙ୍କ ଶାଖାରୁ ଧୂଆଁ ବାହାରୁଥିବା ଦେଖାଯିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ଅଗ୍ନିକାଣ୍ଡରେ ବ୍ୟାଙ୍କର କିଛି କାଗଜପତ୍ର ସହ ଆସବାବପତ୍ର ଜଳିପୋଡ଼ିଥିବା ସୂଚନା ମିଳିଛି। ତେବେ ନିଆଁ ଓ ଧୂଆଁରେ ବ୍ୟାଙ୍କ ଭିତର ଅଞ୍ଚଳ ଭରିଯାଇଥିବାରୁ ଠିକ୍ କେତେ ପରିମାଣର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି। ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ପ୍ରାଥମିକ ଭାବେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ସୁନ୍ଦରଗଡ଼ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବ୍ୟାଙ୍କରେ ନିଆଁ ଲାଗିବା ଖବର ପ୍ରଚାରିତ ହେବା ପରେ ଆଖପାଖ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା। ତେବେ ଅଗ୍ନିଶମ ବାହିନୀର ତତ୍ପରତାରେ ନିଆଁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଛି। ଅଗ୍ନିକାଣ୍ଡରେ ପ୍ରକୃତ କ୍ଷୟକ୍ଷତି କେତେ ହୋଇଛି ଏବଂ ନିଆଁ ଲାଗିବାର ନିଶ୍ଚିତ କାରଣ କ’ଣ, ସେନେଇ ଅଧିକ ତଦନ୍ତ ପରେ ସ୍ପଷ୍ଟ ଚିତ୍ର ମିଳିବ।

#BankFire #PNBBank fire fireaccident
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ ଏସିଆ କପ୍ କାର୍ଯ୍ୟସୂଚୀ

October 25, 2026

ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ

October 25, 2026

ଭୁବନେଶ୍ୱରରେ ବେଧଡ଼କ ଚାଲିଛି ଟ୍ୟାଙ୍କର୍‌ କ୍ଷୀର ବିକ୍ରି

October 25, 2026

ରିଆଲିଟି ଶୋ’ରୁ ବାହାରିବା ପରେ ଅଭିନେତ୍ରୀଙ୍କୁ ରେପ୍ ଓ ହତ୍ୟା ଧମକ

October 25, 2026
Latest News

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ ଏସିଆ କପ୍ କାର୍ଯ୍ୟସୂଚୀ

October 25, 2026

‘ମୋଦୀଙ୍କ ବାପା ବି ଯିବ’: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଖଡଗେଙ୍କ ବିବାଦୀୟ ବୟାନ, କାର୍ଯ୍ୟକ୍ରମରେ ହଙ୍ଗାମା

October 25, 2026

ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ

October 25, 2026

Mann Ki Baat 139: ଆଜି ମନ୍ କି ବାତ୍ କୁ ପୁରିଲା ୧୨ ବର୍ଷ, ଏହି ଦୀର୍ଘ ଯାତ୍ରାକୁ ମନେ ପକାଇଲେ ମୋଦି

October 25, 2026

‘ବସୁଧୈବ କୁଟୁମ୍ବକମ୍’ କେବଳ କଥାରେ ନୁହେଁ, କାର୍ଯ୍ୟରେ ପରିପ୍ରକାଶ ପାଉଛି: କେନ୍ଦ୍ର ବୈଦେଶିକ ମନ୍ତ୍ରୀ

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.