Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ୟାମ୍ପସରେ ପୁଣି ବାଜିଲା ନିର୍ବାଚନୀ ବିଗୁଲ୍: କିଏ ହେବ ଛାତ୍ରନେତା? ୧୫ରେ ହେବ ଫଇସଲା
ଆଜିର ଖବର

କ୍ୟାମ୍ପସରେ ପୁଣି ବାଜିଲା ନିର୍ବାଚନୀ ବିଗୁଲ୍: କିଏ ହେବ ଛାତ୍ରନେତା? ୧୫ରେ ହେବ ଫଇସଲା

October 8, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଦୀର୍ଘ ଅପେକ୍ଷାର ଅନ୍ତ। କ୍ୟାମ୍ପସରେ ପୁଣି ଶୁଭିଲା ନିର୍ବାଚନର ରଣହୁଙ୍କାର। ଛାତ୍ର ସଂସଦ ନିର୍ବାଚନ ପାଇଁ ଭୁବନେଶ୍ବରର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଧିବଦ୍ଧ ଭାବେ ବିଗୁଲ୍ ବାଜିଛି। ବିଜ୍ଞପ୍ତି ଜାରି ହେବା କ୍ଷଣି କ୍ୟାମ୍ପସରେ ଲାଗୁ ହୋଇଛି ଲିଙ୍ଗଡୋ କମିସନଙ୍କ ନିୟମ। ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଆଶାୟୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ତତ୍ପରତା।

୯ ବର୍ଷ ପରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ରାଜନୀତିର ପ୍ରତ୍ୟାବର୍ତ୍ତନ, ଏହି ନିର୍ବାଚନକୁ ନେଇ କ୍ୟାମ୍ପସରେ ଉତ୍ସାହ ଯେତିକି ବଢ଼ିଛି, ସେତିକି ବଢ଼ିଛି ସୁରକ୍ଷା ଚିନ୍ତା। ତେଣୁ ନିର୍ବାଚନୀ ଲଢ଼େଇ ସହିତ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ।

୯ ତାରିଖରୁ ଆରମ୍ଭ ହେବ ନାମାଙ୍କନ

ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୯ ତାରିଖ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ସେହିଦିନ ଅପରାହ୍ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଯାଞ୍ଚ କରାଯିବ। ଅପରାହ୍ଣ ୫ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୧୦ରେ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଅପରାହ୍ଣ ୩ଟାରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା।

୧୪ରେ ‘ମୁଁ କାହିଁକି ପ୍ରାର୍ଥୀ’ ବୈଠକ, ୧୫ରେ ଭୋଟ୍

ଅକ୍ଟୋବର ୧୪ରେ କ୍ୟାମ୍ପସରେ ଅନୁଷ୍ଠିତ ହେବ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ। ପ୍ରାର୍ଥୀମାନେ ଏହି ଅବସରରେ ନିଜ ନିଜ ଏଜେଣ୍ଡା ଓ ଲକ୍ଷ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସାମ୍ନାରେ ମତ ରଖିବେ। ଏହାପରେ ଅକ୍ଟୋବର ୧୫ରେ ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ଭୋଟ୍ ଶେଷ ହେବା ମାତ୍ରେ ଆରମ୍ଭ ହେବ ଗଣତି। ସେହିଦିନ ହିଁ ଫଳାଫଳ ପ୍ରକାଶ କରାଯିବ। ଅକ୍ଟୋବର ୧୬ ପୂର୍ବାହ୍ଣ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ହେବ।

କେଉଁ କ୍ୟାମ୍ପସରେ ହେବ ନିର୍ବାଚନ?

ଭୁବନେଶ୍ବରର ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମେତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ରାଜଧାନୀ ମହାବିଦ୍ୟାଳୟ, ଦେବରାୟ କଲେଜ, ମହର୍ଷି କଲେଜ ଅଫ୍ ନାଚୁରାଲ୍ ଲ’, କମଳା ନେହରୁ ମହିଳା ମହାବିଦ୍ୟାଳୟ, ଏକାମ୍ର ମହାବିଦ୍ୟାଳୟ, ରାଜା ମଧୁସୂଦନ ଦେବ ଡିଗ୍ରି ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଆଇନ ମହାବିଦ୍ୟାଳୟ ଓ ନହରକଣ୍ଟାର ଜୟଦେବ କଲେଜରେ ନିର୍ବାଚନ ହେବ।

