Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ
ଆଜିର ଖବର

ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ

October 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ
ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ “ଜାତୀୟ ସଙ୍ଗୀତ କଳାକେନ୍ଦ୍ର” ପରିଚାଳିତ ‘ସାହିତ୍ୟ ସନ୍ଧ୍ୟା’ ତରଫରୁ କଳାକେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। କଳାକେନ୍ଦ୍ର ସଭାପତି ଶିକ୍ଷା ପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରରେ ବରିଷ୍ଠ ଶିକ୍ଷାବିତ୍ ତଥା ବର୍ଷିୟାନ୍ ସାରସ୍ୱତ ସାଧକ ହାଡିବନ୍ଧୁ ମାଳି, ସାରସ୍ୱତ ସାଧକ ତଥା ମଞ୍ଚ ଅଭିନେତା ଡଃ. ବିଜୟ ଚନ୍ଦ୍ର ମହାରଣା, ପ୍ରାଧ୍ୟାପକ ଡଃ. ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ସାରସ୍ୱତ ଜଗତରେ ସାହିତ୍ୟ ସନ୍ଧ୍ୟାର ପ୍ରଶଂସାର୍ହ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। କବୟିତ୍ରୀ ନିହାରିକା ସାହୁଙ୍କ ସଂଯୋଜନା କ୍ରମେ ସର୍ବଶ୍ରୀ ମାନସ ରଞ୍ଜନ ଦାସ, ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଦୀପ କୁମାର ଶତପଥୀ, ନରେନ୍ଦ୍ର ପ୍ରସାଦ ଦାସ, ଦୀନବନ୍ଧୁ ଶ୍ରୀପଲ୍ଲଵ, ଶିବାନୀ ତ୍ରିପାଠୀ ପ୍ରମୁଖ ବହୁ କବି କବୟିତ୍ରୀ ସ୍ଵରଚିତ କବିତା ପାଠ କରିଥିଲେ।
ଏହି ଅବସରରେ ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।

ତଦନୁସାରେ ପ୍ରାଧ୍ୟାପକ ଡଃ. ଲକ୍ଷ୍ମୀ ନାରାୟଣ ପଣ୍ଡା ସଭାପତି, ସୌଦାମିନୀ ମିଶ୍ର ଉପ-ସଭାପତି, ବି. ସତ୍ୟମ ଆଚାରୀ ସମ୍ପାଦକ, ନିହାରିକା ସାହୁ ଏବଂ ସୁଦ୍ଧାଞ୍ଜଳି ମିଶ୍ର ସହ- ସମ୍ପାଦିକା ଭାବେ ସର୍ବସମ୍ମତ କ୍ରମେ ଚୟିତ ହୋଇଥିବା ବେଳେ ସର୍ବଶ୍ରୀ ନିତ୍ୟାନନ୍ଦ ପାଢ଼ୀ, ସୁଦାମ ପାଣିଗ୍ରାହୀ, ଶୁଭେନ୍ଦୁ କୁମାର ସାମନ୍ତରାୟ, ମନମୋହନ ରଥ, ଶିବାନୀ ତ୍ରିପାଠୀ, ପଦ୍ମିନୀ ମିଶ୍ର ପ୍ରମୁଖ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଚୟିତ ହୋଇଥିଲେ। ସାହିତ୍ୟ ସନ୍ଧ୍ୟାର ଉପଦେଷ୍ଟା ଭାବେ ସର୍ବଶ୍ରୀ ଡଃ. ବିଜୟ ଚନ୍ଦ୍ର ମହାରଣା, ହାଡିବନ୍ଧୁ ମାଳି, ଇଂ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଏବଂ ବଂଶୀଧର ସେଠୀଙ୍କୁ ସର୍ବ ସମ୍ମତ କ୍ରମେ ଚୟନ କରାଯାଇଥିଲା। କଳାକେନ୍ଦ୍ର ସମ୍ପାଦକ ସ୍ୱର ଗୌରବ କୃଷ୍ଣ ପ୍ରସାଦ ସାବତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହିତ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ପରିଚାଳନା କରିଥିଲେ। ପରିଶେଷରେ ଅଧିବକ୍ତା କିରଣ କୁମାର ମହାନ୍ତି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

କର୍ମକର୍ତ୍ତା ଚ଼ୟନ ଜାତୀୟ ସଙ୍ଗୀତ କଳାକେନ୍ଦ୍ର ସାଂସ୍କୃତିକ ପ୍ରତିଷ୍ଠାନ ସାହିତ୍ୟ ଆସର ସାହିତ୍ୟ ସନ୍ଧ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର: ଏହି ଦିନ ଖେଳିବେ ମ୍ୟାଚ

October 5, 2026

ବିଜେପିରେ ଯୋଗଦେଲେ ବଙ୍ଗଳା ଅଭିନେତ୍ରୀ କୋୟଲ ମଲ୍ଲିକ

October 5, 2026

ଛାତ୍ର ସଂସଦ ନିର୍ବାଚନ: ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ୫ ହଜାର ଟଙ୍କାରେ ସୀମିତ

October 5, 2026

ଦୀର୍ଘ ୮ ବର୍ଷ ପରେ ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ୍‌, ୧୫ରେ ଭୋଟ୍‌ ଗ୍ରହଣ

October 5, 2026
Latest News

ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର: ଏହି ଦିନ ଖେଳିବେ ମ୍ୟାଚ

October 5, 2026

ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ

October 5, 2026

୨୦୨୬ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ବିଜେତା ଘୋଷଣା

October 5, 2026

ଫର୍ମ-୬ ଉପରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ପରେ ଉତ୍ତେଜନା: CEC ଉପରେ କଡା ପ୍ରତିକ୍ରିୟା ଦେଲା CJP

October 5, 2026

ବିଜେପିରେ ଯୋଗଦେଲେ ବଙ୍ଗଳା ଅଭିନେତ୍ରୀ କୋୟଲ ମଲ୍ଲିକ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.