Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଗ୍ନୋ ପକ୍ଷରୁ CII ଏବଂ ‘ଟାଟା ଷ୍ଟିଲ୍ ଫାଉଣ୍ଡେସନ୍’ ସହଯୋଗରେ କ୍ୟାମ୍ପସ୍ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ
ଆଜିର ଖବର

ଇଗ୍ନୋ ପକ୍ଷରୁ CII ଏବଂ ‘ଟାଟା ଷ୍ଟିଲ୍ ଫାଉଣ୍ଡେସନ୍’ ସହଯୋଗରେ କ୍ୟାମ୍ପସ୍ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ

October 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇଗ୍ନୋ ପକ୍ଷରୁ CII ଏବଂ 'ଟାଟା ଷ୍ଟିଲ୍ ଫାଉଣ୍ଡେସନ୍' ସହଯୋଗରେ କ୍ୟାମ୍ପସ୍ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ
ଇଗ୍ନୋ ପକ୍ଷରୁ CII ଏବଂ 'ଟାଟା ଷ୍ଟିଲ୍ ଫାଉଣ୍ଡେସନ୍' ସହଯୋଗରେ କ୍ୟାମ୍ପସ୍ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଇଗ୍ନୋ (ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ)ର କ୍ୟାମ୍ପସ୍ ପ୍ଲେସମେଣ୍ଟ ସେଲ୍ ତଥା ଭୁବନେଶ୍ୱର ଓ ରାଇରଙ୍ଗପୁର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ‘କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି’ (CII) ଏବଂ ‘ଟାଟା ଷ୍ଟିଲ୍ ଫାଉଣ୍ଡେସନ୍’ ସହଯୋଗରେ ୭ ଅକ୍ଟୋବର ୨୦୨୬ ତାରିଖରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ କ୍ୟାମ୍ପସ୍ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। STEM (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ) ଏବଂ Non-STEM କ୍ଷେତ୍ରରେ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୮୯ ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ।

ଏହି ନିଯୁକ୍ତି ପ୍ରକ୍ରିୟାରେ ଆକ୍ସିସ୍ ବ୍ୟାଙ୍କ୍, ଟାଟା ଇଲେକ୍ଟ୍ରୋନିକ୍ସ, ଫକ୍ସକନ୍ (Foxconn), ଟାଫ୍ (TAFF), ବ୍ଲିଙ୍କିଟ୍ (Blinkit), ବଜାଜ୍ ଫାଇନାନ୍ସ ଲିମିଟେଡ୍, ଟିମ୍ ଲିଜ୍ ପ୍ରାଇଭେଟ୍ ଲିମିଟେଡ୍, ଜିନ୍ଦଲ୍, ବିଗ୍ ବାସ୍କେଟ୍, THK, Quees, ଶାହି ଗାର୍ମେଣ୍ଟସ୍, ଅଶ୍ମିତା ହଲିଡେଜ୍, ପ୍ରିମିଟିଭ୍ ହେଲ୍ଥ କେୟାର, ଉତ୍କର୍ଷ ସ୍ମଲ୍ ଫାଇନାନ୍ସ, ମେଡ୍ ପ୍ଲସ୍ ଏବଂ ରଶ୍ମି ଆଉଟସୋର୍ସିଂ ଭଳି ବିଭିନ୍ନ କ୍ଷେତ୍ରର ୧୫ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ।

ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଇଗ୍ନୋ ଭୁବନେଶ୍ୱର ଏବଂ ରାଇରଙ୍ଗପୁର ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଏବଂ ମୁଖ୍ୟ ଡକ୍ଟର ଏମ.କେ. ଦାଶ ଉଦଘାଟନୀ ଅଧିବେଶନରେ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ IGNOU ଦ୍ୱାରା ପ୍ରଦାନ କରାଯାଇଥିବା ଦକ୍ଷତା ଏବଂ ଇଣ୍ଟର୍ନସିପ୍ ସୁବିଧା ସେମାନଙ୍କୁ ବୃତ୍ତିଗତ କ୍ଷେତ୍ରରେ ସାହାଯ୍ୟ କରିବ ବୋଲି ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଏହି ପ୍ରକାରର ପ୍ଲେସମେଣ୍ଟ ଡ୍ରାଇଭ୍ ସମୟାନୁସାରେ କରାଯିବ। ଅଜୟ ମିଶ୍ର, ମୁଖ୍ୟ, ସି.ଆଇ.ଆଇ. ସ୍କିଲ୍ସ, ଓଡ଼ିଶା ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ସେମାନଙ୍କୁ ଶୁଭକାମନା ଜଣାଇଥିଲେ। ୨୯୮ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପଦବୀ ପାଇଁ ଚୟନିତ ହୋଇଛନ୍ତି । ଏହି ପଦକ୍ଷେପ ଇଗ୍ନୋ, ସି.ଆଇ.ଆଇ.  ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ର ଶିଳ୍ପ-ଶିକ୍ଷା ସମ୍ପର୍କକୁ ସୁଦୃଢ଼ ​​କରିବା ଏବଂ ଓଡ଼ିଶାର ଯୁବପିଢ଼ି ପାଇଁ ପ୍ରଭାବଶାଳୀ ଶିକ୍ଷା-ନିଯୁକ୍ତି ପଥ ସୃଷ୍ଟି କରିବା ପ୍ରତି ପ୍ରତିବଦ୍ଧତାକୁ ସୁଚାଇ ଥାଏ।

CII IGNOU ଆଞ୍ଚଳିକ କେନ୍ଦ୍ର କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି କ୍ୟାମ୍ପସ୍ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଭୁବନେଶ୍ୱର ରାଇରଙ୍ଗପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ଇଣ୍ଡିଆ ମୋବାଇଲ୍ କଂଗ୍ରେସର ୧୦ମ ସଂସ୍କରଣ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

October 7, 2026

ସହିଦ ଯବାନ ଭି. ତେଜାଙ୍କର ରାୟଗଡ଼ା ସିରିଗୁଡ଼ାସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

October 7, 2026

ଶ୍ରେଷ୍ଠ ୧୦ ଦିନିକିଆ ବ୍ୟାଟସମ୍ୟାନଙ୍କ ମଧ୍ୟରେ ପ୍ରବେଶ କଲେ କେଏଲ ରାହୁଲ: ଜାଣନ୍ତୁ ନମ୍ବର ୧ କିଏ?

October 7, 2026

ପ୍ରକାଶ ପାଇଲା ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି, ଅକ୍ଟୋବର ୧୫ରେ ମତଦାନ

October 7, 2026
Latest News

ଇଗ୍ନୋ ପକ୍ଷରୁ CII ଏବଂ ‘ଟାଟା ଷ୍ଟିଲ୍ ଫାଉଣ୍ଡେସନ୍’ ସହଯୋଗରେ କ୍ୟାମ୍ପସ୍ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ

October 7, 2026

ଆସନ୍ତାକାଲି ଇଣ୍ଡିଆ ମୋବାଇଲ୍ କଂଗ୍ରେସର ୧୦ମ ସଂସ୍କରଣ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

October 7, 2026

ସହିଦ ଯବାନ ଭି. ତେଜାଙ୍କର ରାୟଗଡ଼ା ସିରିଗୁଡ଼ାସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

October 7, 2026

ଶ୍ରେଷ୍ଠ ୧୦ ଦିନିକିଆ ବ୍ୟାଟସମ୍ୟାନଙ୍କ ମଧ୍ୟରେ ପ୍ରବେଶ କଲେ କେଏଲ ରାହୁଲ: ଜାଣନ୍ତୁ ନମ୍ବର ୧ କିଏ?

October 7, 2026

ରସାୟନ ବିଜ୍ଞାନରେ କାଗାନ୍ ଓ ସୋଆଇଙ୍କୁ ନୋବେଲ ପୁରସ୍କାର

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.