Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୟାସଡକରେ ମହିଳା ଏସିପିଙ୍କୁ ଦୁର୍ବ୍ୟବହାର, ୪ ଗିରଫ
ଆଜିର ଖବର

ନୟାସଡକରେ ମହିଳା ଏସିପିଙ୍କୁ ଦୁର୍ବ୍ୟବହାର, ୪ ଗିରଫ

November 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Female ACP mistreated at Nayasadak; 4 arrested
Female ACP mistreated at Nayasadak; 4 arrested

ଭୁବନେଶ୍ବର: ଦୀପାବଳି ରାତିରେ କଟକ କମିଶନରେଟ ପୋଲିସ ଅଞ୍ଚଳର ୩ ନମ୍ବର ଜୋନ୍ ମହିଳା ଏସିପି ଅନନ୍ୟା ଅସ୍ୱସ୍ତିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନ୍‌ରେଟ ପୁଲିସ। ଏହି ଘଟଣାରେ ୧୦ ଜଣକୁ ଅଟକ ରଖି ପୁଲିସ ପଚରା ଉଚରା କରିଥିଲା ବେଳେ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ନୟାସଡକ ଅଞ୍ଚଳର ବିନୟ ଅଗ୍ରୱାଲ, ମୋହିତ ନଙ୍ଗାଲିିଆ, କୃଷ୍ଣ ସୋନୀ ଓ ୟସ ଚୌଧୁରୀ। ମାରସ୍ୱାଡି ସମାଜର ହସ୍ତକ୍ଷେପ ପରେ ୬ ଜଣଙ୍କୁ ପୁଲିସ ଛାଡି ଦେଇଛି। ସୂଚନାଯୋଗ୍ୟ ନୟାସଡ଼କରେ
ଗତକାଲି ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ବାଣ ଫୁଟାଇବା ସହ ହାତରେ ବାଣ ଧରି ସାଧାରଣ ଲୋକଙ୍କ ଉପରେ କିଛି ଯୁବକ ପକାଉଥିଲେ । ସେଠାରେ କିଛି ସମୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଖବର ପାଇ ମହିଳା ଏସିପି ଫୋର୍ସ ନେଇ ସେଠାରେ ପହଁଚି ଥିଲେ। ଯୁବକଙ୍କୁ ବାରଣ କରିବାରୁ ଅମାନିଆ ଯୁବକ ପୋଲିସ ଉପରକୁ ଆକ୍ରମଣ କରିବା ସହ ଧସ୍ତାଧସ୍ତି ମଧ୍ୟ କରିଥିଲେ। ଏସିପିଙ୍କୁ ମଧ୍ୟ ଧସ୍ତାଧସ୍ତ କରିଥିଲେ। କିଛି ସମୟ ପାଇଁ ଉକ୍ତ ଅଞ୍ଚଳରେ ଉତ୍ତେଜନା ଭଳି ପରିସ୍ଥିତି ଉପୁଜିଥିଲା। ପରେ ପୋଲିସ ଏହାକୁ ନିୟନ୍ତ୍ରଣ କରିଥିଲା। ତେବେ ଆଜି ଏନେଇ ଆକ୍ସନମୁଡ୍‌କୁ ଆସିଥିଲା କଟକ କମିଶନରେଟ ପୋଲିସ। ଏହି ଘଟଣାକୁ ପୋଲିସ ଅତି ଗୁରୁତର ସହ ନେଇ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