ଲିଙ୍ଗଡୋ ନିୟମ: ଆଶାୟୀଙ୍କ ପାଇଁ କଡ଼ା ମାପଦଣ୍ଡ

ଛାତ୍ର ସଂସଦ ନିର୍ବାଚନରେ ରାଜନୈତିକ ଦଳର ପ୍ରତ୍ୟକ୍ଷ ହସ୍ତକ୍ଷେପକୁ ଅନୁମତି ନାହିଁ। କେବଳ ନିୟମିତ ଛାତ୍ରଛାତ୍ରୀ ନିର୍ବାଚନରେ ଭାଗ ନେଇପାରିବେ। ରେଗୁଲାର କିମ୍ବା ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ SAMS ମାଧ୍ୟମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ହିଁ ପ୍ରାର୍ଥୀ ହୋଇପାରିବେ।

PPP ମୋଡ୍ କିମ୍ବା ଡିଷ୍ଟାନ୍ସ ଏଜୁକେସନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ ନାହିଁ।

ସ୍ନାତକ ଛାତ୍ରଛାତ୍ରୀଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହୋଇଥିବା ବେଳେ ପିଜି ଛାତ୍ରଛାତ୍ରୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହୋଇପାରିବ। ଏଥିସହ ୭୫ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଉପସ୍ଥାନ ଅନିବାର୍ଯ୍ୟ। ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ରେକର୍ଡ କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନଥିବା ଆବଶ୍ୟକ।

ଅଭିଯୋଗ ଶୁଣାଣି ପାଇଁ ଗଠନ ହେଲା ସେଲ୍

ନିର୍ବାଚନକୁ ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଅଭିଯୋଗ ଶୁଣାଣି ସେଲ୍ ଗଠନ କରାଯାଇଛି। ଛାତ୍ର ମଙ୍ଗଳ ଡିନ୍ କିମ୍ବା ଜଣେ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଏହି ସେଲ୍ ଗଠିତ ହୋଇଛି। ଏଥିରେ ବରିଷ୍ଠ ଅଧ୍ୟାପକ, ପ୍ରଶାସନିକ ଅଧିକାରୀ ଏବଂ ଶେଷ ବର୍ଷର ଜଣେ ଛାତ୍ର ଓ ଜଣେ ଛାତ୍ରୀ ରହିବେ। ନିର୍ବାଚନ ସମ୍ପର୍କିତ ଯେକୌଣସି ଅଭିଯୋଗର ଏହି ସେଲ୍‌ରେ ଶୁଣାଣି ହେବ।

ରମାଦେବୀରେ ଆଚରଣ ବିଧି, ହଷ୍ଟେଲ୍ ଉପରେ କଡ଼ା ନଜର

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେ.ବି. ରାଉତଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଇ ନିର୍ବାଚନ ପରିଚାଳନା, ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ସମ୍ପର୍କରେ ଆଲୋଚନା ହୋଇଛି।

ସରକାରୀ ନିୟମ ଓ ଲିଙ୍ଗଡୋ କମିସନଙ୍କ ସୁପାରିଶ ଅନୁଯାୟୀ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। କ୍ୟାମ୍ପସ ଓ ହଷ୍ଟେଲରେ ଯେପରି କୌଣସି ଅପ୍ରୀତିକର ସ୍ଥିତି ନଘଟେ, ସେଥିପାଇଁ ୱାର୍ଡେନ, ସୁପରିଣ୍ଟେଣ୍ଡେଣ୍ଟ ଓ ବିଭାଗୀୟ ମୁଖ୍ୟଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଉତ୍କଳରେ ବଢ଼ିଲା ପୁଲିସ ପହରା

