Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଅମିତ ଶାହଙ୍କ ଅଭିନନ୍ଦନ
ଆଜିର ଖବର

ସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଅମିତ ଶାହଙ୍କ ଅଭିନନ୍ଦନ

October 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଅମିତ ଶାହଙ୍କ ଅଭିନନ୍ଦନ
ସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଅମିତ ଶାହଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକାଧିକ ‘ଏକ୍ସ’ ପୋଷ୍ଟ ମାଧ୍ୟମରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ୨୫ ବର୍ଷର ‘ସେବା ଓ ସମର୍ପଣ’ ଯାତ୍ରା ପୂରଣ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ନିରନ୍ତର ପରିଶ୍ରମ, ଦୃଢ଼ ସଂକଳ୍ପ ଏବଂ ‘ରାଷ୍ଟ୍ର ପ୍ରଥମ’ ଭାବନାରେ ପରିଚାଳିତ ଏହି ଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟୀ। ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ଶ୍ରୀ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହିଦିନଠାରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ନିରନ୍ତର ‘ସେବା, ସଂଘର୍ଷ ଓ ସମର୍ପଣ’ର ଯାତ୍ରା ଗରିବଙ୍କ କଲ୍ୟାଣ, ମହିଳା ସଶକ୍ତିକରଣ, ଯୁବପିଢ଼ିର ଉନ୍ନତି ଏବଂ ସମାଜର ପ୍ରତ୍ୟେକ ବର୍ଗର ସମୃଦ୍ଧି ସହିତ ସମାର୍ଥକ ହୋଇଛି। ଏହି #25YearsOfSeva ମାଧ୍ୟମରେ ଶ୍ରୀ ମୋଦୀ ଜନକଲ୍ୟାଣକାରୀ ନୀତି, ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ, ନିର୍ଣ୍ଣାୟକ ନେତୃତ୍ୱ, ସ୍ୱଚ୍ଛତା ଏବଂ ଫଳାଫଳ ପ୍ରତି ନିଶ୍ଚିତତା ଆଧାରିତ ଶାସନର ଏକ ନୂତନ ମାନଦଣ୍ଡ ସ୍ଥାପନ କରିବା ସହ ‘କାର୍ଯ୍ୟଦକ୍ଷତାର ରାଜନୀତି’ର ଆଦର୍ଶକୁ ପ୍ରତିଷ୍ଠିତ କରିଛନ୍ତି।

ଅମିତ ଶାହ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମୋଦୀ ଭୂମିକମ୍ପରେ ବିଧ୍ୱସ୍ତ କଚ୍ଛକୁ ପୁନର୍ନିର୍ମାଣ କରି ଏକ ଆଦର୍ଶ ଅଞ୍ଚଳରେ ପରିଣତ କରିଥିଲେ। ‘ଜ୍ୟୋତିଗ୍ରାମ ଯୋଜନା’ ମାଧ୍ୟମରେ ପ୍ରତ୍ୟେକ ଗାଁରେ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିଥିଲେ। ସୌର ଶକ୍ତି ଏବଂ ‘ଭାଇବ୍ରାଣ୍ଟ ଗୁଜରାଟ’ ପରି ପଦକ୍ଷେପ ମାଧ୍ୟମରେ ନିବେଶ ଓ ଶିଳ୍ପ କ୍ଷେତ୍ରକୁ ନୂତନ ଦିଗ ଦେବା ସହ କୃଷି କ୍ଷେତ୍ରରେ ୮ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାସଲ କରିଥିଲେ। ଏହା ଫଳରେ ଗୁଜରାଟରେ ସୁଶାସନର ଏକ ଆଦର୍ଶ ମଡେଲ ପ୍ରତିଷ୍ଠିତ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ସମଗ୍ର ଦେଶ ପାଇଁ ଏକ ଆଧାର ହୋଇଥିଲା। ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳରେ ଏହି ଦୂରଦୃଷ୍ଟି ଆହୁରି ବ୍ୟାପକ ହୋଇଥିଲା।