ଅଭିଯୁକ୍ତଙ୍କ ବିରୋଧରେ ୧୩ଟି ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ଲାଲବାଗ ଥାନା ପୋଲିସ। ସରକାରୀ କର୍ମଚାରୀଙ୍କୁ ଆକ୍ରମଣ, ବେଆଇନ ସମାବେଶ, ମାରପିଟ୍‌, ଗାଳିଗୁଲଜ ଓ ଧମକ ଦେବା ଭଳି ୧୩ଟି ସଂଗୀନ ଧାରାରେ ମାମଲା ରୁଜୁ କରିଛି । ଏପରିକି ଏହି ଘଟଣାରେ ସଂପୃକ୍ତ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସର ଚଢ଼ାଉ ଜାରି ରହିଛି । କଟକ ଡିସିପି ଋଷିକେଶ ଡି ଖିଲାରୀ କହିଛନ୍ତି,”ପୂଜା ପାର୍ବଣ ଋତୁରେ ଅନେକ ପୋଲିସ କର୍ମଚାରୀ ସୁରକ୍ଷା ଦେବାକୁ କଟକ ଆସୁଛନ୍ତି। ସେମାନେ ଜନତାଙ୍କୁ ସୁରକ୍ଷା ଦେବାକୁ ଆସୁଛନ୍ତି। ମାତ୍ର ଯୁବକ ମାନେ ଏପରି ବ୍ୟବହାର ପ୍ରଦର୍ଶନ କରିବା ଆଦୌ ଗ୍ରହଣୀୟ ନୁହେଁ। କୌଣସି ଅଧିକାରୀଙ୍କୁ ଏପରି ଦୁର୍ବ୍ୟବହାର କରିବା ଅନୁଚିତ। ଜଣେ ମହିଳା ଏସିପିଙ୍କୁ ଯୁବକମାନେ ଦୁର୍ବ୍ୟବହାର କରିବା ପରେପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ବାଣ ଫୁଟାଇବା ସହ ହାତରେ ବାଣ ଧରି ସାଧାରଣ ଜନତାଙ୍କୁ ହଇରାଣ କରିବା ଖବର ପାଇ ଏସିପି ନିଜର ଫୋର୍ସ ସହ ଏହାକୁ ବିରୋଧ କରିଥିଲେ। ବିଶେଷକରି ଏସବୁ ବେଆଇନ କାମନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଯୁବକମାନେ ଆହୁରି ବିଶୃଙ୍ଖଳା କରିଥିଲେ । ଏନେଇ ପୋଲିସ ପାଖରେ ଭିଡିଓ ରହିଛି। ଏହି ଘଟଣାକୁ ପୋଲିସ ଅତି ଗୁରୁତର ସହ ନେଇ ତଦନ୍ତ କରିବା ସହ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନେକ ସିସିଟିଭି ଫୁଟେଜ ବି ପୋଲିସ ସଂଗ୍ରହ କରିଛି ବୋଲି ଡିସିପି କହିଛନ୍ତି।

ଏସପି କଟକ ନୟାସଡକ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ: ଅମିତ ଶାହଙ୍କ ବଡ ଘୋଷଣା

November 9, 2026

ବିଦେଶକୁ ମାଛ ପଠାଇବା ପାଇଁ ଏବେ ନୂଆ ନିୟମ!: ଜାଣନ୍ତୁ କଣ ବଦଳିଲା?

November 9, 2026

ବ୍ରହ୍ମପୁରରେ ଆତଙ୍କ ଖେଳାଇବା ପୂର୍ବରୁ ଧରାହେଲେ ଦୁଇ ଯୁବକ: ଦେଶୀ ପିସ୍ତଲ ଜବତ

November 9, 2026

ଜେଲ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ସମେତ ୪ ଅଭିଯୁକ୍ତ

November 9, 2026
Latest News

୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ: ଅମିତ ଶାହଙ୍କ ବଡ ଘୋଷଣା

November 9, 2026

ନୟାସଡକରେ ମହିଳା ଏସିପିଙ୍କୁ ଦୁର୍ବ୍ୟବହାର, ୪ ଗିରଫ

November 9, 2026

ବିଦେଶକୁ ମାଛ ପଠାଇବା ପାଇଁ ଏବେ ନୂଆ ନିୟମ!: ଜାଣନ୍ତୁ କଣ ବଦଳିଲା?

November 9, 2026

ବ୍ରହ୍ମପୁରରେ ଆତଙ୍କ ଖେଳାଇବା ପୂର୍ବରୁ ଧରାହେଲେ ଦୁଇ ଯୁବକ: ଦେଶୀ ପିସ୍ତଲ ଜବତ

November 9, 2026

ଜେଲ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ସମେତ ୪ ଅଭିଯୁକ୍ତ

November 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.