ସବୁଠାରୁ ଅଧିକ ନଜର ରହିଛି ଉତ୍କଳ ବିଶ୍ବବିଦ୍ୟାଳୟ ଉପରେ। ଦୀର୍ଘ ୯ ବର୍ଷ ପରେ ଏଠାରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ କର୍ତ୍ତୃପକ୍ଷ ଓ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୨୦୧୬ରେ ଶେଷ ଥର ନିର୍ବାଚନ ହୋଇଥିଲା। ୨୦୧୭ରେ ବୋମାମାଡ଼ ପରେ ନିର୍ବାଚନ ବାତିଲ୍ ହୋଇଥିଲା। ୨୦୧୮ରେ ମଧ୍ୟ କ୍ୟାମ୍ପସ ଅଶାନ୍ତି ଓ ବାତ୍ୟା କାରଣରୁ ନିର୍ବାଚନ ହୋଇପାରିନଥିଲା। ଏଥର ତେଣୁ ପ୍ରଶାସନ କୌଣସି ପ୍ରକାର ବିପଦକୁ ହାଲୁକା ଭାବେ ନେଉନାହିଁ। ହଷ୍ଟେଲ୍, କ୍ୟାଣ୍ଟିନ୍, ତାଳପଦେଶ୍ୱରୀ ମନ୍ଦିର ପରିସର, ପ୍ରବେଶ ଓ ପ୍ରସ୍ଥାନ ଫାଟକରେ ସୁରକ୍ଷା ବଢ଼ାଯାଇଛି। ଅଣଛାତ୍ରଙ୍କ ପ୍ରବେଶ ଉପରେ ମଧ୍ୟ କଡ଼ା ନଜର ରହିଛି। ବର୍ତ୍ତମାନ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିବାବେଳେ ନାମାଙ୍କନ ଓ ଭୋଟ୍ ଦିନ ଆଉ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ ପାଇଁ କମିସନରେଟ୍ ପୁଲିସକୁ ଅନୁରୋଧ କରାଯାଇଛି।

୪ କଲେଜରେ ନିର୍ବାଚନ ନାହିଁ

ଭୁବନେଶ୍ବରର ୪ଟି ଡିଗ୍ରି କଲେଜରେ ଏଥର ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ବିଜୁ ପଟ୍ଟନାୟକ କଲେଜ, ସିଟି ଓମେନ୍ସ କଲେଜ, ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟ ଓ ମହର୍ଷି ମହିଳା ମହାବିଦ୍ୟାଳୟ ଏଥିରୁ ବାଦ୍ ପଡ଼ିଛନ୍ତି। ଶୈକ୍ଷିକ ପରିବେଶ ବଜାୟ ରଖିବା ଏବଂ ଗୋଟିଏ କ୍ୟାମ୍ପସରେ ଏକାଧିକ ଶିକ୍ଷାନୁଷ୍ଠାନ ଚାଲୁଥିବାରୁ ପାଠପଢ଼ା ପ୍ରଭାବିତ ହେବା ଆଶଙ୍କାରେ ଏପରି ନିଷ୍ପତ୍ତି ନିଆଯାଇଛି।

OUAT ଅଧୀନ କଲେଜରେ ଏବେ ନିର୍ବାଚନ ନାହିଁ

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଅଧୀନ କଲେଜଗୁଡ଼ିକରେ ଏବେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ସେମିଷ୍ଟାର ପରୀକ୍ଷା ଯୋଗୁଁ ପାଠପଢ଼ା ପ୍ରଭାବିତ ହେବା ଆଶଙ୍କାରେ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ସମୟରେ ପରିସ୍ଥିତି ଦେଖି ନିର୍ବାଚନ ନେଇ ନିଷ୍ପତ୍ତି ହେବ।

ରାଜା ମଧୁସୂଦନ ଦେବ କଲେଜରେ ଭିନ୍ନ ଢଙ୍ଗରେ ନିର୍ବାଚନ

ରାଜା ମଧୁସୂଦନ ଦେବ ଡିଗ୍ରି ମହାବିଦ୍ୟାଳୟରେ ଏଥର ସିଧାସଳଖ ନୁହେଁ, ପରୋକ୍ଷ ଭାବେ ନିର୍ବାଚନ ହେବ। ଅକ୍ଟୋବର ୯ରେ ବିଭାଗୀୟ ମୁଖ୍ୟ ଓ ଅଧ୍ୟାପକଙ୍କ ଦ୍ୱାରା ଶ୍ରେଣୀ ପ୍ରତିନିଧି ମନୋନୟନ ହେବେ। ଏହି ପ୍ରତିନିଧିମାନେ ପରବର୍ତ୍ତୀ ସମୟରେ ବିଭିନ୍ନ ପଦବି ପାଇଁ ମନୋନୟନ ଦାଖଲ କରିବେ। ଆବଶ୍ୟକ ପଡ଼ିଲେ ୧୫ ତାରିଖରେ ଭୋଟ୍ ହେବ ଏବଂ ୧୬ ତାରିଖରେ ଶପଥ ଗ୍ରହଣ ହେବ।

