Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ବଂଶୋଦ୍ଭବ ନବନେଥେମ୍‌ ପିଲ୍ଲେ ପାଇବେ ୨୦୨୬ ନୋବେଲ ଶାନ୍ତି ପୁରସ୍କାର
ଆଜିର ଖବର

ଭାରତୀୟ ବଂଶୋଦ୍ଭବ ନବନେଥେମ୍‌ ପିଲ୍ଲେ ପାଇବେ ୨୦୨୬ ନୋବେଲ ଶାନ୍ତି ପୁରସ୍କାର

October 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ନବନେଥେମ୍‌ ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର

ଓସ୍‌ଲୋ: ୨୦୨୬ ମସିହାର ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ବିଜେତା ଭାବେ ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକାର ବିଶିଷ୍ଟ ଆଇନଜ୍ଞ ତଥା ମାନବାଧିକାର ପୁରୋଧା ନବନେଥେମ୍‌ (ନଭି) ପିଲ୍ଲେଙ୍କ ନାମ ଘୋଷଣା କରାଯାଇଛି। ଅନ୍ତର୍ଜାତୀୟ ଆଇନ, ମାନବାଧିକାର ସୁରକ୍ଷା ଏବଂ ବିଶ୍ୱ ଶାନ୍ତିର ପ୍ରସାର ଦିଗରେ ଅତୁଳନୀୟ ଯୋଗଦାନ ପାଇଁ ନରୱେ ନୋବେଲ କମିଟି ପକ୍ଷରୁ ବିବୃତି ଜାରି କରାଯାଇଛି। ଡର୍ବାନରେ ଏକ ଭାରତୀୟ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିବା ପିଲ୍ଲେ ନିଜର ସମଗ୍ର ଜୀବନ ମାନବାଧିକାର ରକ୍ଷା ଓ ଅନ୍ୟାୟ ବିରୋଧରେ ଲଢ଼େଇ କରିବାରେ ବିତାଇଛନ୍ତି। ୧୯୬୭ ମସିହାରେ ନିଜର ଆଇନ ଫାର୍ମ ପ୍ରତିଷ୍ଠା କରି ସେ ବର୍ଣ୍ଣବୈଷମ୍ୟ ବିରୋଧୀ କର୍ମୀ ଏବଂ ନେଲସନ୍ ମାଣ୍ଡେଲାଙ୍କ ସହଯୋଗୀମାନଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ। ପରବର୍ତ୍ତୀ ସମୟରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ୧୯୮୮ ମସିହାରେ ଡକ୍ଟର ଅଫ୍ ଜୁରିଡିକାଲ୍ ସାଇନ୍ସ ଡିଗ୍ରି ହାସଲ କରିବା ପରେ, ୧୯୯୫ ମସିହାରେ ସେ ଦକ୍ଷିଣ ଆଫ୍ରିକାର ହାଇକୋର୍ଟରେ ପ୍ରଥମ ଅଣ-ଶ୍ୱେତାଙ୍ଗ ମହିଳା ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।

ଏହା ବ୍ୟତୀତ ସେ ଆନ୍ତର୍ଜାତୀୟ ଅପରାଧ ଅଦାଲତ (ICC)ର ବିଚାରପତି, ରୁୱାଣ୍ଡା ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲର ଅଧ୍ୟକ୍ଷ, ଜାତିସଂଘର ମାନବାଧିକାର ହାଇକମିଶନର ଏବଂ ନିକଟରେ ଅନ୍ତର୍ଜାତୀୟ ନ୍ୟାୟାଳୟ (ICJ)ର ବିଚାରପତି ଭାବେ କାର୍ଯ୍ୟ କରି ବିଶ୍ୱସ୍ତରରେ ଆଇନର ଶାସନ ପ୍ରତିଷ୍ଠା କରିଛନ୍ତି। ପିଲ୍ଲେଙ୍କ ନାମ ଘୋଷଣା ହେବା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୋବେଲ ଶାନ୍ତି ପୁରସ୍କାର ପାଇବାର ଆଶା ପୁଣି ଥରେ ନିରାଶାରେ ପରିଣତ ହୋଇଛି। ବିଭିନ୍ନ ଯୁଦ୍ଧବିରାମ ଓ ଶାନ୍ତି ପ୍ରକ୍ରିୟାର ଦ୍ବାହି ଦେଇ ଟ୍ରମ୍ପ ଗତ ଦୁଇ ବର୍ଷ ହେଲା ନିଜ ପାଇଁ ଏହି ପୁରସ୍କାର ଦାବି କରିଆସୁଥିଲେ, ମାତ୍ର ନୋବେଲ କମିଟି ନିଷ୍କପଟ ଆନ୍ତର୍ଜାତୀୟ ନ୍ୟାୟ ଓ ଆଇନର ପ୍ରସାରକୁ ଶ୍ରେଷ୍ଠ ବିବେଚନା କରି ପିଲ୍ଲେଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରିଛନ୍ତି।

ନବନେଥେମ୍‌ ପିଲ୍ଲେ ନୋବେଲ ଶାନ୍ତି ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

GST ନିୟମରେ ବଡ଼ କଥା! ଏହି ସାମଗ୍ରୀ ଓ ସେବା ଉପରେ ଲାଗେନି ଟିକସ

October 9, 2026

RBI ରେପୋ ରେଟ୍ ବଢ଼ିଲା, ମହଙ୍ଗା ହେବ ଋଣ! BoB, PNB ସମେତ ଅନେକ ବ୍ୟାଙ୍କ ବଢ଼ାଇଲେ ସୁଧ ହାର

October 9, 2026

ଆଜି ମହିଳା ଓ ଶିଶୁ ବିକାଶ ବିଭାଗୀୟ ସମ୍ମିଳନୀର ସମାପନୀ ଅଧିବେଶନ

October 9, 2026

ଭାରତୀୟ ପାଇଲଟ ସ୍ମିତ୍ ମାଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ସାହସିକତା ପୁରସ୍କାର

October 9, 2026
Latest News

ଭାରତୀୟ ବଂଶୋଦ୍ଭବ ନବନେଥେମ୍‌ ପିଲ୍ଲେ ପାଇବେ ୨୦୨୬ ନୋବେଲ ଶାନ୍ତି ପୁରସ୍କାର

October 9, 2026

GST ନିୟମରେ ବଡ଼ କଥା! ଏହି ସାମଗ୍ରୀ ଓ ସେବା ଉପରେ ଲାଗେନି ଟିକସ

October 9, 2026

କିଡନୀ ସୁସ୍ଥ ରଖିବାକୁ ଚାହୁଁଛନ୍ତି? ଦୈନନ୍ଦିନ ଜୀବନରେ କରନ୍ତୁ ଏହି ସରଳ ପରିବର୍ତ୍ତନ

October 9, 2026

RBI ରେପୋ ରେଟ୍ ବଢ଼ିଲା, ମହଙ୍ଗା ହେବ ଋଣ! BoB, PNB ସମେତ ଅନେକ ବ୍ୟାଙ୍କ ବଢ଼ାଇଲେ ସୁଧ ହାର

October 9, 2026

ଆଜି ମହିଳା ଓ ଶିଶୁ ବିକାଶ ବିଭାଗୀୟ ସମ୍ମିଳନୀର ସମାପନୀ ଅଧିବେଶନ

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.