Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସ୍ତରୀୟ ଶିଶୁ ସାଂସ୍କୃତିକ ମହୋତ୍ସବ “ମହକ-୨୦୨୬”: କନ୍ଧମାଳ ଚାମ୍ପିଅନ୍ ଓ ପୁରୀ ରନର୍ସ-ଅପ୍
ଆଜିର ଖବର

ରାଜ୍ୟସ୍ତରୀୟ ଶିଶୁ ସାଂସ୍କୃତିକ ମହୋତ୍ସବ “ମହକ-୨୦୨୬”: କନ୍ଧମାଳ ଚାମ୍ପିଅନ୍ ଓ ପୁରୀ ରନର୍ସ-ଅପ୍

November 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
State-Level Children's Cultural Festival ‘Mahak-2026’
State-Level Children's Cultural Festival ‘Mahak-2026’

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ସାଂସ୍କୃତିକ ଶିଶୁ ମହୋତ୍ସବ “ମହକ-୨୦୨୬” ର ଉଦ୍ଯାପନୀ ଓ ପୁରସ୍କାର ବିତରଣ ସମାରୋହ ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମର ପ୍ରାକ୍ଟିସ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହୋଇଯାଇଛି। ମହକ-୨୦୨୬ ପ୍ରତିଯୋଗିତାଗୁଡ଼ିକରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ କନ୍ଧମାଳ ଜିଲ୍ଲାକୁ ରାଜ୍ୟସ୍ତରୀୟ ‘ଚାମ୍ପିଅନ୍’ ଏବଂ ପୁରୀ ଜିଲ୍ଲାକୁ ‘ରନର୍ସ-ଅପ୍’ ଭାବେ ପୁରସ୍କୃତ କରାଯାଇଥିଲା।

ଏହି ଭବ୍ୟ ସମାରୋହରେ ଏକାମ୍ର ଭୁବନେଶ୍ୱରର ମାନ୍ୟବର ବିଧାୟକ ବାବୁ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଭାମାନଙ୍କୁ ପୁରସ୍କୃତ କରିଥିଲେ। ସମ୍ମାନିତ ଅତିଥି ଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଯୋଗଦେଇ ଶିଶୁମାନଙ୍କୁ ଉଦ୍ବୋଧନ ଦେଇଥିଲେ।

ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ତଥା କମିସନର ଡ. ମୃଣାଳିନୀ ଦରସ୍ୱଲ୍ ନିଜ ବକ୍ତବ୍ୟରେ କହିଥିଲେ ଯେ, ଶିଶୁମାନଙ୍କ ସୃଜନଶୀଳତା ଓ ପ୍ରତିଭା ବିକାଶ ପାଇଁ ମଞ୍ଚ ସବୁବେଳେ ପ୍ରସ୍ତୁତ ରହିଛି। ପ୍ରତ୍ୟେକ ଶିଶୁ ନିର୍ଭୟର ସହିତ ସେମାନଙ୍କର ଅନ୍ତର୍ନିହିତ ଗୁଣର ପରିପ୍ରକାଶ କରିବା ଉଚିତ୍। ଏଥିପାଇଁ ସମସ୍ତ କର୍ମକର୍ତ୍ତା ସହଯୋଗର ହାତ ବଢ଼ାଇବାକୁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ମହିଳା ଓ ଶିଶୁ ବିକାଶ ବିଭାଗର ଆଇସିଡିଏସ୍ (ICDS) ଏବଂ ସମାଜ ମଙ୍ଗଳ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୫ ଜଣ ଶିଶୁ ଯତ୍ନ ଅନୁଷ୍ଠାନ (CCI) ର ପୂର୍ବତନ ଅନ୍ତେବାସୀଙ୍କୁ ସେମାନଙ୍କର ଅସାଧାରଣ ସଫଳତା ପାଇଁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ‘ମହକ-୨୦୨୬’ ଅନ୍ତର୍ଗତ ଆୟୋଜିତ ବିଭିନ୍ନ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ବିଜେତାମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳତା ଓ ଉତ୍ସାହର ସହ ସମାପ୍ତ ହୋଇଛି।

"ମହକ-୨୦୨୬" ଓଡିଶା ସରକାର କନ୍ଧମାଳ ଚାମ୍ପିଅନ୍ ପୁରୀ ରନର୍ସ-ଅପ୍ ଶିଶୁ ସାଂସ୍କୃତିକ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ସିଇସି ଜ୍ଞାନେଶ କୁମାରଙ୍କ ବଢ଼ିଲା ଅଡୁଆ: ଖୋଲିବ ୨୦ ବର୍ଷ ପୁରୁଣା ୨ କୋଟିର ଲାଞ୍ଚ ମାଗିବା ମାମଲା

November 5, 2026

ରାଜ୍ୟ ସରକାର ଓ ଜେ-ପାଲ୍ ମଧ୍ୟରେ ଚୁକ୍ତି: ‘ଭିଜନ୍ ୨୦୩୬ ଓ ୨୦୪୭’ ହାସଲ ପାଇଁ ପ୍ରମାଣଭିତ୍ତିକ ନୀତି ଉପରେ ଗୁରୁତ୍ୱ

November 5, 2026

୪୩ ବର୍ଷର ଆଇନଗତ ଲଢ଼େଇର ଅନ୍ତ: ସରକାରୀ ଖାତାକୁ ଫେରିଲା ୮୦୦ କୋଟିର ଜଗତପୁର ଜମି

November 5, 2026

ଜାନୁଆରୀ ୨୦୨୭ରୁ ବିଭିନ୍ନ ଟ୍ରେନ୍‌ର ନମ୍ବର ଓ ସୁପରଫାଷ୍ଟରୁ ମେଲ୍/ଏକ୍ସପ୍ରେସ୍ ଶ୍ରେଣୀରେ ପରିବର୍ତ୍ତନ

November 5, 2026
Latest News

‘ଭିସ୍ତାର୍‌’ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ : ପରିସଂଖ୍ୟାନ ବ୍ୟବସ୍ଥାରେ ଆସିବ ବ୍ୟାପକ ସଂସ୍କାର

November 5, 2026

ସିଇସି ଜ୍ଞାନେଶ କୁମାରଙ୍କ ବଢ଼ିଲା ଅଡୁଆ: ଖୋଲିବ ୨୦ ବର୍ଷ ପୁରୁଣା ୨ କୋଟିର ଲାଞ୍ଚ ମାଗିବା ମାମଲା

November 5, 2026

ଫାଷ୍ଟ୍ ଟ୍ରାକ୍ କୋର୍ଟ ଯୋଜନା ଆଉ ୫ ବର୍ଷ ବୃଦ୍ଧି: ଦୁଷ୍କର୍ମ ଓ ପୋକ୍‌ସୋ ମାମଲାର ହେବ ତ୍ୱରିତ ବିଚାର

November 5, 2026

ରାଜ୍ୟ ସରକାର ଓ ଜେ-ପାଲ୍ ମଧ୍ୟରେ ଚୁକ୍ତି: ‘ଭିଜନ୍ ୨୦୩୬ ଓ ୨୦୪୭’ ହାସଲ ପାଇଁ ପ୍ରମାଣଭିତ୍ତିକ ନୀତି ଉପରେ ଗୁରୁତ୍ୱ

November 5, 2026

୪୩ ବର୍ଷର ଆଇନଗତ ଲଢ଼େଇର ଅନ୍ତ: ସରକାରୀ ଖାତାକୁ ଫେରିଲା ୮୦୦ କୋଟିର ଜଗତପୁର ଜମି

November 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.