Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋପାଳପୁରରେ ହେବ ରାଜ୍ୟରେ ପ୍ରଥମ ଲବଣମୁକ୍ତ ଜଳ ପ୍ରକଳ୍ପ, ଜାଣନ୍ତୁ ଏହା କଣ
ଆଜିର ଖବର

ଗୋପାଳପୁରରେ ହେବ ରାଜ୍ୟରେ ପ୍ରଥମ ଲବଣମୁକ୍ତ ଜଳ ପ୍ରକଳ୍ପ, ଜାଣନ୍ତୁ ଏହା କଣ

November 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୋପାଳପୁର
ଗୋପାଳପୁରରେ ହେବ ରାଜ୍ୟରେ ପ୍ରଥମ ଲବଣମୁକ୍ତ ଜଳ ପ୍ରକଳ୍ପ, ଜାଣନ୍ତୁ ଏହା କଣ

ଭୁବନେଶ୍ୱର: ସରକାରୀ-ଘରୋଇ ସହଭାଗିତା (ପିପିପି) ପ୍ରକଳ୍ପ ପାଇଁ ଭିତ୍ତିଭୂମି ସମ୍ପର୍କିତ କ୍ଷମତାସମ୍ପନ୍ନ କମିଟି(ଇସିଆଇ)ର ୬୬ତମ ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ଯେ, ଅନ୍ତର୍ଜାତୀୟ ଅର୍ଥ ନିଗମ ( ଆଇଏଫସି) ସହ ବର୍ତ୍ତମାନର ସହଯୋଗ ଅନୁଯାୟୀ, ସହରାଞ୍ଚଳରେ ସୁଲଭ ଗୃହ ନିର୍ମାଣ, ଶିଳ୍ପ ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ର ସମେତ ବ୍ୟାପକ ସାମାଜିକ ପ୍ରଭାବ ସୃଷ୍ଟି କରିପାରୁଥିବା ପ୍ରକଳ୍ପଗୁଡ଼ିକୁ ଅନ୍ତର୍ଭୁକ୍ତ କରି କାର୍ଯ୍ୟକାରୀ ହୋଇପାରୁଥିବା ସରକାରୀ-ଘରୋଇ ସହଭାଗିତା (ପିପିପି ) ପ୍ରକଳ୍ପଗୁଡ଼ିକର ଏକ ସୁସଂଗଠିତ ତାଲିକା ପ୍ରସ୍ତୁତ କରିବା ଆବଶ୍ୟକ ।

ଏହି ବୈଠକରେ ଗୋପାଳପୁରଠାରେ ଲବଣମୁକ୍ତ ଜଳ ପ୍ରକଳ୍ପ ( ଡିସାଲାଇନେସନ ପ୍ରୋଜେକ୍ଟ)  ସ୍ଥାପନ  ପ୍ରତିଷ୍ଠା ନିମନ୍ତେ  ଇଡକୋ, ଆଇଏଫସି ଏବଂ  ପିପିପି ସେଲ୍ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।   ପ୍ରାୟ ୧,୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ରାଜ୍ୟରେ ଏହି ଧରଣର ପ୍ରଥମ ସରକାରୀ-ଘରୋଇ ସହଭାଗିତା ( ପିପିପି ) ପ୍ରକଳ୍ପ ହେବ । ଏହି ଅବସରରେ ଆଇଏଫସି ର ଦକ୍ଷିଣ ଏସିଆ ଅଞ୍ଚଳର  ପିପିପି  କାରବାର ପରାମର୍ଶ ସେବା ବିଭାଗର ପରିଚାଳକ ଶ୍ରୀ କମଲ ଡୋରାବାୱିଲା ନିଜ ଅଭିଭାଷଣରେ କହିଥିଲେ ଯେ, ଓଡ଼ିଶାକୁ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ନିବେଶ ସୁଯୋଗର ଏକ ରଣନୈତିକ କେନ୍ଦ୍ର ଭାବେ ଗଢ଼ି ତୋଳିବା ଦିଗରେ ଆଇଏଫସି ର ସମଗ୍ର ଟିମ୍ ଏକାଗ୍ରତାର ସହ କାର୍ଯ୍ୟ କରୁଛନ୍ତି ।

