Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଲାଙ୍ଗୀରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପଛରୁ ପିଟିଲା ମେଣ୍ଢା ବୋଝେଇ ପିକ୍‌ଅପ୍‌, ୨ ମୃତ
ଆଜିର ଖବର

ବଲାଙ୍ଗୀରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପଛରୁ ପିଟିଲା ମେଣ୍ଢା ବୋଝେଇ ପିକ୍‌ଅପ୍‌, ୨ ମୃତ

October 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଲାଙ୍ଗୀର: ବଲାଙ୍ଗୀର-ସମ୍ବଲପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଛୁଇଁବନ୍ଧ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି ମେଣ୍ଢା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌। ଏହି ଦୁର୍ଘଟଣାରେ ପିକ୍‌ଅପ୍‌ ଭ୍ୟାନ୍‌ରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ମେଣ୍ଢା ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ବଲାଙ୍ଗୀର-ସମ୍ବଲପୁର ରାସ୍ତାରେ ଯାଉଥିଲା। ଛୁଇଁବନ୍ଧ ନିକଟରେ ରାସ୍ତା କଡ଼ରେ ଏକ ଟ୍ରକ୍‌ ଛିଡ଼ା ହୋଇଥିଲା। ଏହି ସମୟରେ ପିକ୍‌ଅପ୍‌ ଭ୍ୟାନ୍‌ଟି ନିୟନ୍ତ୍ରଣ ହରାଇ ଟ୍ରକ୍‌ର ପଛପଟେ ଜୋରଦାର ଧକ୍କା ଦେଇଥିବା ଜଣାପଡ଼ିଛି।

ଧକ୍କା ଏତେ ଜୋରଦାର ଥିଲା ଯେ ପିକ୍‌ଅପ୍‌ ଭ୍ୟାନ୍‌ରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି। ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଲୋକେ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟ ପରେ ପୁଲିସ ମୃତଦେହ ଜବତ କରିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣାଟି କେଉଁ କାରଣରୁ ଘଟିଲା, ପିକ୍‌ଅପ୍‌ ଭ୍ୟାନ୍‌ର ଚାଳକଙ୍କ ଅବସ୍ଥା କ’ଣ ଥିଲା ଏବଂ ଟ୍ରକ୍‌ଟି ରାସ୍ତା କଡ଼ରେ କେଉଁ ପରିସ୍ଥିତିରେ ଛିଡ଼ା ହୋଇଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

#RoadAccident #OneDead
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରୁ ଆସାମ ଯାଏଁ ନିର୍ବାଚନୀ ତାତି; ୬ ଆସନରେ ଆଜି ମତଦାନ

October 6, 2026

ୟୁପି ରାଜନୀତିରେ ନୂଆ ହଲଚଲ! ରାଜ୍ୟସଭା ନିର୍ବାଚନ ପୂର୍ବରୁ ବଦଳିବ କି ଭୋଟ୍ ସମୀକରଣ?

October 6, 2026

ପିଏମଏୱାଇ(ସହରୀ) ୨.୦ରେ ଓଡ଼ିଶାକୁ ମିଳିଲା ଜାତୀୟ ପୁରସ୍କାର

October 6, 2026

ମୋଦୀଙ୍କ ଶାସନ ଓ ଜନସେବାର ୨୫ ବର୍ଷ ପୂର୍ତ୍ତି : ୭ରେ ଦେଶବ୍ୟାପୀ ‘ସେବା ଜ୍ୟୋତି ଯାତ୍ରା’

October 6, 2026
Latest News

ବଲାଙ୍ଗୀରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପଛରୁ ପିଟିଲା ମେଣ୍ଢା ବୋଝେଇ ପିକ୍‌ଅପ୍‌, ୨ ମୃତ

October 6, 2026

ପଶ୍ଚିମବଙ୍ଗରୁ ଆସାମ ଯାଏଁ ନିର୍ବାଚନୀ ତାତି; ୬ ଆସନରେ ଆଜି ମତଦାନ

October 6, 2026

‘କେଜିପି୨୧’ ଜନ୍ମ ଦେଲା ୫ ଚିତା ଶାବକ: ୬୦ରେ ପହଞ୍ଚିଲା ଚିତା ସଂଖ୍ୟା

October 6, 2026

ୟୁପି ରାଜନୀତିରେ ନୂଆ ହଲଚଲ! ରାଜ୍ୟସଭା ନିର୍ବାଚନ ପୂର୍ବରୁ ବଦଳିବ କି ଭୋଟ୍ ସମୀକରଣ?

October 6, 2026

ପିଏମଏୱାଇ(ସହରୀ) ୨.୦ରେ ଓଡ଼ିଶାକୁ ମିଳିଲା ଜାତୀୟ ପୁରସ୍କାର

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.