କ୍ୟାପିଟାଲ ଲ’ କଲେଜକୁ ନା

ପ୍ରତିଥର ଛାତ୍ର ରାଜନୀତିର ଚର୍ଚ୍ଚାରେ ରହୁଥିବା କ୍ୟାପିଟାଲ ଲ’ କଲେଜରେ ଏଥର ନିର୍ବାଚନ ହେବ ନାହିଁ। ଉଚ୍ଚଶିକ୍ଷା ବିଭାଗର ନିର୍ବାଚନ ନିୟମରେ ସରକାରୀ, ଅନୁଦାନପ୍ରାପ୍ତ ଓ ସ୍ବୟଂଶାସିତ କଲେଜକୁ ସାମିଲ କରାଯାଇଥିବାରୁ ଘରୋଇ କଲେଜ ହୋଇଥିବା କ୍ୟାପିଟାଲ ଲ’ କଲେଜ ଏଥିରୁ ବାଦ୍ ପଡ଼ିଛି। ଛାତ୍ରଛାତ୍ରୀଙ୍କ ପକ୍ଷରୁ ନିର୍ବାଚନ ପାଇଁ ଦାବି ଉଠିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଥିରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଏଥର କ୍ୟାମ୍ପସରେ ରାଜନୀତି ନୁହେଁ, ନିୟମ ହେବ ନିର୍ଣ୍ଣାୟକ

ଦୀର୍ଘ ବ୍ୟବଧାନ ପରେ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ଫେରିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଚରମରେ। କିନ୍ତୁ ଏଥର ନିର୍ବାଚନ କେବଳ ଜିତିବାର ଲଢ଼େଇ ନୁହେଁ, ନିୟମ ମାନି ଗଣତାନ୍ତ୍ରିକ ପରିବେଶରେ ନିର୍ବାଚନ ଶେଷ କରିବା ହେବ ସବୁଠାରୁ ବଡ଼ ପରୀକ୍ଷା। କ୍ୟାମ୍ପସରେ ନିର୍ବାଚନର ତାତି ବଢ଼ିବ, ନା ଫେରିବ ପୁରୁଣା ଅଶାନ୍ତି—ଏବେ ନଜର ସମସ୍ତଙ୍କର ଅକ୍ଟୋବର ୧୫ ଉପରେ।

#StudentUnionElection #କ୍ୟାମ୍ପସରେନିର୍ବାଚନ #ଛାତ୍ରରାଜନୀତି #ଛାତ୍ରସଂସଦନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ବଲିଉଡ୍‌ରେ ଶୋକର ଛାୟା, ୭୫ ବର୍ଷରେ ଚାଲିଗଲେ ନାନା ପାଟେକର

October 8, 2026

ଅବକାରୀ ବିଭାଗର ସମୀକ୍ଷା ବୈଠକ: ବେଆଇନ କାରବାର ଉପରେ ଅକ୍ଟୋବର ୧୦ରୁ ୩୧ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଚଢ଼ଉ

October 8, 2026

ଆଗାମୀ ସିଜିନ୍ ପାଇଁ କିରନ୍ ପୋଲାର୍ଡଙ୍କୁ ଅଧିଗ୍ରହଣ କରିବ ସୁପର କିଙ୍ଗସ୍: ପାଇବେ ମୋଟା ଫିସ୍

October 8, 2026

ଆଜି ଓଡିଶା ବନ୍ଦ: ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଡିଜିପି

October 8, 2026
Latest News

କ୍ୟାମ୍ପସରେ ପୁଣି ବାଜିଲା ନିର୍ବାଚନୀ ବିଗୁଲ୍: କିଏ ହେବ ଛାତ୍ରନେତା? ୧୫ରେ ହେବ ଫଇସଲା

October 8, 2026

ବଲିଉଡ୍‌ରେ ଶୋକର ଛାୟା, ୭୫ ବର୍ଷରେ ଚାଲିଗଲେ ନାନା ପାଟେକର

October 8, 2026

ରାଜନୀତିରୁ ସନ୍ନ୍ୟାସ ନେଲେ ହୁମାୟୁନ୍ କବିର

October 8, 2026

ଅକ୍ଟୋବର ୨୭ରେ ଇସ୍ରାଏଲ୍‌ ସାଧାରଣ ନିର୍ବାଚନ

October 8, 2026

ଗଣିତଜ୍ଞ ପ୍ରଫେସର ମହେଶ କାକ୍‌ଡେଙ୍କୁ ‘ରାମାନୁଜନ୍’ ପୁରସ୍କାର

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.