ବାଲୁଗାଁ: ଆଜିଠାରୁ ଦୁଇଦିନିଆ ଚିଲିକା ବୋଇତ ବନ୍ଦାଣ ଉତ୍ସବ ବାଲୁଗାଁ କଲେଜ ପଡିଆରେ ଆରମ୍ଭ ହେଉଛି। ଆଜି ପ୍ରଥମ ଦିନରେ ରାଜ୍ୟପାଳ ବ୍ରଜମୋହନ ରାମ ଯୋଗଦେବେ। ଏଥିସହିତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସାଂସଦ ସମ୍ବିତ ପାତ୍ର ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯୋଗଦେବେ ଏବଂ ବହୁ ଅତିଥି ଯୋଗଦେବେ।
ସେହିପରି ଆସନ୍ତାକାଲି ସଂଧ୍ୟାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହିତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେବେ। ସେହିପରି ସାଂସଦ ମନମୋହନ ସାମଲ ମଧ୍ୟ ମୁଖ୍ୟ ବକ୍ତାଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବ୍ଲକ ଅଧ୍ୟକ୍ଷ ଅମେରନ୍ଦ୍ର ରଣସିଂହ ଏବଂ ଚିଲିକା ବ୍ଲକ ଅଧ୍ୟକ୍ଷା ଜୋତ୍ସାରାଣୀ ବେହେରା ଯୋଗ ଦେବେ।
ଆସନ୍ତାକାଲି ଭୋରରୁ ଚିଲିକା ହ୍ରଦରେ ସାଧବପୁଅମାନଙ୍କୁ ବନ୍ଧାଣ କରାଯାଇ ବୋଇତରେ ଭ୍ରମଣ କରିବେ। ଏହି ଦୁଇଦିନରେ ପ୍ରଖ୍ୟାତ ସଂଗୀତଜ୍ଞ ବିଶ୍ବମୋହନ କବି ଏବଂ ବର୍ଣ୍ଣାଳୀ ହୋତାଙ୍କ ଗ୍ରୁପ ସଂଗୀତ ପରିବେଷଣ କରିବେ।