ମହାକାଶଠାରୁ ସମୁଦ୍ର ପର୍ଯ୍ୟନ୍ତ, ବିଶ୍ୱସ୍ତରୀୟ ମଞ୍ଚଠାରୁ ଆଭ୍ୟନ୍ତରୀଣ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଭାରତ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏଥିସହ ଲୋକଙ୍କ ଜୀବନରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିଛି-୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରିଥିବାବେଳେ କୋଟି କୋଟି ପରିବାର ପକ୍କା ଘର, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା, ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ଏବଂ ପ୍ରତ୍ୟେକ ଘରକୁ ନଳ ଯୋଗେ ପାନୀୟ ଜଳ ଭଳି ସୁବିଧା ପାଇଛନ୍ତି।

ଅମିତ ଶାହ କହିଛନ୍ତି, “ଆଜି, ମୋଦୀ ଜୀଙ୍କ ନେତୃତ୍ୱରେ ଭାରତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା, ଯାହା ବିନିର୍ମାଣ, ଡିଜିଟାଲ ପେମେଣ୍ଟ, ଷ୍ଟାର୍ଟଅପ୍, ସେମିକଣ୍ଡକ୍ଟର, ପ୍ରତିରକ୍ଷା ଉତ୍ପାଦନ ଏବଂ ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ନୂତନ ଶିଖର ଛୁଇଁଛି। ଯୁଦ୍ଧ ଏବଂ ଅସ୍ଥିରତାର ଏହି ଯୁଗ ମଧ୍ୟରେ, ଭାରତ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ସ୍ୱର ଭାବରେ ଉଭା ହୋଇଛି। କୋଟି କୋଟି ନାଗରିକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରି ମୋଦୀ ଜୀ ‘ବିକଶିତ ଭାରତ ’ ର ମନ୍ତ୍ର ପ୍ରଦାନ କରିଥିଲେ ଏବଂ ୨୦୪୭ ମସିହା ସୁଦ୍ଧା ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ କରିବା ଲାଗି ସଂକଳ୍ପକୁ ପ୍ରେରିତ କରିଥିଲେ। ତାଙ୍କ ନେତୃତ୍ୱରେ ଏହି ସେବା ପଦକ୍ଷେପରେ ଅଂଶଗ୍ରହଣ କରିବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟ ଏବଂ ଗର୍ବର ବିଷୟ।

ଅମିତ ଶାହଙ୍କ ଅଭିନନ୍ଦନ ଗୃହ ମନ୍ତ୍ରଣାଳୟ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ମୋଦୀ ସେବା ଏବଂ ସମର୍ପଣ
Share. Facebook Twitter LinkedIn Email WhatsApp Copy Link

Related Posts

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାରେ ଲଗାଣ ବର୍ଷା

October 28, 2026

Reliance Beats Tata: ଜିଓର ଧମାକାଦାର ଏଣ୍ଟ୍ରି, ରିଲାଏନ୍ସ ହେଲା ଦେଶର ଏକ ନମ୍ବର ବ୍ୟବସାୟିକ ଗ୍ରୁପ

October 28, 2026

ଜେନେରେଟର ଗ୍ୟାସ୍‌ ଶ୍ୱାସରୁଦ୍ଧ କରିବାରୁ ଦୁଇ ଯୁବକ ମୃତ

October 28, 2026

ବିଧାନ ପରିଷଦ ନିର୍ବାଚନ କ’ଣ ଓ କିପରି ହୁଏ ଭୋଟିଂ?: ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

October 28, 2026
Latest News

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାରେ ଲଗାଣ ବର୍ଷା

October 28, 2026

Reliance Beats Tata: ଜିଓର ଧମାକାଦାର ଏଣ୍ଟ୍ରି, ରିଲାଏନ୍ସ ହେଲା ଦେଶର ଏକ ନମ୍ବର ବ୍ୟବସାୟିକ ଗ୍ରୁପ

October 28, 2026

ଜେନେରେଟର ଗ୍ୟାସ୍‌ ଶ୍ୱାସରୁଦ୍ଧ କରିବାରୁ ଦୁଇ ଯୁବକ ମୃତ

October 28, 2026

ବିଧାନ ପରିଷଦ ନିର୍ବାଚନ କ’ଣ ଓ କିପରି ହୁଏ ଭୋଟିଂ?: ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

October 28, 2026

ଯାଜପୁର ପଲିଟେକ୍ନିକରେ ଅଶୋଭନୀୟ କାଣ୍ଡ: ୩ ଅଧ୍ୟାପକ ନିଲମ୍ବିତ

October 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.