 ଆଇଏଫସି ସହ ସହଯୋଗର ଅଂଶସ୍ୱରୂପ ଚିହ୍ନଟ କରାଯାଇଥିବା ମୋଟ ୧୧ଟି ପ୍ରକଳ୍ପକୁ କମିଟି ପକ୍ଷରୁ ନୀତିଗତ ଅନୁମୋଦନ ପ୍ରଦାନ କରାଯାଇଥିଲା । ଏହି ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ବ୍ୟୟ ପ୍ରାୟ ୧୫,୪୯୮ କୋଟି ଟଙ୍କା । ଏଥିସହ ପ୍ରାୟ ୮୩୧.୬୮ କୋଟି ଟଙ୍କାର ମୋଟ ଆନୁମାନିକ ବ୍ୟୟ ବିଶିଷ୍ଟ ଅନ୍ୟ ୫ଟି ନୂତନ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି । ଏହା ବ୍ୟତୀତ, ପ୍ରାୟ ୨୮,୭୬୪.୨୮ କୋଟି ଟଙ୍କାର ମୋଟ ଆନୁମାନିକ ବ୍ୟୟ ବିଶିଷ୍ଟ ୨୮ଟି ଚାଲୁ ରହିଥିବା ପିପିପି  ପ୍ରକଳ୍ପର ଅଗ୍ରଗତି ଓ ସ୍ଥିତି ମଧ୍ୟ ସମୀକ୍ଷା  କରାଯାଇଥିଲା ।

ଗୋପାଳପୁର ଲବଣମୁକ୍ତ ଜଳ ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ବହିଷ୍କୃତ ହେଲେ ହିନ୍ଦୋଳ ଏନ୍‌ଏସି ଅଧ୍ୟକ୍ଷ

November 13, 2026

UPIରେ ଲାଗିବ କି MDR ଚାର୍ଜ? NPCIର ନୂଆ ନିୟମକୁ ନେଇ ଚର୍ଚ୍ଚା

November 13, 2026

୩ କୋଟି ସରକାରୀ ପାଣ୍ଠି ହଡ଼ପ ମାମଲା: ଫେରାର ରାଜସ୍ୱ ସହାୟକ ଗିରଫ

November 13, 2026

ଓଡ଼ିଶା ପର୍ଯ୍ୟଟନ ବିକାଶ ପାଇଁ ବ୍ୟାପକ ରୋଡମ୍ୟାପ୍‌ ପ୍ରସ୍ତୁତ

November 13, 2026
Latest News

ବିଜେଡିରୁ ବହିଷ୍କୃତ ହେଲେ ହିନ୍ଦୋଳ ଏନ୍‌ଏସି ଅଧ୍ୟକ୍ଷ

November 13, 2026

UPIରେ ଲାଗିବ କି MDR ଚାର୍ଜ? NPCIର ନୂଆ ନିୟମକୁ ନେଇ ଚର୍ଚ୍ଚା

November 13, 2026

୩ କୋଟି ସରକାରୀ ପାଣ୍ଠି ହଡ଼ପ ମାମଲା: ଫେରାର ରାଜସ୍ୱ ସହାୟକ ଗିରଫ

November 13, 2026

ଓଡ଼ିଶା ପର୍ଯ୍ୟଟନ ବିକାଶ ପାଇଁ ବ୍ୟାପକ ରୋଡମ୍ୟାପ୍‌ ପ୍ରସ୍ତୁତ

November 13, 2026

ମୋଦୀଙ୍କ ଦୁଇ ରାଜ୍ୟକୁ ବଡ଼ ଉପହାର! ₹୧୫,୬୦୦ କୋଟିର ପ୍ରକଳ୍ପ, ମେଟ୍ରୋଠୁ LPG ଷ୍ଟୋରେଜ୍ ପର୍ଯ୍ୟନ୍ତ ହେବ ବଡ଼ ଉଦ୍‌ଘାଟନ

November 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.