Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିନ୍ନକ୍ଷମ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ଦୁଇ ଅଭିଯୁକ୍ତ ଗିରଫ
ଆଜିର ଖବର

ଭିନ୍ନକ୍ଷମ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ଦୁଇ ଅଭିଯୁକ୍ତ ଗିରଫ

November 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Allegation of gang-rape of a woman with a disability: Two accused arrested

ମାର୍ଶାଘାଇ: ମାର୍ଶାଘାଇ ଥାନା ଅଞ୍ଚଳରେ ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଗଣଦୁଷ୍କର୍ମ ଭଳି ଏକ ଲଜ୍ୟାଜନକ ଘଟଣା ଘଟିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତିକରି ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ତୁରନ୍ତ ତତ୍ପରତା ପ୍ରକାଶ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାର୍ଶାଘାଇ ଥାନା ଅନ୍ତର୍ଗତ ସାନଗାଁ ଗ୍ରାମର ଧନ ଓରଫ ଧନେଶ୍ୱର ନାଥ (୨୭) ଏବଂ ଯଦୁପୁର ଗ୍ରାମର ସୁବ୍ରତ ବେହେରା (୪୦)ଙ୍କୁ ଗିରଫ କରାଯାଇଥିବା ନେଇ ଥାନା ଅଧିକାରୀ ତପନ ନାୟକ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଅପରାହ୍ନ ସମୟରେ ୨୨ ବର୍ଷୀୟା ମାନସିକ ଭିନ୍ନକ୍ଷମ ଯୁବତୀଜଣକ ନିଜ ଭଉଣୀ ଘରକୁ ଯିବା ପାଇଁ ଘରୁ ବାହାରି ରାସ୍ତାରେ ଚାଲିଚାଲି ଯାଉଥିଲେ। ଏହି ସମୟରେ ଅଭିଯୁକ୍ତଦ୍ୱୟ ଏକ ମୋଟରସାଇକେଲ ଯୋଗେ ଆସି ଯୁବତୀଙ୍କ ନିକଟରେ ଅଟକିଥିଲେ ଏବଂ “ଆମ ସାଙ୍ଗରେ ଆସ, ତୁମ ଭଉଣୀ ଘରେ ଛାଡ଼ିଦେବୁ” କହି ମୋଟରସାଇକେଲରେ ବସାଇ ନେଇଥିଲେ। କିନ୍ତୁ ସେମାନେ ଭଉଣୀ ଘରକୁ ନ ନେଇ ନିକଟସ୍ଥ ଭୂତମୁଣ୍ଡାଇ ବଜାର ନିକଟରେ ରହିଥିବା ବ୍ରିଜ୍ ତଳକୁ ନେଇଥିଲେ ଏବଂ ସେହି ସ୍ଥାନରେ ଏଭଳି ଜଘନ୍ୟ କାଣ୍ଡ ଘଟାଇ ସେହି ସ୍ଥାନ ଛାଡ଼ି ପଳାଇ ଯାଇଥିଲେ।

ପରବର୍ତ୍ତୀ ସମୟରେ ଯୁବତୀଜଣକ କୌଣସିମତେ ସେହି ସ୍ଥାନରୁ ଆସି ସ୍ଥାନୀୟ ଓସ୍ତର ବଜାରରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପରିବାର ଲୋକେ ତାଙ୍କୁ ଘରକୁ ନେଇଥିଲେ ଏବଂ ଯୁବତୀଜଣକ ନିଜ ସହିତ ଘଟିଥିବା ସମସ୍ତ କଥା ପରିବାରବର୍ଗଙ୍କୁ ଜଣାଇଥିଲେ। ପରିବାର ପକ୍ଷରୁ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ଗଣଦୁଷ୍କର୍ମ ଭିନ୍ନକ୍ଷମ ଯୁବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରେ ବୁଡ଼ି ୩ ଶିଶୁ ମୃତ

November 1, 2026

ମୋଦି ସରକାରଙ୍କୁ କପିଲଙ୍କ କଡ଼ା ସନ୍ଦେଶ, ‘ଏବେ ଆରମ୍ଭ ହେବ ଅନ୍ତର ଅଧ୍ୟାୟ’

November 1, 2026

ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌, ବାତ୍ୟା କ୍ଷୟକ୍ଷତିର କରିବେ ଆକଳନ

November 1, 2026

ଦିଲ୍ଲୀରେ ବିରୋଧୀ ଏକତା, ବେଙ୍ଗଲରେ ଫାଟ! ଟିଏମ୍‌ସି ସହ ମେଣ୍ଟକୁ ସିପିଏମ୍‌ର ନା

November 1, 2026
Latest News

ପୋଖରୀରେ ବୁଡ଼ି ୩ ଶିଶୁ ମୃତ

November 1, 2026

ମୋଦି ସରକାରଙ୍କୁ କପିଲଙ୍କ କଡ଼ା ସନ୍ଦେଶ, ‘ଏବେ ଆରମ୍ଭ ହେବ ଅନ୍ତର ଅଧ୍ୟାୟ’

November 1, 2026

ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌, ବାତ୍ୟା କ୍ଷୟକ୍ଷତିର କରିବେ ଆକଳନ

November 1, 2026

ଦିଲ୍ଲୀରେ ବିରୋଧୀ ଏକତା, ବେଙ୍ଗଲରେ ଫାଟ! ଟିଏମ୍‌ସି ସହ ମେଣ୍ଟକୁ ସିପିଏମ୍‌ର ନା

November 1, 2026

ବାତ୍ୟା ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କୁ ବଡ଼ ଆଶ୍ୱସ୍ତି, ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.