Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ୧୪ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ୨ ଫର୍ମପୂରଣ ଅବଧି
ଆଜିର ଖବର

ଆସନ୍ତା ୧୪ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ୨ ଫର୍ମପୂରଣ ଅବଧି

November 11, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Deadline for Plus 2 form fill-up extended until the 14th

ଭୁବନେଶ୍ୱର: ଯୁକ୍ତ ୨ ବାର୍ଷିକ ପରୀକ୍ଷା ୨୦୨୭ ପାଇଁ ଫର୍ମପୂରଣ ଅବଧିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ଏବେ ଆସନ୍ତା ନଭେମ୍ବର ୧୪ ତାରିଖ ଯାଏ ବିନା ଲେଟ୍ ଫି’ରେ ଫର୍ମ ପୂରଣ କରିପାରିବେ। ପୂର୍ବରୁ ଫର୍ମପୂରଣର ଶେଷ ତାରିଖ ନଭେମ୍ବର ୧୧ ତାରିଖ ଧାର୍ଯ୍ୟ ହୋଇଥିଲା। ତେବେ ରାଜ୍ୟରେ ବାତ୍ୟା ଅର୍ଣ୍ଣବ ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ ସମସ୍ୟାର ସମ୍ମୁଖୀନ ହୋଇଥିବା ଏବଂ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଥିବାରୁ ପରିଷଦ ଏହି ନିଷ୍ପତ୍ତି ନେଇଛି। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ସହ ପତ୍ର ବିନିମୟ ପାଠ୍ୟକ୍ରମର ନିୟମିତ ଛାତ୍ରଛାତ୍ରୀମାନେ ଏହି ସୁଯୋଗ ପାଇବେ। ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ାଙ୍କ ବିଜ୍ଞପ୍ତି ଅନୁସାରେ, ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ପ୍ରଧାନମାନଙ୍କୁ ନୂଆ ସମୟସୀମା ଭିତରେ ବିନା ଜରିମାନାରେ ଫର୍ମପୂରଣ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବାକି ସମସ୍ତ ପରୀକ୍ଷା କାର୍ଯ୍ୟସୂଚୀ ପୂର୍ବଭଳି ଅପରିବର୍ତ୍ତିତ ରହିବ। ପରିଷଦର ଏହି ପଦକ୍ଷେପ ଫର୍ମ ପୂରଣରୁ ବଞ୍ଚିତ ଥିବା ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।

ଅବଧି ବୃଦ୍ଧି ପରୀକ୍ଷା ଫର୍ମ ପୂରଣ ଯୁକ୍ତ ୨
Share. Facebook Twitter LinkedIn Email WhatsApp Copy Link

Related Posts

ମର୍ଣ୍ଣିଂ ୱାକ୍ ବେଳେ ତଳେ ପଡ଼ିଗଲେ ଧନଖଡ଼!: AIIMS ରେ ଭର୍ତ୍ତି

November 11, 2026

ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ବିଶ୍ୱସ୍ତରରେ ନେତୃତ୍ୱ ନେଇଛି ଭାରତ: ଡ. ମିଶ୍ର

November 11, 2026

ଗଞ୍ଜାମ ବନ୍ୟା ମନୁଷ୍ୟକୃତ ନୁହେଁ, ପ୍ରବଳ ବର୍ଷା ଯୋଗୁଁ ଫ୍ଲାସ୍ ଫ୍ଲଡ୍: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

November 11, 2026

ରାମପୁର CRPF କ୍ୟାମ୍ପ ଆକ୍ରମଣ ଅଭିଯୁକ୍ତ ମହମ୍ମଦ ଶରିଫଙ୍କୁ ଗୁଳି କରି ହତ୍ୟା

November 11, 2026
Latest News

ମର୍ଣ୍ଣିଂ ୱାକ୍ ବେଳେ ତଳେ ପଡ଼ିଗଲେ ଧନଖଡ଼!: AIIMS ରେ ଭର୍ତ୍ତି

November 11, 2026

ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ବିଶ୍ୱସ୍ତରରେ ନେତୃତ୍ୱ ନେଇଛି ଭାରତ: ଡ. ମିଶ୍ର

November 11, 2026

ଆସନ୍ତା ୧୪ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ୨ ଫର୍ମପୂରଣ ଅବଧି

November 11, 2026

ଗଞ୍ଜାମ ବନ୍ୟା ମନୁଷ୍ୟକୃତ ନୁହେଁ, ପ୍ରବଳ ବର୍ଷା ଯୋଗୁଁ ଫ୍ଲାସ୍ ଫ୍ଲଡ୍: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

November 11, 2026

ଏବେ ଓସ୍କାର ଦୌଡ଼ରେ ‘ରାମାୟଣ’!: ରଣବୀର-ଯଶଙ୍କ ଫିଲ୍ମକୁ ମିଳିଲା ବଡ଼ ସଫଳତା

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.